ETV Bharat / state

ଦେବଦୂତ ସାଜିଲେ ୧୦୮ କର୍ମଚାରୀ: ଆହତଙ୍କୁ ପାହାଡ ଉପରୁ ବୋହିକି ଆଣି କଲେ ଜୀବନ ରକ୍ଷା

author img

By

Published : Oct 5, 2020, 9:12 PM IST

Updated : Oct 5, 2020, 9:33 PM IST

ଗୁରୁତର ଆହତ ମହିଳାଙ୍କୁ ପାହାଡ ଉପରୁ ଉଦ୍ଧାର କରି ଜୀବନ ରକ୍ଷା କଲେ 108 ଆମ୍ବୁଲାନ୍ସ କର୍ମଚାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ କଳାଙ୍ଗ ପଞ୍ଚାୟତର ମହିଳାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

ଦେବଦୂତ ସାଜିଲେ ୧୦୮ କର୍ମଚାରୀ : ଆହତଙ୍କୁ ପାହାଡ ଉପରୁ ବୋହିକି ଆଣି ଜୀବନ ରକ୍ଷା କଲେ
ଦେବଦୂତ ସାଜିଲେ ୧୦୮ କର୍ମଚାରୀ : ଆହତଙ୍କୁ ପାହାଡ ଉପରୁ ବୋହିକି ଆଣି ଜୀବନ ରକ୍ଷା କଲେ

ଖୋର୍ଦ୍ଧା: ସହାୟତା କରିବା ପାଇଁ ଅର୍ଥର ଆବଶ୍ୟକତା ନଥାଏ । ଆବଶ୍ୟକ ଥାଏ ଉଦାର ହୃଦୟ ଓ ମନ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ କଳାଙ୍ଗ ପଞ୍ଚାୟତ ନାଉପଦା ଗ୍ରାମରେ । ଗ୍ରାମର ବାସନ୍ତୀ ବରାଡଙ୍କ ପାଇଁ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଦେବଦୂତ ସାଜିଛନ୍ତି ।

ଦେବଦୂତ ସାଜିଲେ ୧୦୮ କର୍ମଚାରୀ: ଆହତଙ୍କୁ ପାହାଡ ଉପରୁ ବୋହିକି ଆଣି କଲେ ଜୀବନ ରକ୍ଷା

ସୂଚନାନୁଯାୟୀ ବାସନ୍ତୀଙ୍କୁ ପାରିବାରିକ ଗଣ୍ଡଗୋଳ ଯୋଗୁ କିଛି ଲୋକ ମାଡମାରି ଜଲ୍ଳାପଡା ପାହାଡ ଉପରେ ପକାଇଦେଇଥିଲେ । ପରିବାର କୌଣସି ପୁରୁଷ ଲୋକ ନଥିବାରୁ ତାଙ୍କ ପଡୋଶୀ ଏପରି ଆକ୍ରମଣ କରି ଥିବା ଖବର ଭୁବନେଶ୍ବରରେ ରହୁଥିବା ପୁଅକୁ ଦେଇଥିଲେ । ଖବର ପାଇ ତାଙ୍କ ପୁଅ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଯୋଗାଯୋଗ କରିଥିଲେ । ଚାଳକ ସନ୍ୟାସୀ ମଲ୍ଲିକ, ଫାର୍ମାସିଷ୍ଟ କମଳଲୋଚନ ନାୟକ ଓ ହେଲପର ଅନ୍ତଯ୍ୟାମୀ ବେହେରା ଅପରାହ୍ନରେ କଲ ପାଇଥିବାବେଳେ ସେମାନେ ଆମ୍ବୁଲାନ୍ସ ସହିତ ତୁରନ୍ତ ଘଟଣାସ୍ଥଳ ନିକଟକୁ ପହଞ୍ଚିଥିଲେ ।

ତେବେ ବଣଜଙ୍ଗଲ ଘେରା ପାହାଡ ଅଞ୍ଚଳକୁ କୌଣସି ପକ୍କା ରାସ୍ତା ନଥିବାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଆମ୍ବଲାନ୍ସ ଅଟକି ଯାଇଥିଲା । ଏଣୁ ଡ୍ରାଇଭର ସନ୍ୟାସୀ ଓ ହେଲପର ଅନ୍ତର୍ଯ୍ୟାମୀ ଘଟଣାସ୍ଥଳକୁ ଷ୍ଟ୍ରେଚର ନେଇ ଚାଲି ଚାଲି ଯାଇ ଆହତ ମହିଳାଙ୍କୁ ଷ୍ଟ୍ରେଚର ସାହାର୍ଯ୍ୟରେ କିଛି ପରିବାର ଲୋକଙ୍କ ସହିତ ମିଶିକି ଦୁଇ କିମି ଦୂରରେ ଅଟକି ଯାଇଥିବା ଆମ୍ବୁଲାନ୍ସ ନିକଟକୁ ବୋହି ଆଣିଥିଲେ । ଏହା ପରେ ରୋଗୀଙ୍କୁ ବୋଲଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁନର୍ବାର ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଜଣେ ମହିଳା ରୋଗୀଙ୍କ ପାଇଁ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଦେବଦୂତ ସାଜି ତାଙ୍କର ଜୀବନ ରକ୍ଷା କରି ନିଜ ମାନବିକତାକୁ ସବୁ ମହଲରୁ ଉଚ୍ଚ ପ୍ରଶଂସା କରାଯାଉଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Oct 5, 2020, 9:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.