ETV Bharat / state

୨୦୨୩ ଡିସେମ୍ବର ସୁଦ୍ଧା କାର୍ଯ୍ୟକାରୀ ହେବ କାନପୁର ଜଳସେଚନ ପ୍ରକଳ୍ପ

author img

By

Published : Aug 31, 2021, 10:19 AM IST

୨୦୨୩ ଶେଷ ସୁଦ୍ଧା କାର୍ଯ୍ୟକାରୀ କେନ୍ଦୁଝରର ବହୁ ପ୍ରତିକ୍ଷିତ କାନପୁର ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବା ନେଇ ବିଜେଡିର ସୂଚନା । ଅଧିକ ପଢନ୍ତୁ...

୨୦୨୩ ଡିସେମ୍ବର ସୁଦ୍ଧା କାର୍ଯ୍ୟକାରୀ ହେବ କାନପୁର ଜଳସେଚନ ପ୍ରକଳ୍ପ: ବିଜେଡି
୨୦୨୩ ଡିସେମ୍ବର ସୁଦ୍ଧା କାର୍ଯ୍ୟକାରୀ ହେବ କାନପୁର ଜଳସେଚନ ପ୍ରକଳ୍ପ: ବିଜେଡି

କେନ୍ଦୁଝର: ଜିଲ୍ଲାର ବହୁ ପ୍ରତିକ୍ଷିତ କାନପୁର ଜଳସେଚନ ପ୍ରକଳ୍ପ ୨୦୨୩ ଶେଷ ସୁଦ୍ଧା କାର୍ଯ୍ୟକାରୀ ହେବ । ଦୀର୍ଘ ୩୦ ବର୍ଷ ଧରି କାର୍ଯ୍ୟ ଚାଲୁଥିବା ଏହି ପ୍ରକଳ୍ପର ସମସ୍ତ ଅସୁବିଧା ଦୂର ହୋଇଛି । ଏହାସହ ଏହି ପ୍ରକଳ୍ପର ମୁଖ୍ୟ ଅସୁବିଧା ଥିବା ବାମ ପାର୍ଶ୍ଵ ଆଡ଼ିବନ୍ଧକୁ ନୂତନ ଜ୍ଞାନ କୌଶଳରେ ପ୍ଲାଷ୍ଟିକ କୋଟିଙ୍ଗ କରାଯିବ । ଏନେଇ ରାଜ୍ୟ ସରକାର ୨୦୦ କୋଟି ବ୍ୟୟ ବରାଦ କରିଛନ୍ତି ।

୨୦୨୩ ଡିସେମ୍ବର ସୁଦ୍ଧା କାର୍ଯ୍ୟକାରୀ ହେବ କାନପୁର ଜଳସେଚନ ପ୍ରକଳ୍ପ: ବିଜେଡି

ଏହି ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଜଳ ଧାରଣ କ୍ଷମତା ଡ୍ୟାମରେ ଠିକ ରହିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ଏନେଇ ବିଜୁ ଜନତା ଦଳ କେନ୍ଦୁଝର ଶାଖା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଅନୁଦାନ ପାଇଁ ଜିଲ୍ଲାର ସମସ୍ତ ବିଧାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ସଭାପତି ମାଧବ ସର୍ଦ୍ଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାଏକ, ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବଦ୍ରୀ ନାରାୟଣ ପାତ୍ରଙ୍କ ସହ ସମସ୍ତ ବିଧାୟକ, ଲୋକ ପ୍ରତିନିଧି ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.