ETV Bharat / state

Dhamnagar Bypoll: ସନ୍ଧ୍ୟା 5ଟା ସୁଦ୍ଧା 58.53 ପ୍ରତିଶତ ଭୋଟିଂ

author img

By

Published : Nov 3, 2022, 6:38 PM IST

Updated : Nov 3, 2022, 7:22 PM IST

ସନ୍ଧ୍ୟା 5ଟା ସୁଦ୍ଧା 58.53 ପ୍ରତିଶତ ଭୋଟିଂ । ଧାମନଗର ଉପନିର୍ବାଚନ ଲାଗି ସୁରୁଖୁରୁରେ ଚାଲିଛି ଭୋଟିଂ । ସନ୍ଧ୍ୟା ୫ଟା ସୁଦ୍ଧା 58.53 ପ୍ରତିଶତ ଭୋଟିଂ ହୋଇଛି । ଅଧିକ ପଢନ୍ତୁ

Dhamnagar Bypoll: ସନ୍ଧ୍ୟା 5ଟା ସୁଦ୍ଧା 58.53% ଭୋଟିଂ
Dhamnagar Bypoll: ସନ୍ଧ୍ୟା 5ଟା ସୁଦ୍ଧା 58.53% ଭୋଟିଂ

ଭୁବନେଶ୍ବର: ଧାମନଗର ଉପନିର୍ବାଚନ (Dhamnagar Bypoll) ଲାଗି ସୁରୁଖୁରୁରେ ଚାଲିଛି ଭୋଟିଂ । ସନ୍ଧ୍ୟା ୫ଟା ଯାଏଁ ଭୋଟିଂ ସୁରୁଖୁରୁରେ ଚାଲିଛି । ସନ୍ଧ୍ୟା ୫ଟା ସୁଦ୍ଧା ୫୮.୫୩ ପ୍ରତିଶତ ଭୋଟିଂ ହୋଇଛି । ଆଗାମୀ ସମୟରେ ଏହା ବଢିବାର ସମ୍ଭାବନା ରହିଛି । ଗତ ସାଧାରଣ ନିର୍ବାଚନ ଅପେକ୍ଷା ଅଧିକ ଭୋଟିଂ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି (State Chief Electoral Officer) ।

Dhamnagar Bypoll: ସନ୍ଧ୍ୟା 5ଟା ସୁଦ୍ଧା 58.53 ପ୍ରତିଶତ ଭୋଟିଂ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ଧାମନଗର ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନ ସୁରୁଖୁରୁରେ ଚାଲିଛି । ଗୋଟେ ଦୁଇଟି ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଛି । ଏହା ଗାଁରେ ହୋଇଛି । କିନ୍ତୁ ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟିଂ ଶାନ୍ତି ଶୃଙ୍ଖଳାର ସହ ଚାଲିଛି । ସନ୍ଧ୍ୟା ୫ଟା ସୁଦ୍ଧା ୫୮.୫୩ ପ୍ରତିଶତ ଭୋଟିଂ ହୋଇଛି । ସନ୍ଧ୍ୟା ୬ଟା ପରେ ମଧ୍ୟ ଭୋଟ ଗ୍ରହଣ ଚାଲିବ । ଯେଉଁମାନେ ଭୋଟ ଗ୍ରହଣ କେନ୍ଦ୍ରକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରବେଶ କରିଥିବେ ।

ଏହା ବି ପଢନ୍ତୁ- Dhamnagar Bypoll: କଡା ସୁରକ୍ଷା ବଳୟ ମଧ୍ୟରେ ଚାଲିଛି ମତଦାନ

ସେମାନଙ୍କୁ ସ୍ଲିପ ପ୍ରଦାନ କରାଯିବ ଏବଂ ସେମାନେ ଭୋଟ ଦେଇପାରିବେ । ୨୦୧୯ ସାଧାରଣ ନିର୍ବାଚନରେ ୭୨.୦୧ ପ୍ରତିଶତ ଭୋଟିଂ ହୋଇଥିଲା । ଚଳିତଥର ଏହାଠୁ ଅଧିକ କିମ୍ବା ପାଖାପାଖି ଭୋଟିଂ ହେବ ବୋଲି ଆଶା କରାଯାଉଛି । ପିଙ୍କ ବୁଥକୁ ନେଇ ଭୋଟର ସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଗାମୀ ନିର୍ବାଚନରେ ପିଙ୍କ୍‌ ବୁଥ ସଂଖ୍ୟା ବଢାଇବା ଲାଗି ଯୋଜନା କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 3, 2022, 7:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.