ETV Bharat / state

କାଳ ହେଲା ଅସାବଧାନତା, ପୋଖରୀରେ ବୁଡି ନାବାଳିକା ମୃତ

author img

By

Published : Aug 20, 2020, 8:51 AM IST

Updated : Aug 20, 2020, 9:23 AM IST

ଅସାବଧନତା ହେଲା କାଳ । ପୋଖରୀରେ ବୁଡି ନାବାଳିକାର ମୃତ୍ୟୁ । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଉଲିବସା ଗାଁରେ ।

anandpur latest news, minor died in anandpur, minor death, drown death in river, ଆନନ୍ଦପୁର ଲାଟେଷ୍ଟ ନ୍ୟୁଜ୍‌, ଆନନ୍ଦପୁରରେ ନାବାଳିକା ମୃତ୍ୟୁ, ନାବାଳିକା ମୃତ୍ୟୁ, ପୋଖରୀରେ ବୁଡି ମୃତ୍ୟୁ
କାଳ ହେଲା ଅସାବଧାନତା, ପୋଖରୀରେ ବୁଡି ନାବାଳିକା ମୃତ

ଆନନ୍ଦପୁର: ଅସାବଧନତା ହେଲା କାଳ । ପୋଖରୀରେ ବୁଡି ନାବାଳିକାର ମୃତ୍ୟୁ । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଉଲିବସା ଗାଁରେ । ମୃତ ନାବାଳିକା ହେଲେ ସେହି ଗାଁର ରଘୁନାଥ ବିରୁଆଙ୍କ ଦଶ ବର୍ଷର ଝିଅ ରିତା ବରୁଆ ।

କାଳ ହେଲା ଅସାବଧାନତା, ପୋଖରୀରେ ବୁଡି ନାବାଳିକା ମୃତ

ସୂଚନା ଅନୁସାରେ, ମୃତ ରିତା ବୁଧବାର ସନ୍ଧ୍ୟାରେ ସାଙ୍ଗ ମାନଙ୍କ ସହିତ ଖେଳିସାରି ଗାଁ ପୋଖରୀକୁ ଗୋଡ ଧୋଇବାକୁ ଯାଇଥିଲା । ସେହି ସମୟରେ ଗୋଡ ଖସିଯିବାରୁ ପୋଖରୀ ଭିତରେ ବୁଡି ଯାଇଥିଲା । ପାଖରେ ଥିବା ଅନ୍ୟା ସାଙ୍ଗ ମାନେ ଗାଁ ଲୋକଙ୍କୁ ଡାକିବା ପରେ ବିଳମ୍ବିତ ରାତିରେ ତାକୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନା ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Last Updated : Aug 20, 2020, 9:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.