ETV Bharat / state

ଭାରତ ବନ୍ଦ: ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାରି ରହିଛି ଆନ୍ଦୋଳନ

author img

By

Published : Dec 8, 2020, 10:37 AM IST

Updated : Dec 8, 2020, 8:03 PM IST

bharat band impact on keonjhar
ଭାରତ ବନ୍ଦ: ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାରି ରହିଛି ଆନ୍ଦୋଳନ

19:59 December 08

ରାୟଗଡାରେ ଭାରତ ବନ୍ଦ ପ୍ରଭାବ ଅନୁଭୂତ

ରାୟଗଡା: କେନ୍ଦ୍ର ସରକାରଙ୍କ ଦ୍ଵାରା ପାରିତ କୃଷି ଆଇନ ୨୦୨୦କୁ ବିରୋଧ କରି ପ୍ରତ୍ୟାହାର ଦାବିରେ ଭାରତ ବନ୍ଦ ଡାକରା ଦେଇଛି କୃଷକ ସଙ୍ଗଠନ । ତେବେ କର୍ପୋରେଟ ହାଉସକୁ ଅନୁକମ୍ପା ଦେଖାଇବାକୁ ଯାଇ ଦେଶର ଅନ୍ନଦାତା କୃଷକ ସମାଜର ସ୍ୱାର୍ଥକୁ ବଳି ପକାଇବା ଭଳି ପଦକ୍ଷେପ ଗ୍ରହଣ କରି କେନ୍ଦ୍ରରେ କ୍ଷମତାସୀନ ସରକାର ସବୁ ମହଲରୁ ସମାଲୋଚନାର ଶରବ୍ୟ ହେଉଥିବା ଦେଖାଯାଉଛି।  

ଅନ୍ୟପଟେ ଦେଶର ମେରୁଦଣ୍ଡ କୁହାଯାଉଥିବା କୃଷକ ସଙ୍ଗଠନ ପକ୍ଷରୁ ଆହ୍ୱାନ କରାଯାଇଥିବା ବନ୍ଦକୁ କଂଗ୍ରେସ, ସିପିଆଇଏମ, ଆମ ଅଦମି ପାର୍ଟି ସମେତ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସମର୍ଥନ ଜଣାଇ ଆଜିର ଏହି ବନ୍ଦରେ ସାମିଲ ହୋଇଛନ୍ତି । ଆଜି ସମଗ୍ର ଦେଶରେ କେନ୍ଦ୍ର ସରକାରଙ୍କ ପାରିତ କୃଷକନୀତି ବିଲକୁ ବିରୋଧ କରି ପ୍ରତ୍ୟାହାର ଦାବି ନେଇ ଆନ୍ଦୋଳନ ଜାରି ରହିଥିବା ବେଳେ ରାୟଗଡା ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।  

ବିଭିନ୍ନ ସଂଗଠନ ପକ୍ଷରୁ ବନ୍ଦକୁ ସମର୍ଥନ ଜଣାଇ ସହରର ବିଭିନ୍ନ ଛକଠାରେ ରାସ୍ତା ଅବରୋଧ କରାଯାଇଥିବା ଦେଖିବାକୁ ମିଳିଛି। ସେହିପରି ବନ୍ଦକୁ ସଫଳ କରିବା ପାଇଁ ଜିଲ୍ଲାର ସମସ୍ତ ଶ୍ରମିକ ସଂଗଠନ ସକ୍ରିୟ ଭୂମିକା ନେଇଥିବା ଦେଖିବାକୁ ମିଳିଛି । ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ବ୍ୟବସାୟୀଙ୍କ ପକ୍ଷରୁ ସହରର ପ୍ରାୟ ଦୋକାନ ବଜାରବନ୍ଦ ରହିଥିବା ବେଳେ ଯାତ୍ରୀବାହୀ ବସ ସାଙ୍ଗକୁ ଯାନବାହନ ଚଳାଚଳ ବନ୍ଦ ରହିଛି । ବନ୍ଦ ଶାନ୍ତିପୂର୍ଣ୍ଣ ରହିଥିବା ବେଳେ କୌଣସି ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇନଥିବା ଜଣାପଡ଼ିଛି ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

