ETV Bharat / state

ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମାନସିକ ସ୍ଵାସ୍ଥ୍ୟ ସର୍ଭେ ଆରମ୍ଭ

author img

By ETV Bharat Odisha Team

Published : Oct 6, 2023, 6:52 AM IST

ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଶିକ୍ଷକମାନଙ୍କ ମାନସିକ ସ୍ୱାସ୍ଥ୍ୟାବସ୍ଥା ଉପରେ ଏକ ସର୍ଭେ ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

ରାଜ୍ୟରେ ଶିକ୍ଷକମାନଙ୍କ କରାଯିବ ମାନସିକ ସ୍ଵାସ୍ଥ୍ୟ ସର୍ଭେ
ରାଜ୍ୟରେ ଶିକ୍ଷକମାନଙ୍କ କରାଯିବ ମାନସିକ ସ୍ଵାସ୍ଥ୍ୟ ସର୍ଭେ


ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ମାନସିକ ସ୍ୱାସ୍ଥ୍ୟାବସ୍ଥା ଉପରେ ଏକ ସର୍ଭେ ଆରମ୍ଭ ହୋଇଛି । ଏନେଇ ଗଣଶିକ୍ଷା ବିଭାଗ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସର୍ଭେରେ ସମସ୍ତ ଶିକ୍ଷକମାନେ ଅଂଶଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଜାତୀୟ ଶିକ୍ଷା ନୀତି ଅଧୀନରେ ଶିକ୍ଷା ମନ୍ତ୍ରଣାଳୟର 'ମନୋଦର୍ପନ୍‌' କାର୍ଯ୍ୟକ୍ରମର ବ୍ୟବସ୍ଥା ଅନୁଯାୟୀ ରାଜ୍ୟରେ ଏହି ସର୍ଭେ ଆରମ୍ଭ କରାଯାଇଛି ।

ଏହି ସର୍ଭେ ଅକ୍ଟୋବର 15 ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ 61 ହଜାର ବିଦ୍ୟାଳୟରେ ଶିକ୍ଷକଶିକ୍ଷୟିତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ସର୍ଭେ କରାଯିବ । ସେମାନଙ୍କ ମାନସିକ ଦକ୍ଷତା ଜାଣିବା ପାଇଁ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରୁଥିବା ପ୍ରାୟ 2.07 ଲକ୍ଷ ଶିକ୍ଷକଙ୍କୁ ଏହି ସର୍ଭେରେ ଅନ୍ତର୍ଭୁକ୍ତ କରାଯିବ । ଏନେଇ ଶିକ୍ଷା ମନ୍ତ୍ରଣାଳୟ ସେପ୍ଟେମ୍ୱର ମାସରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖାଯାଇଥିଲା ।

ଏଥିରେ ଉଲ୍ଲେଖ କରାଯାଇଥିଲା ଯେ, ପିଲାମାନଙ୍କର ସାମଗ୍ରିକ ମାନସିକ ଏବଂ ଶାରୀରିକ ଅଭିବୃଦ୍ଧିରେ ଶିକ୍ଷକମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ଏଥିରୁ ଶିକ୍ଷକମାନଙ୍କ ପାଠପଢା ଚିନ୍ତା କିମ୍ବା କୌଣସି ପ୍ରକାରର ମାନସିକ ଚାପ ଜାଣିବା ଆବଶ୍ୟକ ବୋଲି ଚିଠିରେ ଦର୍ଶାଯାଇଛି । ତେବେ ଏହି ଚିଠିକୁ ନେଇ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ରାଜ୍ୟରେ ଥିବା ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କଉ ଚିଠି ଲେଖି ଅବଗତ କରାଯାଇଛି । ଯାହା ଫଳରେ ଶିକ୍ଷକମନଙ୍କର ମାନସିକସ୍ତରରେ ଥିବା ଚାପ୍ ଜଣାପଡିବା ସହ ଆଗକୁ କିଭଳି ଭାବରେ ଚାପମୁକ୍ତ ହୋଇ କାର୍ଯ୍ୟ କରିବେ ସେନେଇ ଅଧିକ ଗୁରୁତ୍ବ ଦିଆଯିବ ।

ଏହା ମଧ୍ୟ ପଢନ୍ତୁ..ଶିକ୍ଷାବୃତ୍ତିରେ ୫୮ କୋଟିର ଘୋଟାଲା, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ଅଭିଭାବକ ମହାସଂଘ

ଯେହେତୁ ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ପ୍ରତିପୋଷଣରେ ଶିକ୍ଷକଶିକ୍ଷୟିତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି, ସେମାନଙ୍କ ଚିନ୍ତାଧାରାକୁ ବୁଝିବା ଏବଂ ଶିକ୍ଷଣ ପରିବେଶ ଉପରେ ସେମାନଙ୍କର ସୁସ୍ଥତାର ସମ୍ଭାବ୍ୟ ପ୍ରଭାବକୁ ମଧ୍ୟ ସ୍ୱୀକାର କରିବା ଜରୁରୀ । ମାନସିକ ସ୍ୱାସ୍ଥ୍ୟ ଏବଂ ଭାବ ପ୍ରବଣତା ପାଇଁ ଛାତ୍ର, ଶିକ୍ଷକ ଏବଂ ପରିବାରଙ୍କୁ ମାନସିକ ସ୍ତରରେ ସାମାଜିକ ସହାୟତା ଯୋଗାଇବା ପାଇଁ ଶିକ୍ଷା ମନ୍ତ୍ରଣାଳୟ ବିଭିନ୍ନ କାର୍ଯ୍ୟକଳାପକୁ ଅନ୍ତର୍ଭୁକ୍ତ କରି 'MANODARPAN’ ପଦକ୍ଷେପ ଗ୍ରହଣ କରିଛି । ମନୋଦର୍ପନ୍ ପଦକ୍ଷେପ ଅଧୀନରେ କରାଯାଉଥିବା ବିଭିନ୍ନ କାର୍ଯ୍ୟକଳାପ ମଧ୍ୟରେ ଦେଶର ବିଭିନ୍ନ ଅଞ୍ଚଳର ଶିକ୍ଷକମାନଙ୍କ ପାଇଁ ମାନସିକ ସୁସ୍ଥତା ସର୍ଭେ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.