ETV Bharat / state

ଆଗେ ଜାତି ପରେ ପାର୍ଟି ଆଉ ମାଟି: ବିଧାୟକ ମୋହନ ମାଝୀ

author img

By

Published : Jun 30, 2023, 10:31 PM IST

କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ ମାଝୀ ପରାଗାନା ମହଲ ସଂଗଠନ ପକ୍ଷରୁ ଏକ ବିରାଟ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ସ୍ଥାନୀୟ ଧରଣୀଧର ବିଶ୍ବବିଦ୍ୟାଳୟ ପରିସରରୁ ଏକ ହଜାରରୁ ଊର୍ଦ୍ଧ୍ବ ସଂଗଠନର ସଦସ୍ୟ ବିରାଟ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ଅଧିକ ପଢନ୍ତୁ

ଆଗେ ଜାତି ପରେ ପାର୍ଟି ଆଉ ମାଟି: ବିଧାୟକ ମୋହନ ମାଝୀ
ଆଗେ ଜାତି ପରେ ପାର୍ଟି ଆଉ ମାଟି: ବିଧାୟକ ମୋହନ ମାଝୀଆଗେ ଜାତି ପରେ ପାର୍ଟି ଆଉ ମାଟି: ବିଧାୟକ ମୋହନ ମାଝୀ

ଆଗେ ଜାତି ପରେ ପାର୍ଟି ଆଉ ମାଟି: ବିଧାୟକ ମୋହନ ମାଝୀ

କେନ୍ଦୁଝର: ମୋ ପାଇଁ ଆଗେ ମୋ ଜାତି । ତାପରେ ପାର୍ଟି ପରେ ମାଟି । ଆଜି ଏହି ବୟାନ ଦେଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ସଦର ବିଧାୟକ ମୋହନ ଚରଣ ମାଝୀ । ୟୁନିଫର୍ମ ସିଭିଲ କୋଡ ନେଇ ଦେଶବ୍ୟାପୀ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି । ଏହି ସମୟରେ ଏହି ଆଇନ ବିରୋଧରେ ଜାତି ପାଇଁ ସମର୍ଥନରେ ଓହ୍ଲାଇଛନ୍ତି ଓଡ଼ିଶାର ବିରୋଧୀ ବିଜେପି ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ । ଏହି ଆଇନରେ ଆଦିବାସୀ ସାନ୍ତାଳମାନଙ୍କ ଅଧିକାର କ୍ଷୁର୍ଣ୍ଣ ହେଉଥିବା ଦାବି କରିଛନ୍ତି ସାନ୍ତାଳ ଭାଷା ପାଇଁ ଲଢ଼ୁଥିବା ସଂଗଠନମାନେ । ସାନ୍ତାଳ ମାନେ ହିନ୍ଦୁ କିମ୍ବା କୌଣସି ଅନ୍ୟ ଜାତି ମଧ୍ୟରେ ଆସୁନାହାଁନ୍ତି ବୋଲି ଦାବି କରିଛି ସଂଗଠନ ।

ଏନେଇ ଆଜି କେନ୍ଦୁଝର ସହରରେ ବିରାଟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଆନ୍ଦୋଳନରେ ସାମିଲ ହେବା ସହ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଦାବିପତ୍ର ଦେଇଛନ୍ତି ମୋହନ ମାଝୀ । ସାନ୍ତାଳୀ ଭାଷାର ସ୍ବତନ୍ତ୍ରତା ଥିବାରୁ ଏହାକୁ ଆଇନରେ ସାମିଲ ନକରିବା ସହ ଜାତିର ଅଧିକାର ପାଇଁ ବିକ୍ଷୋଭରେ ସାମିଲ ହୋଇଥିବା କହିଛନ୍ତି ବିଜେପି ସଦର ବିଧାୟକ ମୋହନ ମାଝୀ । ଜାତି ପାଇଁ ପାର୍ଟି ଆଉ ମାଟି ବିରୋଧରେ ମୋହନ ମାଝୀଙ୍କ ଏହି ପଦକ୍ଷେପ ଏବେ ଚର୍ଚ୍ଚାରେ ।

ଆଜି କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ ମାଝୀ ପରାଗାନା ମହଲ ସଂଗଠନ ପକ୍ଷରୁ ଏକ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ସ୍ଥାନୀୟ ଧରଣୀଧର ବିଶ୍ବବିଦ୍ୟାଳୟ ପରିସରରୁ ଏକ ହଜାର ରୁ ଉର୍ଦ୍ଧ୍ବ ସଂଗଠନର ସଦସ୍ୟ ବିରାଟ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ଏହି ଶୋଭାଯାତ୍ରା ସମୟରେ ସଙ୍ଗଠନର ସଦସ୍ୟ ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ବାଦ୍ୟର ତାଳେ ତାଳେ ନାଚିନାଚି ଆସିଥିଲେ ।

ସାନ୍ତାଳୀ ଭାଷାକୁ ମାନ୍ୟତା ପ୍ରଦାନ କରିବା ସହ ଦଶ ଦଫା ଦାବି ନେଵା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସାନ୍ତାଳୀ ଭାଷାକୁ ସଂଖ୍ୟାଲଘୁ ଭାଷା ରୂପେ ମାନ୍ୟତା, ଏହି ଭାଷାକୁ ପରିଚାଳନା ଓ ତ୍ବରାନ୍ବିତ ପାଇଁ ବୋର୍ଡ ଗଠନ, ସାନ୍ତାଳୀ ( ଅଲଚିକି) କୁ ପ୍ରାଥମିକ ସ୍ଥରରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷାରେ ସାମିଲ, ସରନା ଧର୍ମକୁ କୋଲମ ବୋର୍ଡ଼ରେ ସ୍ଥାନ, ସମ୍ବିଧାନର ପଞ୍ଚମ ଅନୁସୂଚୀ ଅନୁସାରେ ମାଝୀ ପାରଗାନାକୁ ମାନ୍ୟତା ପ୍ରଦାନ, ଓଡ଼ିଶାରେ ଓପିଏସସି, ଏସଏସସି ଆଦି ପରୀକ୍ଷାରେ ଅଲଚିକି ଭାଷାକୁ ସାମିଲ, ଜାତୀୟ ଶିକ୍ଷାନୀତିରେ ଅଲଚିକି ଭାଷାକୁ ସ୍ଥାନ, ଆଦିବାସୀ ବିରୋଧୀ ବନ ସଂରକ୍ଷଣ ସଂଶୋଧନ ବିଲ୍‌କୁ ପ୍ରତ୍ୟାହାର ଦାବି ସହ ଆଦିବାସୀ ବିରୋଧୀ ୟୁସିସିକୁ ପ୍ରତ୍ୟାହାର ପାଇଁ ଦାବି କରିଥିଲେ ବିକ୍ଷୋଭକାରୀ ।

ଏନେଇ ଏକ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ସଂଗଠନ ପକ୍ଷରୁ ପ୍ରଦାନ କରାଯାଇଥିଲା । ଏହି ୧୦ ଦଫା ଦାବି ପୂରଣ ସହ ବିଶେଷ କରି ୟୁସିସି ଆଇନନ ପ୍ରଣୟନ କରିବା ପାଇଁ ଦାବି କରିଛି ସଂଗଠନ । ଏହି ଦାବି ଯଥାଶୀଘ୍ର ନମାନିଲେ ଆଗାମୀ ଦିନରେ ଏହି ଭାଷା ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କହିଛି ସଂଗଠନ । ଆଜିର ଏହି ଆନ୍ଦୋଳନ ନେଇ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.