ETV Bharat / state

ଖୋର୍ଦ୍ଧାରେ STF ଚଢ଼ାଉ: ବଜ୍ରକାପ୍ତା ଉଦ୍ଧାର, 3 ଗିରଫ

author img

By

Published : Dec 2, 2022, 10:46 PM IST

ପୁଣି ବଜ୍ରକାପ୍ତା ଉଦ୍ଧାର । ବଜ୍ରକାପ୍ତା ଚୋରାଚାଲାଣ ହେଉଥିବା ଖବର ପାଇ ଖୋର୍ଦ୍ଧା ବନବିଭାଗର ସହଯୋଗରେ ଏସଟିଏଫ ଚଢ଼ାଉ ପରେ ଏକ ବଜ୍ରକାପ୍ତା ଉଦ୍ଧାର । ଘଟଣାସ୍ଥଳରୁ 3 ଚୋରା ଚାଲାଣକାରୀ ଗିରଫ । ଅଧିକ ପଢ଼ନ୍ତୁ

ଖୋର୍ଦ୍ଧାରେ STF ଚଢ଼ାଉ: ବଜ୍ରକାପ୍ତା ଉଦ୍ଧାର, 3 ଗିରଫ
ଖୋର୍ଦ୍ଧାରେ STF ଚଢ଼ାଉ: ବଜ୍ରକାପ୍ତା ଉଦ୍ଧାର, 3 ଗିରଫ

ଖୋର୍ଦ୍ଧା: ପୁଣି ବଜ୍ରକାପ୍ତା ଉଦ୍ଧାର । ଖୋର୍ଦ୍ଧା-ଜଟଣୀ ବାଇପାସ ଠାରେ ଚଢ଼ାଉ କରି ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ଖୋର୍ଦ୍ଧା ବନବିଭାଗର ସହଯୋଗରେ ଚଢ଼ାଉ କରି ଘଟଣାସ୍ଥଳରୁ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ ଟିମ୍‌ । ଜବତ ବଜ୍ରକାପ୍ତାକୁ ଖୋର୍ଦ୍ଧା ବନବିଭାଗକୁ ହସ୍ତାନ୍ତର କରିଛି ଏସଟିଏଫ ।

ଖୋର୍ଦ୍ଧାରେ STF ଚଢ଼ାଉ: ବଜ୍ରକାପ୍ତା ଉଦ୍ଧାର, 3 ଗିରଫ
ଖୋର୍ଦ୍ଧାରେ STF ଚଢ଼ାଉ: ବଜ୍ରକାପ୍ତା ଉଦ୍ଧାର, 3 ଗିରଫ

ସୂଚନା ଅନୁସାରେ ଖୋର୍ଦ୍ଧା-ଜଟଣୀ ବାଇପାସ ଠାରେ ବଜ୍ରକାପ୍ତା ଚୋରାଚାଲାଣ ହେଉଥିବା ଖବର ପାଇ ଖୋର୍ଦ୍ଧା ବନବିଭାଗର ସହଯୋଗରେ ଏସଟିଏଫ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ଏକ ଜୀବନ୍ତ ବଜ୍ରକାପ୍ତା ସହ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଏସଟିଏଫ ଟିମ୍‌ ଜବତ କରିଥିଲା । ଏହି ମାମଲାରେ 3 ଜଣ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ବଡମ୍ବା ଥାନା ଅଞ୍ଚଳର ସାଧୁଚରଣ ମହାନ୍ତି, ବିଜୟ କୁମାର ପରିଡ଼ା ଏବଂ ରାୟଗଡା ଜିଲ୍ଲା ବି ନାରାୟଣପୁର ଥାନା ଅଞ୍ଚଳର କସ୍ତି କଡ଼ରକା । ତେବେ ଜବତ ବଜ୍ରକାପ୍ତାକୁ ଖୋର୍ଦ୍ଧା ବନବିଭାଗକୁ ହସ୍ତାନ୍ତର କରାଯାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.