ETV Bharat / state

ସଂରକ୍ଷିତ ଜଙ୍ଗଲରେ ବନ ବିଭାଗର ଚଢାଉ: ଶାଗୁଆନ କାଠ ସହ ୪ ଗିରଫ

author img

By

Published : Jul 8, 2021, 7:05 PM IST

ତେଲକୋଇ ବନାଞ୍ଚଳ ଅଧିନ ସଲେଇକେନା ଓ କଳାପୋଖରୀ ସଂରକ୍ଷିତ ଜଙ୍ଗଲ ଶିଙ୍କୁଳାବାହାଳ ଗାଁ ନିକଟ ଜଙ୍ଗଲରେ ବେଆଇନ ଭାବେ ଶାଗୁଆନ କାଠ କଟାଯାଉଥିଲା । ସେହି ସମୟରେ କାଠ ସହ ଚାରି ଜଣଙ୍କୁ ଗିରଫ କରିଛି ବନବିଭାଗ । ଅଧିକ ପଢନ୍ତୁ...

ସଂରକ୍ଷିତ ଜଙ୍ଗଲରେ ବନ ବିଭାଗର ଚଢାଉ: ଶାଗୁଆନ କାଠ ସହ ୪ ଗିରଫ
ସଂରକ୍ଷିତ ଜଙ୍ଗଲରେ ବନ ବିଭାଗର ଚଢାଉ: ଶାଗୁଆନ କାଠ ସହ ୪ ଗିରଫ

କେନ୍ଦୁଝର: ତେଲକୋଇ ବନାଞ୍ଚଳ ଅଧିନ ସଲେଇକେନା ଓ କଳାପୋଖରୀ ସଂରକ୍ଷିତ ଜଙ୍ଗଲ ଶିଙ୍କୁଳାବାହାଳ ଗାଁ ନିକଟ ଜଙ୍ଗଲରେ ବେଆଇନ ଭାବେ ଶାଗୁଆନ କାଠ କଟାଯାଉଥିଲା । ସେହି ସମୟରେ କାଠ ସହ ଚାରି ଜଣଙ୍କୁ ଗିରଫ କରିଛି ବନବିଭାଗ । ସେମାନଙ୍କ ଠାରୁ କାଠ କାଟିବା ସରଞ୍ଜାମ ମଧ୍ୟ ଜବତ କରାଯାଇଛି ।

ସଂରକ୍ଷିତ ଜଙ୍ଗଲରେ ବନ ବିଭାଗର ଚଢାଉ: ଶାଗୁଆନ କାଠ ସହ ୪ ଗିରଫ

ଧରାପଡିଥିବା ଚାରି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ଘର ଛତିଶଗଡ ହୋଇଥିବାବେଳେ ଅନ୍ୟ ଦୁଇ ଜଣଙ୍କ ଘର ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ଆନୁମାନିକ ୫୦ ହଜାର ଟଙ୍କାର ଶାଗୁଆନ କାଠ ଜବତ କରିଛନ୍ତି ବନବିଭାଗ କର୍ମଚାରୀ । ଏହି ଘଟଣାରେ କିଛି ସ୍ଥାନୀୟ ମୁଷ୍ଟିମେୟ ଲୋକଙ୍କ ହାତ ଥିବା ବନବିଭାଗ ଅନୁମାନ କରୁଛି । ବାରମ୍ବାର ସଂରକ୍ଷିତ ଜଙ୍ଗଲରେ ମୂଲ୍ୟବାନ କାଠ କଟା ଚାଲୁଥିବାବେଳେ ବାହାର ରାଜ୍ୟର ଲୋକଙ୍କୁ ଗିରଫ କରୁଛି ବନବିଭାଗ । କୌଣସି ଏକ ବଡ ମାଫିଆ ଗ୍ରୁପ ଏହି ଘଟଣାରେ ସଂପୃକ୍ତ ଥିବା ବନବିଭାଗ ସନ୍ଦେହ କରୁଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.