ETV Bharat / state

ନବରଙ୍ଗପୁରରେ ବାୟୁ ସ୍ବାସ୍ଥ୍ୟ ସେବା, ଉତ୍ତମ ଚିକିତ୍ସା ଯୋଗାଇବା ଲକ୍ଷ୍ୟରେ ବଛା ବଛା ଡାକ୍ତରୀ ଦଳ

author img

By

Published : Feb 11, 2023, 4:25 PM IST

ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା’ ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାରେ ପହଞ୍ଚିଲା ବାୟୁସେବା । ଜିଲ୍ଲାର ୮୦୦ଜଣ ରୋଗୀଙ୍କୁ ଚିକିତ୍ସା ଯୋଗାଇବା ଲାଗି ନବରଙ୍ଗପୁରରେ ପହଞ୍ଚିଛନ୍ତି ଅଭିଜ୍ଞ ଡାକ୍ତରୀ ଟିମ । ଅଧିକ ପଢନ୍ତୁ

air ambulance service
air ambulance service

ଭୁବନେଶ୍ବର: ନବରଙ୍ଗପୁରରେ ଜିଲ୍ଲାରେ ପହଞ୍ଚିଲା ବାୟୁ ସ୍ବାସ୍ଥ୍ୟ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାୟୁ ସ୍ବାସ୍ଥ୍ୟସେବା ଯୋଜନା ଅଧୀନରେ ଏକ ଡାକ୍ତର ଟିମ୍ ଆଜି (ଶନିବାର) ନବରଙ୍ଗପୁର ଅଭିମୁଖେ ଯାତ୍ରା କରିଛନ୍ତି। ଉତ୍ତମ ସ୍ବାସ୍ଥ୍ୟ ଚିକିତ୍ସା ଯୋଗାଇବା ଲକ୍ଷ୍ୟ ନେଇ ଭୁବନେଶ୍ବରରୁ ନବରଙ୍ଗପୁରକୁ ଯାଇଛନ୍ତି ବଛା ବଛା ଡାକ୍ତର । ପ୍ରାୟ ୮୦୦ ଜଣ ରୋଗୀଙ୍କୁ ଚିକିତ୍ସା ଯୋଗାଇବାକୁ ଲକ୍ଷ୍ୟ ରହିଛି ।

ଉତ୍ତମ ଚିକିତ୍ସା ଏବଂ ଜଟିଳ ରୋଗର ସମାଧାନ କରିବା ପାଇଁ ଆରମ୍ଭ ହୋଇଛି ଏହି ପ୍ରୟାସ । ପ୍ରଖ୍ୟାତ ୟୁରୋଲୋଜିଷ୍ଟ, ଜେନେରାଲ ସର୍ଜରୀ, କାର୍ଡିଓଲୋଜିଷ୍ଟ, ନ୍ୟୁରୋଲୋଜିଷ୍ଟ, ଗ୍ୟାଷ୍ଟ୍ରୋଲୋଜିଷ୍ଟ, ରେଡିଓଲୋଜିଷ୍ଟ, ଆନାସ୍ଥେସିଆ ବିଶେଷଜ୍ଞ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ରୋଗୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବେ । ସୂଚନା ଅନୁଯାୟୀ, ଗତ ୨୦୨୧ ମସିହା ଡିସେମ୍ବର ମାସରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନାର ଉଦଘାଟନ କରିଥିଲେ। ଏହା ଦ୍ବାରା ଅପହଞ୍ଚ ଜିଲ୍ଲାରେ ଗରିବ ଜନସାଧାରଣଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇବା ଦିଆଯିବ ।

ଏହା ବି ପଢନ୍ତୁ- ଭିଡ ଭିତରୁ କୁନି ଝିଅ ହାତରୁ ଗୋଲାପ ନେଲେ ରାଷ୍ଟ୍ରପତି

ଫଳରେ ଅପହଞ୍ଚ ଅଞ୍ଚଳର ଲୋକେ ବି ଗୁଣାତ୍ମକ ସ୍ବାସ୍ଥ୍ୟସେବା ପାଇବାରେ ସକ୍ଷମ ହେବେ । ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର, କଟକର ବଡ଼ ହସ୍ପିଟାଲକୁ ଆସିବାକୁ ପଡ଼ିବନି। ସେମାନଙ୍କୁ ସେମାନଙ୍କ ଜିଲ୍ଲା ଚିକିତ୍ସାଳୟରେ ହିଁ ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ଚିକିତ୍ସା ଯୋଗାଇ ଦିଆଯିବ। ଏଥିପାଇଁ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା’ ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା ଏବେ ୪ଟି ଜିଲ୍ଲା ଯଥା ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡିରେ ଆରମ୍ଭ ହୋଇଛି । ଏହି ୪ଟି ଜିଲ୍ଲାରେ ଲୋକଙ୍କୁ ଗୁଣାତ୍ମକ ଚିକିତ୍ସା ଯୋଗାଇବା କଷ୍ଟକର ହେଉଥିବାରୁ ଏବଂ ବହୁ ଡାକ୍ତର ସେଠାରେ ରହିବାକୁ ରାଜି ହେଉନଥିବାରୁ ଏହି ଯୋଜନା ଦ୍ବାରା ଗୁଣାତ୍ମକ ଚିକିତ୍ସା ଯୋଗାଇ ହେଉଛି ।

ଫେବୃଆରୀରେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଦିଗରେ ଆଉ ଏକ ପଦକ୍ଷେପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲାର ପାଇକମାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଏକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (CHC) ସ୍ତରକୁ ଉନ୍ନିତ କରିବାକୁ ଅନୁମୋଦନ କରିଛନ୍ତି । ଏହି ଉନ୍ନୟନ ସହିତ ସେହି ଅଞ୍ଚଳର ଲୋକମାନେ ନିଦାନ ଯୋଜନା ଅଧୀନରେ ଉନ୍ନତ ପାଥୋଲୋଜିକାଲ ପରୀକ୍ଷା ସୁବିଧା ସହିତ CHCରେ ମେଡିକାଲ ବିଶେଷଜ୍ଞଙ୍କ ସେବା ପାଇବେ । ସ୍ବାସ୍ଥ୍ୟକେନ୍ଦ୍ରରେ ଶୀଘ୍ର ଉନ୍ନତ ଭିତ୍ତିଭୂମି ଏବଂ ସହଯୋଗୀ ସୁବିଧା ମଧ୍ୟ ରହିବ । ଏଥିପାଇଁ ସଚିବ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଶାଲିନୀ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଅଞ୍ଚଳବାସୀ ବେଶ ଖୁସିବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.