ETV Bharat / state

Hockey World Cup Trophy Tour: ଉତ୍ସବମୁଖର ସାରା ଓଡିଶା, କେନ୍ଦୁଝରରେ ଟ୍ରଫିକୁ ଭବ୍ୟ ସ୍ଵାଗତ

author img

By

Published : Jan 7, 2023, 8:56 PM IST

ସାରା ଦେଶ ପରିକ୍ରମା ପରେ ଏବେ ରାଜ୍ୟ ପରିକ୍ରମା କରୁଛି ହକି ବିଶ୍ବକପ ଟ୍ରଫି । ଏହି କ୍ରମରେ ଶନିବାର କେନ୍ଦୁଝର ଜିଲ୍ଲାରେ ଟ୍ରଫି ପହଞ୍ଚିଥିବାବେଳେ ଏଠାରେ ଟ୍ରଫିକୁ ଭବ୍ୟ ସ୍ଵାଗତ କରାଯାଇଛି । ଉଦଘାଟନୀ ଉତ୍ସବ ସହ ୧୩ ତାରିଖରୁ ସମସ୍ତ ମ୍ୟାଚ ଜିଲ୍ଲା ମୁଖ୍ୟାଳୟ ସହିତ ୨୯୭ଟି ପଞ୍ଚାୟତରେ ଲୋକେ ଲାଇଭ୍ ଦେଖିବା ପାଇଁ ଆୟୋଜନ କରାଯାଇଥିବା କହିଛନ୍ତି ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ

କେନ୍ଦୁଝରରେ ହକି ବିଶ୍ବକପ ଟ୍ରଫିକୁ ଭବ୍ୟ ସ୍ଵାଗତ
କେନ୍ଦୁଝରରେ ହକି ବିଶ୍ବକପ ଟ୍ରଫିକୁ ଭବ୍ୟ ସ୍ଵାଗତ

କେନ୍ଦୁଝରରେ ହକି ବିଶ୍ବକପ ଟ୍ରଫିକୁ ଭବ୍ୟ ସ୍ଵାଗତ

କେନ୍ଦୁଝର: ଆଉ ମାତ୍ର କିଛିଦିନର ଅପେକ୍ଷା । ରାଜ୍ୟରେ ଆୟୋଜନ ହେବାକୁ ଯାଉଛି ହକି ବିଶ୍ବକପ ୨୦୨୩ । ଆସନ୍ତା ୧୧ ତାରିଖରେ ବିଶ୍ବକପ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ ଉତ୍ସବ ମୁଖର ସାରା ଓଡିଶା । ଏହି ବିଶ୍ବକପ ଟ୍ରଫି ରାଜ୍ୟ ଭ୍ରମଣ କରୁଥିବାବେଳେ ଆଜି (ଶନିବାର) କେନ୍ଦୁଝର ଜିଲ୍ଲାରେ ଟ୍ରଫିକୁ ଭବ୍ୟ ସ୍ଵାଗତ କରାଯାଇଛି । ଉଦ୍‌ଘାଟନୀ ଉତ୍ସବ ସହିତ ସମସ୍ତ ମ୍ୟାଚକୁ ଜିଲ୍ଲାବାସୀ ଲାଇଭ ଦେଖିବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ଶନିବାର ସକାଳେ ଏହି ଉଦ୍ଦେଶ୍ୟରେ ଏକ ମାରାଥନ୍ ରାଲିର ଆୟୋଜନ କରାଯାଇଥିଲା । ପୁରୁଣା ସହର ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିର ସମ୍ମୁଖରେ ହକି ବିଶ୍ଵକପ୍ ଟ୍ରଫିକୁ ଉପସ୍ଥିତ ଜନତା ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଛାତ୍ରଛାତ୍ରୀଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ଓ ଆଦିବାସୀଙ୍କ ପାରମ୍ପରିକ ନୃତ୍ୟଗୀତରେ ପ୍ରକମ୍ପିତ ହୋଇ ଉଠିଥିଲା ସମଗ୍ର ପରିବେଶ । ଏହାପରେ ଟ୍ରଫିକୁ ବିଭିନ୍ନ ଶିକ୍ଷାନୁଷ୍ଠାନ ସମ୍ମୁଖରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପରିଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ହକି ବିଶ୍ଵକପ୍ ଉଦ୍ଦେଶ୍ୟରେ ଜିଲ୍ଲା ମୁଖ୍ୟାଳୟରେ ବାଲୁକା କଳାର ଏକ ଥିମ୍ ପାର୍କ ଆୟୋଜିତ କରାଯାଉଛି । ୧୧ ତାରିଖରେ ଉଦଘାଟନୀ ଉତ୍ସବ ସହ ୧୩ ତାରିଖରୁ ହକି ବିଶ୍ଵକପ୍ ମ୍ୟାଚ୍ ୨୯ ତାରିଖ ଯାଏଁ ଜିଲ୍ଲା ମୁଖ୍ୟାଳୟ ସହିତ ୨୯୭ଟି ଗ୍ରାମ ପଞ୍ଚାୟତରେ ଲାଇଭ୍ ମ୍ୟାଚ୍ ଲୋକେ ଦେଖିବା ପାଇଁ ବ୍ୟାପକ ଆୟୋଜନ କରାଯାଇଥିବା କହିଛନ୍ତି ଜିଲ୍ଲାପାଳ ।

ଦିନ ଗଡ଼ିବା ସହ ହକି ବିଶ୍ବକପକୁ ନେଇ ବଢ଼ୁଛି ଉତ୍କଣ୍ଠା । ସାରା ଦେଶରେ ପରିକ୍ରମା କରି ଫେରିବା ପରେ FIH ଓଡ଼ିଶା ପୁରୁଷ ହକି ବିଶ୍ବକପ ଟ୍ରଫି ଏବେ ରାଜ୍ୟ ପରିକ୍ରମା କରୁଛି । ବିଶ୍ବକପ ଟ୍ରଫି ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯାଇଥିଲା । ଆସନ୍ତା ଜାନୁଆରୀ ୧୩ରୁ ୨୯ ଯାଏଁ ଓଡ଼ିଶାରେ ହକି ବିଶ୍ବକପ ଖେଳାଯିବ (Hockey World Cup 2023) । ୨୦୨୩ ହକି ବିଶ୍ବକପ ପାଇଁ ପ୍ରାୟୋଜକ ରହିଛି ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ । ଭୁବନେଶ୍ବରରେ ଥିବା କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାରେ ନିର୍ମାଣ ହେଉଥିବା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏହି ହକି ବିଶ୍ବକପ ଖେଳାଯିବ । ଏନେଇ ସାରା ଓଡ଼ିଶାରେ ଦେଖିବାକୁ ମିଳିଛି ହକି ଫିଭର । କ୍ରୀଡା ରାଜଧାନୀ ଭାବେ ସମସ୍ତଙ୍କୁ ଆକୃଷ୍ଟ କରୁଛି ଓଡ଼ିଶା । ୨୦୧୮ ହକି ବିଶ୍ବକପର ଚମତ୍କାର ଆୟୋଜନ ସହିତ ବିଶ୍ବ ଦରବାରରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ଓଡ଼ିଶା । ୨୦୧୮ ତୁଳନାରେ ୨୦୨୩ ବିଶ୍ବକପକୁ ଅଧିକ ଗ୍ରାଣ୍ଡ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଖେଳାଳି, ଅଧିକାରୀ ଓ ଦର୍ଶକମାନଙ୍କ ପାଇଁ ଏହାଏକ ସ୍ମରଣୀୟ ବିଶ୍ବକପ୍‌ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ କରାଯାଉଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.