ETV Bharat / state

ଜାମିନରେ ଥାଇ ନିୟମ ମାନୁ ନାହାନ୍ତି ନେତା, ବଢିପାରେ ଅଡୁଆ

author img

By

Published : Mar 2, 2023, 10:06 AM IST

ସର୍ତ୍ତମୂଳକ ଜାମିନରେ ଆସି ନିୟମ ଉଲ୍ଲଘଂନ କରୁଥିବା ନେତାଙ୍କ ପାଇଁ ବଢିପାରେ ଅଡୁଆ । ଅଧିକ ପଢ଼ନ୍ତୁ

leaders not obey rules while on bail
leaders not obey rules while on bail

ଜାମିନରେ ଥାଇ ନିୟମ ମାନୁ ନାହାନ୍ତି ନେତା

ଭୁବନେଶ୍ବର: ନିୟମ ମାନୁ ନାହନ୍ତି ବଡ଼ ନେତା । ଅନେକ ସଙ୍ଗୀନ ମାମଲାରେ ଜାମିନରେ ଥାଇ ମାନୁନାହାନ୍ତି ନିୟମ । ଏପରିକି ଜାମିନ ପାଇଁ ଦିଆଯାଇଥିବା ସର୍ତ୍ତକୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଛନ୍ତି । ତେବେ ନେତାଙ୍କ ଜାମିନ ଖାରଜ ପାଇଁ ବଢିପାରେ ଅଡୁଆ । ଜାମିନରେ ଆସି ନେତାମାନେ ନିୟମ ଉଲ୍ଲଘଂନ କରୁଥିବା ତଥ୍ୟ ସାମ୍ନାକୁ ଆସିଛି । ନିକଟରେ ବିବାଦରେ ରହିଥିବା ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ଆସିଛି ଏପରି ଅଭିଯୋଗ ।

ଗତ ୨୦୧୮ ଫେବୃଆରୀ ୨୨ ତାରିଖରେ ବରଗଡ଼ ସୋହେଲାରେ ହୋଇଥିବା ଦିଲେଶ୍ବର ସାହୁ ହତ୍ୟାକାଣ୍ଡ ମାମଲାରେ ଏବେ ଜାମିନରେ ଅଛନ୍ତି ଜୟନାରାୟଣ ମିଶ୍ର । ହତ୍ୟାକାଣ୍ଡର ୫ ମାସ ପରେ ହାଇକୋର୍ଟରୁ ଜାମିନ ଆଧାରରେ ସେ ମୁକୁଳିଥିଲେ । ହେଲେ ଦିଆଯାଇଥିବା ଜାମିନ ସର୍ତ୍ତକୁ ମାନୁ ନଥିବା ଜଣେ ପିଟିସନକାରୀ ସ୍ବତନ୍ତ୍ର କୋର୍ଟକୁ ଜଣାଇଛନ୍ତି । ବିଧାୟକ ବା ସାଂସଦମାନଙ୍କ ନାଁରେ ଥିବା ମାମଲାର ପରିଚାଳନା ପାଇଁ ଭୁବନେଶ୍ୱର କୋର୍ଟରେ ରହିଛି ଏହି ସ୍ବତନ୍ତ୍ର କୋର୍ଟ । ତେବେ ଏହି ଘଟଣାର ଚାର୍ଜସିଟ୍ ପରଠୁ ଜୟନାରାୟଣ ଥରୁଟିଏ ମଧ୍ୟ କୋର୍ଟରେ ହାଜର ହୋଇନଥିବା ଓକିଲ ଦେବସ୍ନାନ ଦାସ କହିଛନ୍ତି ।

ଏପରିକି ଜାମିନ ବେଳେ ଅନେକ ସର୍ତ୍ତ ଥିବାବେଳେ ଯେଭଳି ସେ ଆଚରଣ କରୁଛନ୍ତି ଏହା ସର୍ତ୍ତକୁ ଉଲ୍ଲଙ୍ଘନ କରୁଛି । ଏହାଦ୍ବାରା ସାକ୍ଷୀ ପ୍ରଭାବିତ ହେବାର ଆଶଙ୍କା କରି ଫ୍ରି ଟ୍ରାଏଲ ପାଇଁ ତାଙ୍କ ଜାମିନ ଖାରଜ କରାଯାଉ ବା ଏହା ଉପରେ କୋର୍ଟ ହସ୍ତକ୍ଷେପ ପାଇଁ ଜଣେ ପିଟିସନର କୋର୍ଟକୁ ଜଣାଇଛନ୍ତି । ଏନେଇ ଆସନ୍ତା ୧୭ ମାର୍ଚ୍ଚରେ ଏହାର ଶୁଣାଣି ରହିଛି ।

ତେବେ କେବଳ ବିରୋଧି ଦଳ ନେତା ନୁହନ୍ତି, ବିଜେଡ଼ିର ପୂର୍ବତନ ଚୌଦ୍ବାର ବିଧାୟକ ପ୍ରଭାତ ବିଶ୍ବାଳ ମଧ୍ୟ ସିସୋର ମାମଲାରେ ସର୍ତ୍ତମୂଳକ ଜାମିନ‌ ପାଇ ନିୟମ ଉଲ୍ଲଙ୍ଘନ କରୁଥିବା ଅଭିଯୋଗ କରିଛି ଚୌଦ୍ବାର ନାଗରିକ ମଞ୍ଚ । ସିବିଆଇ ଦ୍ବାରା ଗିରଫ ହୋଇଥିବା ପ୍ରଭାତ ବିଶ୍ବାଳ ମଧ୍ୟ କୋର୍ଟଙ୍କ ସର୍ତ୍ତକୁ ନମାନି କୋର୍ଟକୁ ନଜଣାଇ ନେପାଳ ଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ଭୁବନେଶ୍ୱର ସ୍ଥିତ ସିବିଆଇ କାର୍ଯ୍ୟାଳୟ ଯାଇ ସିବିଆଇର ନିର୍ଦେଶକଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଦେବା ସହ ଏନେଇ ଚିଟଫଣ୍ଡ ଜମାକାରୀଙ୍କ ଟଙ୍କା ଫେରସ୍ତ ନେଇ ପଦକ୍ଷେପ ନେବାକୁ ଦାବିପତ୍ରରେ ଜଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.