ETV Bharat / state

ବେଗୁନିଆ ତାରିଣୀ ମନ୍ଦିର ଠାରେ 5 କୋରୋନା ସଂକ୍ରମିତ ଚିହ୍ନଟ, ନିଷିଧାଞ୍ଚଳ ଘୋଷିତ

author img

By

Published : Apr 28, 2021, 9:24 PM IST

ଦ୍ୱିତୀୟ ପର୍ଯ୍ୟାୟ କୋରୋନା ସଂକ୍ରମଣ ଯୋଗୁଁ ଖୋର୍ଦ୍ଧା ଜିଲ୍ଲାରେ କୋରୋନା ମହାମାରୀ ଚିନ୍ତାଜନକ ଅବସ୍ଥାରେ ରହିଛି । ସ୍ଥାନୀୟ ଅଞ୍ଚଳରୁ ୫ ଜଣ କୋରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ସମ୍ପୃକ୍ତ ଅଞ୍ଚଳକୁ ଅଣୁ ଆବଦ୍ଧାଞ୍ଚଳ ଭାବେ ଘୋଷଣା କରିଛନ୍ତି । ସନ୍ଧ୍ୟା ୭ଟାରୁ ମେ ୩ ତାରିଖ ରାତି ୯ଟା ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳକୁ ଆବଦ୍ଧାଞ୍ଚଳ ଭାବେ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ବେଗୁନିଆ ତାରିଣୀ ମନ୍ଦିର ଠାରେ 5 କୋରୋନା ସଂକ୍ରମିତ ଚିହ୍ନଟ, ନିଷିଧାଞ୍ଚଳ ଘୋଷିତ
ବେଗୁନିଆ ତାରିଣୀ ମନ୍ଦିର ଠାରେ 5 କୋରୋନା ସଂକ୍ରମିତ ଚିହ୍ନଟ, ନିଷିଧାଞ୍ଚଳ ଘୋଷିତ


ଖୋର୍ଦ୍ଧା : ଦ୍ୱିତୀୟ ପର୍ଯ୍ୟାୟ କୋରୋନା ସଂକ୍ରମଣ ଯୋଗୁଁ ଖୋର୍ଦ୍ଧା ଜିଲ୍ଲାରେ କୋରୋନା ମହାମାରୀ ଚିନ୍ତାଜନକ ଅବସ୍ଥାରେ ରହିଥିବାବେଳେ ବେଗୁନିଆ ବ୍ଲକ ଅନ୍ତର୍ଗତ ବେଗୁନିଆ ପଞ୍ଚାୟତର ତାରିଣୀ ମନ୍ଦିରଠାରୁ ବରମୂଲେଇ ମନ୍ଦିର ପର୍ଯ୍ୟନ୍ତ ଆବଦ୍ଧାଞ୍ଚଳ(କଣ୍ଟେନମେଣ୍ଟ) ଘୋଷଣା କରାଯାଇଛି l ସ୍ଥାନୀୟ ଅଞ୍ଚଳରୁ ୫ ଜଣ କୋରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ସମ୍ପୃକ୍ତ ଅଞ୍ଚଳକୁ ଅଣୁ ଆବଦ୍ଧାଞ୍ଚଳ ଭାବେ ଘୋଷଣା କରିବା ପାଇଁ ଉପଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେଇଥିଲେ l

ଆଜି ଠାରୁ ଉପଜିଲ୍ଲାପାଳ ଅଶୋକକୁମାର ବେହୁରିଆ ସମ୍ପୃକ୍ତ ଅଞ୍ଚଳକୁ ସନ୍ଧ୍ୟା ୭ଟାରୁ ମେ ୩ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଆବଦ୍ଧlଞ୍ଚଳ ଭାବେ ଘୋଷଣା କରିଛନ୍ତି l ଏହି ଗ୍ରାମକୁ ବାହାର ଲୋକମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିବାବେଳେ ସମ୍ପୃକ୍ତ ଗ୍ରାମର କୌଣସି ବ୍ୟକ୍ତି ଘରୁ ବାହାରକୁ ବାହାରିବା ଉପରେ ମଧ୍ୟ କଟକଣା ଲଗାଯାଇଛି l

ବେଗୁନିଆ ତାରିଣୀ ମନ୍ଦିର ଠାରେ 5 କୋରୋନା ସଂକ୍ରମିତ ଚିହ୍ନଟ, ନିଷିଧାଞ୍ଚଳ ଘୋଷିତ
ବେଗୁନିଆ ତାରିଣୀ ମନ୍ଦିର ଠାରେ 5 କୋରୋନା ସଂକ୍ରମିତ ଚିହ୍ନଟ, ନିଷିଧାଞ୍ଚଳ ଘୋଷିତ

ଏହି ସମୟ ମଧ୍ୟରେ ସମ୍ପୃକ୍ତ ଅଞ୍ଚଳକୁ ବିଶୋଧନ କରାଯିବା ସହ କୋରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ । ସମ୍ପୃକ୍ତ ଅଞ୍ଚଳରେ ବିଭିନ୍ନ କାର୍ଯ୍ୟ ପାଇଁ ନୋଡାଲ ଅଫିସର ଭାବେ ପଞ୍ଚାୟତ ପିଇଓ, ଅଗ୍ନିଶମ ବିଭାଗ ଷ୍ଟେସନ ଅଫିସର, ବୋତଳମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଏବଂ ସିଡିପିଓ ବେଗୁନିଆଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ତହସିଲଦାରଙ୍କ ସହ ବିଡିଓଙ୍କୁ ମଧ୍ଯ ସମସ୍ତ କାର୍ଯ୍ୟର ତଦାରଖ ଦାୟିତ୍ୱ ଦିଆଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.