ETV Bharat / state

AIIMSରେ ଖୋଲିଲା ଦେଶର ପ୍ରଥମ ଟ୍ରାଭେଲ ହେଲଥ କ୍ଲିନିକ

AIIMSରେ ଖୋଲିଲା ଦେଶର ପ୍ରଥମ ଟ୍ରାଭେଲ ହେଲଥ କ୍ଲିନିକ । ଏନେଇ ଖୁବଶୀଘ୍ର AIIMS ଟ୍ରାଭେଲ ହେଲଥ କ୍ଲିନିକ ଅନଲାଇନ ଜରିଆରେ ମଧ୍ୟ ସ୍ଵାସ୍ଥ୍ୟ ପରାମର୍ଶ ପ୍ରଦାନ କରିବ । ଅଧିକ ପଢନ୍ତୁ

travel health clinic
ଦେଶର ପ୍ରଥମ ଟ୍ରାଭେଲ ହେଲଥ କ୍ଲିନିକ

Published : November 13, 2023 at 9:33 PM IST

Choose ETV Bharat
ଦେଶର ପ୍ରଥମ ଟ୍ରାଭେଲ ହେଲଥ କ୍ଲିନିକ

ଭୁବନେଶ୍ବର: AIIMSରେ ଖୋଲିଲା ଦେଶର ପ୍ରଥମ ଟ୍ରାଭେଲ ହେଲଥ କ୍ଲିନିକ । ଏହା ଦେଶର ପ୍ରଥମ ଟ୍ରାଭେଲ ହେଲଥ କ୍ଲିନିକ । ଯେଉଁଠାରେ ବିଦେଶକୁ ଯାଉଥିବା ଲୋକମାନେ ଗସ୍ତ କରିବାକୁ ଥିବା ଦେଶରେ ଥିବା ରୋଗ ସମ୍ପର୍କରେ ଉପଦେଶ ପାଇବା ସହ ଏଥିପାଇଁ ଆବଶ୍ୟକ ଟିକା ନେଇପାରିବେ । ଯାହା ଫଳରେ ସେମାନେ ବିଦେଶରୁ ଅନ୍ୟ କୌଣସି ଦେଶକୁ ଆଣିବେ ନାହିଁ କି ଅନ୍ୟ ଦେଶକୁ ଆମ ଦେଶରୁ କୌଣସି ରୋଗ ବହନ କରିବେ ନାହିଁ । ତେଣୁ ଏନେଇ ଖୁବଶୀଘ୍ର AIIMS ଟ୍ରାଭେଲ ହେଲଥ କ୍ଲିନିକ ଅନଲାଇନ ଜରିଆରେ ମଧ୍ୟ ସ୍ଵାସ୍ଥ୍ୟ ପରାମର୍ଶ ପ୍ରଦାନ କରିବ । ଏମିତିକି ଆଗକୁ ଏନେଇ ଟ୍ରାଭେଲ ହେଲଥ ଆପ ମଧ୍ୟ ପ୍ରଚଳନ କରିବ AIIMS ଭୁବନେଶ୍ଵର।


ଏନେଇ AIIMSର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ଵାସ କହିଛନ୍ତି, "ଯେଉଁମାନେ ବିଦେଶକୁ ଯାଉଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟଗତ ସୂଚନା ଏବଂ ଯେଉଁ ଦେଶକୁ ଯାଉଛନ୍ତି ସେଠାକାର ରୋଗ ବିଷୟରେ ଅବଗତ କରାଯିବ । ଏହାସହ ସେମାନଙ୍କୁ ସେହି ଦେଶରେ ହେଉଥିବା ରୋଗ ପାଇଁ ମଧ୍ୟ ଟିକା ଦିଆଯିବ । ନୂଆ ରୋଗ ପ୍ରତି କିଭଳି ସଚେତନ ରହିବା ସେନେଇ ଧ୍ୟାନ ଦେବା ଆବଶ୍ୟକ । ପୂର୍ବରୁ ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଦିଲ୍ଲୀ କୋଲକାତା ଯିବାକୁ ପଡୁଥିଲା । ଆଜି ଠାରୁ ଭୁବନେଶ୍ବରରେ ଏହାର ସୁବିଧା ପାଇପାରିବେ ବିଦେଶ ଯିବାକୁ ଥିବା ଲୋକେ ।"


ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, "ଏଭଳି କ୍ଲିନିକ ହେବାର ଆବଶ୍ୟକତା ରହିଥିଲା । ବିଦେଶ ଯାତ୍ରା କରିବାର ଏକ ମାସ ପୂର୍ବରୁ ପରାମର୍ଶ ନେବା ଆବଶ୍ୟକ । ପରାମର୍ଶ ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦିଆଯିବ।" ଭୁବନେଶ୍ଵର ବିମାନବନ୍ଦର ଓ ପାରାଦୀପ ବନ୍ଦରର ପବ୍ଲିକ ହେଲଥ ଅଫିସର ଡାକ୍ତର ବିଶ୍ଵ ରଞ୍ଜନ ଦାଶ କହିଛନ୍ତି, "ଏବେବି ବିଶ୍ବରେ ଥିବା 42ଟି ଦେଶରେ ୟେଲୋ ଫିଭର ରହିଛି । ବର୍ତ୍ତମାନ ସୁଦ୍ଧା ଓଡିଶା ସମେତ ସାରା ଦେଶରେ କୌଣସି ରାଜ୍ୟରେ ଏହି ରୋଗ ନାହିଁ । ସେହି ଦେଶମାନଙ୍କରୁ ଯେତେବେଳେ ଲୋକମାନେ ଆମ ରାଜ୍ୟକୁ ଆସିବେ ସେମାନେ ୟେଲୋ ଫିଭରର ଟୀକା ନେଇଥିବା ସାର୍ଟିଫିକେଟ ମଧ୍ୟ ଦେଖାଇବେ । ଏକ ମାସ ପୂର୍ବରୁ ନେଇଥିଲେ ଟିକା ଠିକ ଭାବରେ କାର୍ଯ୍ୟ କରିବ ।" ଏପଟେ ବିଦେଶ ଯାଉଥିବା ଜଣେ ଯୁବକ କହିଛନ୍ତି ଯେ, "ପୂର୍ବରୁ ବିଦେଶକୁ ଯିବାବେଳେ କୋଲକାତାରୁ ସ୍ୱାସ୍ଥ୍ୟ ଯାଞ୍ଚ କରିବାକୁ ପଡୁଥିଲା । ଏବେ ଘର ପାଖରେ ଥିବାରୁ AIIMSରେ ସୁବିଧା ହୋଇପାରିବ ।"

ଏହା ବି ପଢନ୍ତୁ...ନାଚ ଗୀତର ତାଳେ ତାଳେ ଟୀକାକରଣର ସଚେତନତା ବାର୍ତ୍ତା ଦେବ କୋରାପୁଟ

ସୂଚନା ଅନୁଯାୟୀ, ଏହି ସ୍ଵତନ୍ତ୍ର କ୍ଲିନିକ ସପ୍ତାହରେ 2 ଥର ଚାଲିବ । ଆସୁଥିବା ଯାତ୍ରୀମାନଙ୍କୁ ୟେଲୋ ଫିଭର ଟିକା ଭଳି କେତେକ ଦେଶ ଆବଶ୍ୟକ କରୁଥିବା ନିର୍ଦ୍ଦିଷ୍ଟ ଟିକା ସହିତ ଅତ୍ୟାବଶ୍ୟକ ଟୀକାକରଣ ସେବା, ଯାତ୍ରା ସମୟରେ ସୁସ୍ଥ ଆଚରଣ ବିଷୟରେ ପରାମର୍ଶ, ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର ପାଇଁ କଷ୍ଟୋମାଇଜଡ ମେଡିକାଲ କିଟ୍ ଏବଂ ଅନ୍ୟାନ୍ୟ ପରାମର୍ଶ ଯୋଗାଇଦେବ। ଏମ୍ସ CMFM ବିଭାଗରେ ବାର୍ଷିକ ପ୍ରାୟ 3 ହଜାର 500 ଜଣ ହିତାଧିକାରୀ ହଳଦିଆ ଜ୍ୱର ଟିକା ନେଉଛନ୍ତି। ଅଜ୍ଞାତ ଯାତ୍ରୀଙ୍କ ମାଧ୍ୟମରେ ‘ବିଦେଶୀ’ ସଂକ୍ରାମକ ଏଜେଣ୍ଟଙ୍କ ପରିଚୟକୁ ରୋକିବା ପାଇଁ ଓଡ଼ିଶା ପ୍ରବେଶର ୨ ଟି ପଏଣ୍ଟ ଯଥା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର, ଭୁବନେଶ୍ୱର ଏବଂ ପାରାଦ୍ବୀପ ବନ୍ଦର ଉପରେ ନଜର ରଖିବା ଉପରେ ଅତିଥିମାନେ ଗୁରୁତ୍ଵ ପ୍ରଦାନ କରିଛନ୍ତି।


ଇଟିଭି ଭାରତ, ଭୁବନେଶ୍ବର