ETV Bharat / state

Odisha Assembly: 5T ଏକ ବିଭାଗ କି? ଯଦି ବିଭାଗ ଏହାର କାର୍ଯ୍ୟକ୍ରମ କଣ: ବିରୋଧୀ ଦଳନେତା

author img

By

Published : Mar 13, 2023, 5:28 PM IST

Updated : Mar 13, 2023, 8:05 PM IST

ଆଜି ଶୂନ୍ୟକାଳରେ 5T ପ୍ରସଙ୍ଗ ଉଠାଇ ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର କହିଥିଲେ ‘‘ ଓଡିଶା ସରକାରଙ୍କ 5T ଏକ ବିଭାଗ କି? ଯଦି ବିଭାଗ ଏହାର କାର୍ଯ୍ଯାଳୟ କେଉଁଠି? ଏହାର କେତେ କର୍ମଚାରୀ ଅଛନ୍ତି? ଅନ୍ୟ କର୍ମଚାରୀ ମାନେ କିଏ? ଅଧିକ ପଢନ୍ତୁ

ବିରୋଧୀ ଦଳନେତା
ବିରୋଧୀ ଦଳନେତା

Odisha Assembly: 5T ଏକ ବିଭାଗ କି? ଯଦି ବିଭାଗ ଏହାର କାର୍ଯ୍ୟକ୍ରମ କଣ: ବିରୋଧୀ ଦଳନେତା

ଭୁବନେଶ୍ବର: ଓଡିଶା ସରକାରଙ୍କ 5T ଏକ ବିଭାଗ କି? ଯଦି ବିଭାଗ ଏହାର କାର୍ଯ୍ଯାଳୟ କେଉଁଠି? ଏହାର କେତେ କର୍ମଚାରୀ ଅଛନ୍ତି? ଅନ୍ୟ କର୍ମଚାରୀ ମାନେ କିଏ? ଯଦି 5T ଏକ ବିଭାଗ କାହିଁକି ବିଭାଗ ସମ୍ପର୍କୀତ ଆଲୋଚନା ବା ପ୍ରଶ୍ନତ୍ତୋର ବିଧାନସଭାରେ ହେଉନାହିଁ? ଆଜି ବିଧାନସଭା ଶୁନ୍ୟକାଳରେ 5T କୁ ନେଇ ଏଭଳି ରାଜ୍ୟ ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରିଥିଲେ ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର ।

ଆଜି ଶୂନ୍ୟକାଳରେ 5T ପ୍ରସଙ୍ଗ ଉଠାଇ ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର କହିଥିଲେ ‘‘ ଓଡିଶା ସରକାରଙ୍କ 5T ଏକ ବିଭାଗ କି? ଯଦି ବିଭାଗ ଏହାର କାର୍ଯ୍ଯାଳୟ କେଉଁଠି? ଏହାର କେତେ କର୍ମଚାରୀ ଅଛନ୍ତି? ଅନ୍ୟ କର୍ମଚାରୀ ମାନେ କିଏ? ଏହାରା କାର୍ଯ୍ୟାଳୟ କେଉଁଠି ଅଛି? ଲୋକସେବା ଭବନ? ରାଜୀବ ଭବନ ନା ଖାରବେଳ ଭବନରେ? ଯଦି 5T ଏକ ବିଭାଗ କାହିଁକି ବିଭାଗ ସମ୍ପର୍କିତ ଆଲୋଚନା ବା ପ୍ରଶ୍ନୋତ୍ତର ବିଧାନସଭାରେ ହେଉନାହିଁ? ’’

ଏହାବି ପଢନ୍ତୁ- Budget Session: ସ୍ବାଭାବିକ ହେଲା ଗୃହକାର୍ଯ୍ୟ, ଗୃହରେ ଉଠିଲା ଋଣଭାର ପ୍ରସଙ୍ଗ

ଜୟ କହିଛନ୍ତି ଅନ୍ୟ ବିଭାଗର କ୍ଷମତାକୁ ସଙ୍କୁଚିତ କରିବା ପାଇଁ ଏହି ବିଭାଗ ସୃଷ୍ଟି କରାଯାଇଛି କି ? ଯଦି ଏହା ଏକ ବିଭାଗ, ତାହାହେଲେ 5T ବିଭାଗର କାର୍ଯ୍ୟକ୍ରମ ସମ୍ପର୍କରେ ଆମେ ବିଧାନସଭାରେ ପ୍ରଶ୍ନ କରିବାକୁ ଚାହୁଁଛୁ ? ତେଣୁ ଏସମ୍ପର୍କରେ ସରକାର ବିଧାନସଭାରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ବିରୋଧୀ ଦଳନେତା ଦାବି କରିଥିଲେ ।

ସେପଟେ ବିରୋଧୀ ଦଳନେତାଙ୍କ ଦାବିର ଜବାବ ଦେଇଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ପ୍ରଶାନ୍ତ କହିଛନ୍ତି ବିରୋଧୀ ଦଳନେତା ଗୃହରେ ଯେଉଁ ଦାବି ରଖିଛନ୍ତି, ତାହା ହାସ୍ୟାସ୍ପଦ । 5T ଏକ ନିର୍ଦ୍ଦିଷ୍ଟ ବିଭାଗ ହୋଇନପାରେ । ଏହା ଏକ ମହାମନ୍ତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିନ୍ତାଧାରା । ରାଜ୍ୟର ତଳସ୍ତରରେ ବିଭିନ୍ନ ସମସ୍ୟା ଓ ଅନିୟମିତତା ହେଉଥିଲା । ଶାସନ ପ୍ରଶାସନର ସ୍ବଚ୍ଛତା ଓ ସମୟାନୁବର୍ତ୍ତୀତା ଆଣିବା ପାଇଁ 5T ପରିକଳ୍ପନା ଏକ ବଡ ଅସ୍ତ୍ର ହୋଇଛି । ଏହି ମହାମନ୍ତ୍ର ରାଜ୍ୟ ପ୍ରଗତିରେ ବୈପ୍ଲବ ଆଣିଛି । 5T ମାଧ୍ୟମରେ ବିଭିନ୍ନ ଜଟିଳ ସମମ୍ୟାର ସମାଧାନ ହେଉଛି ।

ସୂଚନାଯୋଗ୍ଯଯେ ଆଜି ବିଧାନସଭା ସ୍ବାଭାବିକ ହୋଇଛି । ଗୁରୁ୍ତ୍ବପୂର୍ଣ୍ଣ ପ୍ରଶ୍ନକାଳ ସ୍ବାଭାବିକ ଭାବେ ଚାଲିଥିଲା । ଶୁନ୍ୟକାଳରେ ମଧ୍ୟ ବିରୋଧୀ ଦଳ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ଆଜି ପୁଣି ଥରେ ଗୃହରେ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 13, 2023, 8:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.