ETV Bharat / state

ମୋବାଇଲ ଲାଇଟରେ ଚିକିତ୍ସା ଘଟଣା: ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲାଗିଲା ଇନଭେଟର

author img

By

Published : Apr 25, 2020, 9:57 AM IST

ଗତ 23 ତାରିଖ(ଗୁରୁବାର) ଜଣେ ଗୁରୁତର ରୋଗୀଙ୍କୁ ଟର୍ଚ୍ଚ ଲାଇଟରେ ଚିକିତ୍ସା କରାଯାଉଥିବା ଇଟିଭି ଭାରତରେ ଖବର ପ୍ରସାରଣ କରାଯାଇଥିଲା । ଏହାପରେ ଶୁକ୍ରବାର ଦିନ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ତତ୍ପରତା ଦେଖାଇ 24 ଘଣ୍ଟିଆ ବିଦ୍ୟୁତ ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତର ମହାପ୍ରଭାବ : ସ୍ବାସ୍ଥ୍ୟକେନ୍ଦ୍ରରେ ହେଲା ନିରବଚ୍ଛିନ୍ନ ବିଦ୍ୟୁତ ବ୍ୟବସ୍ଥାଇଟିଭି ଭାରତର ମହାପ୍ରଭାବ : ସ୍ବାସ୍ଥ୍ୟକେନ୍ଦ୍ରରେ ହେଲା ନିରବଚ୍ଛିନ୍ନ ବିଦ୍ୟୁତ ବ୍ୟବସ୍ଥା
ଇଟିଭି ଭାରତର ମହାପ୍ରଭାବ : ସ୍ବାସ୍ଥ୍ୟକେନ୍ଦ୍ରରେ ହେଲା ନିରବଚ୍ଛିନ୍ନ ବିଦ୍ୟୁତ ବ୍ୟବସ୍ଥା

ଖୋର୍ଦ୍ଧା: ଇଟିଭି ଭାରତର ମହାପ୍ରଭାବ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ବୋତଳମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗୁରୁତର ରୋଗୀଙ୍କୁ ମୋବାଇଲ ଲାଇଟରେ ଚିକିତ୍ସା ସଂପର୍କରେ ଗତ 23 ତାରିଖ(ଗୁରୁବାର)ଖବର ପ୍ରସାରଣ କରାଯାଇଥିଲା ।

ଏହାପରେ ଶୁକ୍ରବାର ଦିନ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ତତ୍ପରତା ଦେଖାଇ 24 ଘଣ୍ଟିଆ ବିଦ୍ୟୁତ ବ୍ୟବସ୍ଥା କରାଯାଇଛି । ସ୍ବାସ୍ଥ୍ୟ ଅଧିକାରୀ ମେଡିକାଲକୁ ଯାଇ ବୋତଳମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଆଲୋକିକରଣ ପାଇଁ ଇନଭେଟର ଲଗାଇଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.