ETV Bharat / state

108 ଆମ୍ବୁଲାନ୍ସ କର୍ମଚାରୀ ସାଜିଲେ ଡାକ୍ତର, ମୃତଦେହକୁ ନେଲେ ନାହିଁ ହସ୍ପିଟାଲ

author img

By

Published : Apr 21, 2020, 12:26 PM IST

Updated : Apr 21, 2020, 12:45 PM IST

ଶଙ୍କର ଜେନା ଟ୍ରଲି ଚଳାଇ ଆସୁଥିବାବେଳେ ହଠାତ ଟଳି ପଡିଥିଲେ । ସ୍ଥାନୀୟଲୋକମାନେ ତୁରନ୍ତ 108 ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ଆସି ଶଙ୍କରଙ୍କୁ ମୃତ ଘୋଷଣା କରି ହସ୍ପିଟାଲ ନନେଇ ଚାଲିଯାଇଥିଲା । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଟ୍ରଲି ଚାଳକଙ୍କ ମୃତଦେହ ଛାଡି ଚାଲିଗଲା 108 ଆମ୍ବୁଲାନ୍ସ
ଟ୍ରଲି ଚାଳକଙ୍କ ମୃତଦେହ ଛାଡି ଚାଲିଗଲା 108 ଆମ୍ବୁଲାନ୍ସ

ଖୋର୍ଦ୍ଧା: ଦାୟୀତ୍ବ ଭୁଲିଗଲେ 108 ଆମ୍ବୁଲାନ୍ସ କର୍ମଚାରୀ। ଲୋକଙ୍କ ସହାୟତା ପାଇଁ 108 ସବୁବେଳେ ପ୍ରସ୍ତୁତ ଥାଏ। କିନ୍ତୁ ଖୋର୍ଦ୍ଧାରେ ଏହାର କିଛି ବ୍ୟତୀକ୍ରମ ଦେଖିବାକୁ ମିଳିଛି। ଜଣେ ଟ୍ରଲି ଚାଳକଙ୍କୁ ଆମ୍ବୁଲାନ୍ସ କର୍ମଚାରୀ ମୃତ ଘୋଷଣା କରିବା ସହ ତାଙ୍କୁ ନ ନେଇ ଫେରିଯାଇଥିଲେ ।

ଟ୍ରଲି ଚାଳକଙ୍କ ମୃତଦେହ ଛାଡି ଚାଲିଗଲା 108 ଆମ୍ବୁଲାନ୍ସ

ଘଟଣାରୁ ଜଣାପଡିଛି, ଖୋର୍ଦ୍ଧା ଆଦର୍ଶ ଥାନା ଅଞ୍ଚଳର ଟ୍ରଲି ଚାଳକ ଶଙ୍କର ଜେନା ଗୀତାଭବନ ନିକଟରେ ଟ୍ରଲି ଚଳାଇ ଆସୁଥିବାବେଳେ ହଠାତ ଟଳି ପଡିଥିଲେ । ସ୍ଥାନୀୟଲୋକ ତୁରନ୍ତ 108 ଆମ୍ବୁଲାନ୍ସକୁ ଖବର ଦେଇଥିଲେ ।

ଆମ୍ବୁଲାନ୍ସ ଆସି ମେଡିକାଲ ନେବା ପରିବର୍ତ୍ତେ ଶଙ୍କରଙ୍କୁ ମୃତ ଘୋଷଣା କରି ତାଙ୍କୁ ନନେଇ ଚାଲିଯାଇଥିଲେ । କିଛିସମୟ ପରେ ଆଦର୍ଶ ଥାନା ପୋଲିସ ପହଞ୍ଚି ଶଙ୍କରଙ୍କୁ ଖୋର୍ଦ୍ଧା ଜିଲ୍ନେଲା ହସ୍ପିଟାଲକୁ ନେଇଥିଲେ। ଡାକ୍ତର ସେଠାରେ ଶଙ୍କରଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ମୃତ ଘୋଷଣା କରିବାକୁ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଅନୁମତି ଦେଇଛି କିଏ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Apr 21, 2020, 12:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.