ETV Bharat / state

ମାଟ୍ରିକ ଖାତା ଦେଖା ସେଣ୍ଟରରେ ଅବ୍ୟବସ୍ଥା ନେଇ ତାତିଲେ ଶିକ୍ଷକ

author img

By

Published : Dec 11, 2022, 1:03 PM IST

ମାଟ୍ରିକ ଖାତା ଦେଖା ସେଣ୍ଟରରେ ଅବ୍ୟବସ୍ଥା ନେଇ ତାତିଲେ ଶିକ୍ଷକ । କେନ୍ଦୁଝରରୁ ସାମ୍ନାକୁ ଆସିଛି ଏହି ଘଟଣା । ଅଧିକ ପଢନ୍ତୁ

ମାଟ୍ରିକ ଖାତାଦେଖା ସେଣ୍ଟରରେ ଅବ୍ୟବସ୍ଥା ନେଇ ତାତିଲେ ଶିକ୍ଷକ
ମାଟ୍ରିକ ଖାତାଦେଖା ସେଣ୍ଟରରେ ଅବ୍ୟବସ୍ଥା ନେଇ ତାତିଲେ ଶିକ୍ଷକ

ମାଟ୍ରିକ ଖାତାଦେଖା ସେଣ୍ଟରରେ ଅବ୍ୟବସ୍ଥା ନେଇ ତାତିଲେ ଶିକ୍ଷକ

କେନ୍ଦୁଝର: ସରିଛି ଦଶମ ଶ୍ରେଣୀ ପ୍ରିବୋର୍ଡ ପରୀକ୍ଷା । ଏବେ ପରୀକ୍ଷା ଖାତା ଦେଖିବାର ସମୟ । ଏଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ମୁଖ୍ୟାଳୟର ମୁଖ୍ୟ ବିଦ୍ୟାଳୟରେ ଖାତାଦେଖା ବ୍ୟବସ୍ଥା କରାଯାଇଛି । ହେଲେ ଏହି ବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରୀକ୍ଷା ଖାତାଦେଖା ଦାୟିତ୍ବରେ ଥିବା ଶିକ୍ଷକ । କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ ଥିବା ଡିଏନ ହାଇସ୍କୁଲରୁ ଏହି ଅଭିଯୋଗ ଆସିଛି । ସ୍କୁଲରେ ଅବ୍ୟବସ୍ଥା ସହ ଏଠାରେ ଶିକ୍ଷକମାନଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ କରି ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଡିଏନ ସ୍କୁଲରେ ସମସ୍ତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଖାତା ଦେଖାନେଇ ସେଣ୍ଟର ବ୍ୟବସ୍ଥା କରାଯାଇଛି । କିନ୍ତୁ ଏଠାରେ ଶିକ୍ଷକଙ୍କ ପାଇଁ ପରିଶ୍ରାଗାର ଭଳି ମୌଳିକ ସୁବିଧା ନଥିବା ଅଭିଯୋଗ କରିଛନ୍ତି । ଏପରିକି ବିଦ୍ୟାଳୟ ପରିସରରେ ପିଅନ ଶିକ୍ଷକମାନଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି । ଯାହାକୁ ପ୍ରତିବାଦ କରି ଶିକ୍ଷକମାନେ ଖାତା ଦେଖିବା ବନ୍ଦ କରିବା ସହ ବିଦ୍ୟାଳୟ ଗେଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏପରିକି ସେମାନଙ୍କ ସେଣ୍ଟର ବଦଳାଇବା ନେଇ ଦାବି କରିଛନ୍ତି । ଏହି କାରଣରୁ କିଛି ସମୟ ପାଇଁ ଖାତାଦେଖା ବାଧାପ୍ରାପ୍ତ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: ହେମଗିରି ଗର୍ଜନ ପାହାଡ଼ରେ ବୁଲୁଛି ମହାବଳ ବାଘ ! ଭିଡିଓ ଭାଇରାଲ

ଘଟଣାସ୍ଥଳରେ ଡିଇଓ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା । ଆଗାମୀ ଦିନରେ ଶିକ୍ଷକଙ୍କ ପାଇଁ ସ୍କୁଲରେ ସମସ୍ତ ସୁବିଧା କରାଯିବ ବୋଲି କହିଛନ୍ତି ଡ଼ିଇଓ । ପ୍ରକାଶଥାଉ କି, ଗତ ୯ ତାରିଖରୁ ଦଶମ ଶ୍ରେଣୀ ପରୀକ୍ଷା ଖାତା ଦେଖା ଚାଲିଛି । ଏହା ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.