ETV Bharat / state

ମଙ୍ଗଳବାର ଚନ୍ଦ୍ର ଗ୍ରହଣ, ବନ୍ଦ ରହିବ ମା' ତାରିଣୀଙ୍କ ଦର୍ଶନ

author img

By

Published : Nov 6, 2022, 10:29 PM IST

ଆସନ୍ତା ଅକ୍ଟୋବର ୮ ତାରିଖ (ମଙ୍ଗଳବାର) କାର୍ତ୍ତିକ ପୂର୍ଣ୍ଣମୀ ଦିନ ଚନ୍ଦ୍ର ଗ୍ରହଣ ପାଇଁ ବନ୍ଦ ରହିବ ଘଟଗାଁ ତାରିଣୀଙ୍କ ଦର୍ଶନ । ସନ୍ଧ୍ୟା ୬ ଘଣ୍ଟା ୨୧ ମିନିଟ ପରେ ମା ତାରିଣୀଙ୍କ ଯଥାରୀତି ଦେବନୀତି ଓ ପୂଜା କାର୍ଯ୍ୟ ସମ୍ପାଦନ କରାଯିବ । ଅଧିକ ପଢ଼ନ୍ତୁ

ମଙ୍ଗଳବାର ଚନ୍ଦ୍ର ଗ୍ରହଣ, ବନ୍ଦ ରହିବ ମା' ତାରିଣୀଙ୍କ ଦର୍ଶନ
ମଙ୍ଗଳବାର ଚନ୍ଦ୍ର ଗ୍ରହଣ, ବନ୍ଦ ରହିବ ମା' ତାରିଣୀଙ୍କ ଦର୍ଶନ

କେନ୍ଦୁଝର: ଚନ୍ଦ୍ର ଗ୍ରହଣ ପାଇଁ ମଙ୍ଗଳବାର ବନ୍ଦ ରହିବ ମା' ତାରିଣୀଙ୍କ ଦର୍ଶନ । ଚନ୍ଦ୍ରଗ୍ରହଣ କାରଣରୁ ମନ୍ଦିରରେ ବନ୍ଦ ରହିବ ଦେବକାର୍ଯ୍ୟ । ସନ୍ଧ୍ୟା ୬ ଘଣ୍ଟା ୨୧ ମିନିଟ ପରେ ମା ତାରିଣୀଙ୍କ ଯଥାରୀତି ଦେବନୀତି ଓ ପୂଜା କାର୍ଯ୍ୟ ସମ୍ପାଦନ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ମଙ୍ଗଳବାର ଚନ୍ଦ୍ର ଗ୍ରହଣ, ବନ୍ଦ ରହିବ ମା' ତାରିଣୀଙ୍କ ଦର୍ଶନ
ମଙ୍ଗଳବାର ଚନ୍ଦ୍ର ଗ୍ରହଣ, ବନ୍ଦ ରହିବ ମା' ତାରିଣୀଙ୍କ ଦର୍ଶନ

ଆସନ୍ତା ଅକ୍ଟୋବର ୮ ତାରିଖ (ମଙ୍ଗଳବାର) କାର୍ତ୍ତିକ ପୂର୍ଣ୍ଣମୀ ଦିନ କେତୁ ଗ୍ରସ୍ତ ଚନ୍ଦ୍ର ଗ୍ରହଣ ସଂଗଠିତ ହେବ । ତେବେ ହିନ୍ଦୁନୀତି ଅନୁସାରେ, ଦେବସ୍ଥାନ, ଗୃହ ଗୁଡିକରେ ଦେବକାର୍ଯ୍ୟ ବନ୍ଦ ରହିଥାଏ । ଏହି ପ୍ରଥା ଅନୁସାରେ ବିଭିନ୍ନ ଦେବାଦେବୀ ମନ୍ଦିରର ଦେବ ନୀତି ବନ୍ଦ ରହିବ । ଏହି ପରିପ୍ରେକ୍ଷୀରେ ବହୁ ପ୍ରସିଦ୍ଧ ଘଟଗାଁ ତାରିଣୀ ମନ୍ଦିରରେ ଦର୍ଶନ ମଧ୍ୟ ମଙ୍ଗଳବାର ବନ୍ଦ ରହିବ । ସନ୍ଧ୍ୟାରେ ଯଥାରୀତି ଦେବନୀତି ଓ ପୂଜା କାର୍ଯ୍ୟ ସମ୍ପାଦନ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଦିନ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ ସଂଗଠିତ ହେବ । ଏହି ଚନ୍ଦ୍ର ଗ୍ରହଣ କାରଣରୁ ମନ୍ଦିର ଗୁଡିକରେ ଦେବକାର୍ଯ୍ୟ ବନ୍ଦ ରହିବ । ନୀତି ଅନୁଯାୟୀ ଆସନ୍ତା ମଙ୍ଗଳବାର ୮ ତାରିଖରେ ମା' ତାରିଣୀଙ୍କ ସାଧାରଣ ଦର୍ଶନ ମଧ୍ୟ ବନ୍ଦ ରହିବ । ଏନେଇ ମା' ତାରିଣୀ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ସୂଚନା ଦିଆଯାଇଛି । ଉକ୍ତ ମଙ୍ଗଳବାର ଭୋର ୫ ଘଣ୍ଟା ୩୦ ମିନିଟରୁ ସନ୍ଧ୍ୟା ୬ ଘଣ୍ଟା ୨୧ ମିନିଟ ପର୍ଯ୍ୟନ୍ତ ମା' ତାରିଣୀଙ୍କ ସମସ୍ତ ଦେବନୀତି ବନ୍ଦ ରହିବ । ଏହା ସହ ମନ୍ଦିରର ଅନ୍ନ ଭୋଜନ ମଧ୍ୟ ନିଷେଧ କରାଯାଇଛି । ସନ୍ଧ୍ୟା ୬ ଘଣ୍ଟା ୨୧ ମିନିଟ ପରେ ମା ତାରିଣୀଙ୍କ ଯଥାରୀତି ଦେବନୀତି ଓ ପୂଜା କାର୍ଯ୍ୟ ସମ୍ପାଦନ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.