ETV Bharat / state

ଜିଲ୍ଲା ଓକିଲ ସଂଘକୁ ଅକ୍ସିଜେନ ସିଲିଣ୍ଡର ଓ କିଟ୍ ସମର୍ପିତ କଲେ ଜିଲ୍ଲା ଦୌରାଜଜ୍

author img

By

Published : May 20, 2021, 6:51 AM IST

Updated : May 20, 2021, 9:18 AM IST

ରାଜ୍ୟରେ ଦିନକୁ ଦିନ କୋରୋନା କହର ବଢିବାରେ ଲାଗିଛି । ଆଉ ଏହି ବିପତ୍ତି ସମୟରେ ଅନେକ ବଦାନ୍ୟ ବ୍ୟକ୍ତିଙ୍କ ସହାୟତାକୁ ଜିଲ୍ଲା ଦୌରାଜଜ୍ ଜିଲ୍ଲା ଓକିଲ ସଂଘ ନିକଟରେ ସମର୍ପିତ କଲେ । ଅଧିକ ପଢନ୍ତୁ...

ଜିଲ୍ଲା ଓକିଲ ସଂଘକୁ ଅକ୍ସିଜେନ ସିଲିଣ୍ଡର ଓ କିଟ୍ ଦାନ କଲେ ଜିଲ୍ଲା ଦୌରାଜଜ୍
ଜିଲ୍ଲା ଓକିଲ ସଂଘକୁ ଅକ୍ସିଜେନ ସିଲିଣ୍ଡର ଓ କିଟ୍ ଦାନ କଲେ ଜିଲ୍ଲା ଦୌରାଜଜ୍

କେନ୍ଦୁଝର: କୋରୋନାର ଦ୍ୱିତୀୟ କହର ଏବେ କାୟା ବିସ୍ତାର କରିବାରେ ଲାଗିଛି । ଏବେ କୋରୋନା ଦ୍ୱିତୀୟ ଲହରରେ ଅକ୍ସିଜେନ ଅଭାବ ଯୋଗୁଁ ରୋଗୀମାନେ ମୃତ୍ୟୁ ବରଣ କରୁଥିବା ଦେଖିବାକୁ ମିଳିଛି । ଏହି ମହାମାରୀ ସମୟରେ କେନ୍ଦୁଝର ଜିଲ୍ଲାରେ ବହୁ ବଦାନ୍ୟ ବ୍ୟକ୍ତି ଏହି ଅକ୍ସିଜେନ ସିଲିଣ୍ଡର ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଜିଲ୍ଲା ଓକିଲ ସଂଘର ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ଜନ୍ମଦିନ ଓ ଦିବଙ୍ଗତ ବରିଷ୍ଠ ଓକିଲ ଭାଗିରଥି ମହାନ୍ତଙ୍କ ସ୍ମୃତି ଉଦ୍ଦେଶ୍ୟରେ ଓକିଲ ସଂଘର ସମ୍ପାଦକ ଆଲୋକ ମହାନ୍ତ ଏକ ଅକ୍ସିଜେନ ସିଲିଣ୍ଡର ଓ କିଟ୍ ଦାନ କରିଛନ୍ତି । ଏହି ଅକ୍ସିଜେନ ସିଲିଣ୍ଡରକୁ ଜିଲ୍ଲା ଦୌରାଜଜ୍ ବେଣୁଧର ପାତ୍ର ଜିଲ୍ଲା ଓକିଲ ସଂଘକୁ ଅନୁଷ୍ଠାନିକ ଭାବେ ସମର୍ପିତ କରିଥିଲେ ।

ଜିଲ୍ଲା ଓକିଲ ସଂଘକୁ ଅକ୍ସିଜେନ ସିଲିଣ୍ଡର ଓ କିଟ୍ ଦାନ କଲେ ଜିଲ୍ଲା ଦୌରାଜଜ୍

ଏହି ସମୟରେ ଜିଲ୍ଲା ଓକିଲ ସଂଘର କାର୍ଯ୍ୟକାରୀ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ । ଏହି ସିଲିଣ୍ଡର ଓକିଲ ସଂଘ ର ସମସ୍ତ ସଦସ୍ୟ ଓ ଜିଲ୍ଲା କୋର୍ଟର କର୍ମଚାରୀଙ୍କ ପାଇଁ କାର୍ଯ୍ୟରେ ଲାଗିବ ବୋଲି ଓକିଲ ସଂଘର ସମ୍ପାଦକ ଆଲୋକ ମହାନ୍ତ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଏମଏସପିର ସଭାପତି ଦେଵବ୍ରତ ସ୍ୱାଇଁ, ରୋଟାରୀ କ୍ଲବର ସଦସ୍ୟ ଅଶ୍ୱିନୀ ପଟ୍ଟନାୟକ, ଡ଼ ସଞ୍ଜୀବ ଓତା ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ରୋଟାରୀ କ୍ଲବ ପକ୍ଷରୁ ଓକିଲ ସଂଘ ସଦସ୍ୟଙ୍କ କୋଭିଡ଼ ସମୟରେ ସମସ୍ତ ଚିକିତ୍ସା ଯୋଗାଇ ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ।

କେନ୍ଦୁଝରରୁ ସନ୍ତାେଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : May 20, 2021, 9:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.