19:59 December 08

କୃଷି ଆଇନର ପ୍ରତ୍ୟାହାର ଦାବିରେ ଭାରତ ବନ୍ଦ ପାଳନ

କୃଷି ଆଇନର ପ୍ରତ୍ୟାହାର ଦାବିରେ ଭାରତ ବନ୍ଦ ପାଳନ

ବ୍ରହ୍ମପୁର: କୃଷି ଆଇନର ପ୍ରତ୍ୟାହାର ଦାବିରେ ଚାଷୀ ସଂଙ୍ଗଠନ ପକ୍ଷରୁ ଭାରତ ବନ୍ଦ ପାଳନ । ମୋଦି ସରକାରର କୃଷି ଆଇନକୁ ବିରୋଧ କରି ଆଜି ଭାରତ ବନ୍ଦ ଡକରା ଦିଆଯାଇଛି ।  ଦିଲ୍ଲୀକୁ ଘେରାଉ କରି ରଖିଥିବା ଲକ୍ଷ ଲକ୍ଷ କୃଷକଙ୍କ ସମର୍ଥନରେ ଆୟୋଜିତ ଆଜିର ଭାରତ ବନ୍ଦ କାର୍ଯ୍ୟକ୍ରମରେ ଜିଲ୍ଲାର କୃଷକ ସଂଗଠନମାନଙ୍କ ପକ୍ଷରୁ ମିଳିତ ଭାବେ ଅଂଶଗ୍ରହଣ କରି ବନ୍ଦ ପାଳନ କରାଯାଇଥିଲା ।  

କୃଷକ ସଂଗଠନ ମାନଙ୍କ ସର୍ବ ଭାରତୀୟ ମଞ୍ଚ, ଅଖିଳ ଭାରତ କୃଷକ ସଂଘ ସମନ୍ଵୟ ସମିତି (ଏଆଇକେଏସସିସି) ପକ୍ଷରୁ ଦିଆଯାଇଥିବା ଡାକରା ପରିପ୍ରେକ୍ଷୀରେ ଦିନ ତମାମ ବିଭିନ୍ନ ସଙ୍ଗଠନର ଶତାଧିକ କର୍ମୀ ବ୍ରହ୍ମପୁରର ସର୍ବପ୍ରଥମେ ପୁରୁଣା ବସଷ୍ଟାଣ୍ଡ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସହର ସାରା ବୁଲି କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ, ବ୍ୟାଙ୍କ୍, ଡାକଘର, ବ୍ୟବସାୟ ପ୍ରତିଷ୍ଠାନ ଆଦି ଆଗରେ ପିକେଟିଂ କରି ଲୋକଙ୍କୁ ବନ୍ଦରେ ସାମିଲ ହେବା ପାଇଁ ପ୍ରବର୍ତ୍ତାଇ ଥିଲେ । ଅପରାହ୍ନରେ ଚାଷୀ ସଂଗଠନମାନଙ୍କ ଶତାଧିକ କର୍ମୀ ସହର ବାହାରେ ଥିବା ଜାତୀୟ ରାଜପଥକୁ ଯାଇ ଅନେକ ସମୟ ଧରି ଅବରୋଧ କରିଥିଲେ । କଂଗ୍ରେସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ପିକେଟିଙ୍ଗ୍ କରି ଭାରତ ବନ୍ଦରେ ସାମିଲ ହୋଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

19:33 December 08

ନବରଙ୍ଗପୁର ସହରରେ ଭାରତ ବନ୍ଦର ପ୍ରଭାବ

ନବରଙ୍ଗପୁର: ନବରଙ୍ଗପୁର ସହରରେ ଭାରତ ବନ୍ଦର ପ୍ରଭାବ । ଦୋକାନ ବଜାର, ଗାଡି ଚଳାଚଳ ବନ୍ଦ । ବିଭିନ୍ନ ବ୍ଲକରେ ଆଂଶିକ ପ୍ରଭାବ ଓ କେତେକ ବ୍ଲକରେ ପ୍ରଭାବ ଶୁନ । ଜିଲ୍ଲାର ବାଣିଜୀ ସହର ଉମରକୋଟଠାରେ ବର୍ତ୍ତମାନ ସୁଦ୍ଧା ବନ୍ଦର ପ୍ରଭାବ ପଡ଼ିନାହିଁ । ଦୋକାନ ବଜାର ଖୋଲା ରହିଛି ଗମନାଗମନ ଜାରି ରହିଛି ।

କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି କୃଷକ ସଙ୍ଗଠନ ପକ୍ଷରୁ ପାଳନ କରାଯାଉଥିବା ଭାରତ ବନ୍ଦର ପ୍ରଭାବ ନବରଙ୍ଗପୁର ଠାରେ ଦେଖିବାକୁ ମିଳିଛି । କୃଷକ ସଙ୍ଗଠନର ଏହି ବନ୍ଦ ଡାକରାକୁ ଅନ୍ୟ ରାଜନୈତିକ ଦଳ ଓ ବିଭିନ୍ନ ସଂଘ ପକ୍ଷରୁ ସମର୍ଥନ କରାଯାଇ ରାସ୍ତାକୁ ଓହ୍ଲାଇଛନ୍ତି । କୃଷକ ସଙ୍ଗଠନ ସହ ସମର୍ଥନ କରୁଥିବା ଅନ୍ୟ ଦଳ ଓ ସଂଘର ସଦସ୍ୟ ମାନଙ୍କ ତରଫରୁ ନବରଙ୍ଗପୁର ସହରର ସ୍ଥାନୀୟ ଚାଉଁରିଆଗୁଡା ଛକ, କଂଗ୍ରେସ ଅଫିସ ସମ୍ମୁଖରେ ଏବଂ  ୨୬ ନମ୍ବର ଜାତୀୟ ରାସ୍ତା ଅବରୋଧ କରିବା ଫଳରେ ଗମନାଗମନ ଠପ୍ ହୋଇଯାଇଛି ।  

ରାସ୍ତାର ଉଭୟ ପାର୍ଶ୍ୱରେ ଗାଡି ଗୁଡିକ ଅଟକି ରହିଛି । ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସମସ୍ତ ଔଷଧ ଦୋକାନ ସହ ଜରୁରୀକାଳୀନ ସେବା ଯୋଗାଉଥିବା ପ୍ରତିଷ୍ଠାନ ଗୁଡିକ ଖୋଲା ରହିଛି । କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତିକୁ ବନ୍ଦ କରିବା ଓ ନୂତନ କୃଷି ଆଇନକୁ ବାତିଲ କରିବା ପାଇଁ ଏହି ବନ୍ଦ ପାଳନ ସମୟରେ ଆନ୍ଦୋଳନକାରୀ ଦାବି କରିଥିଲେ ।  

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

19:32 December 08

ରାଜ୍ୟ ସରକାର କୃଷକଙ୍କୁ କରୁନାହାଁନ୍ତି ସମର୍ଥନ: ନରସିଂହ ମିଶ୍ର

ରାଜ୍ୟ ସରକାର କୃଷକଙ୍କୁ କରୁନାହାଁନ୍ତି ସମର୍ଥନ: ନରସିଂହ ମିଶ୍ର

ବଲାଙ୍ଗୀର: 2020 କୃଷି ନୀତିକୁ ବିରୋଧ କରି ଆଜି ଦେଶ ତମାମ ଭାରତ ବନ୍ଦ ପାଳନ କରୁଛନ୍ତି ବିଭିନ୍ନ କୃଷକ ସଂଗଠନ ।  ତାକୁ ସମର୍ଥନ ଦେଇ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ମଧ୍ୟ ଏହି ବନ୍ଦରେ ସାମିଲ ହୋଇଛନ୍ତି । ତେବେ ଏଥିରେ ବଲାଙ୍ଗୀର ମଧ୍ୟ ସମ୍ପୂର୍ଣ ଠପ୍ ହୋଇଯାଇଛି ।  ସେପଟେ ଏଭଳି ସ୍ଥଳେ ରାଜ୍ୟ ସରକାର କୃଷକଙ୍କୁ ସମର୍ଥନ ନଦେବାରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମାଲୋଚନା କରିଛନ୍ତି । କେନ୍ଦ୍ର ସରକାରଙ୍କ ୨୦୨୦ କୃଷି ଆଇନ ପ୍ରତ୍ୟାହାର ଦାବିରେ ସାରା ଦେଶରେ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ପାଳନ କରାଯାଉଛି । ଏହି ବନ୍ଦର ପ୍ରଭାବ ବଲାଙ୍ଗୀରରେ ଦେଖିବାକୁ ମିଳିଛି । ବନ୍ଦ ପାଳନକୁ ଅଦ୍ଭୁତପୂର୍ଣ୍ଣ ସମର୍ଥନ ମିଳିଛି ।  

ଜରୁରୀ ସେବା ବ୍ୟତୀତ ସହରର ସବୁ ଦୋକାନ ବଜାର ଓ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ସହରର ସବୁ ତ୍ରେଡ ୟୁନିଅନ, କୃଷକ ସଂଗଠନ, କଂଗ୍ରେସ, ଭୀମ ଆର୍ମି, ଆପ, ଭିଲେଜର୍ସ ପାର୍ଟି, ଏଆଇଡିଏସ୍ ଓ କୋଶଳ ରାଜ୍ୟ ସମନ୍ୱୟ ସମିତି ସମର୍ଥନ ଜଣାଇଛି। ତେବେ ବଲାଙ୍ଗୀରରେ ଭାରତ ବନ୍ଦକୁ ଅଦ୍ଭୁତପୂର୍ଣ୍ଣ ସଫଳତା ମିଳିଥିବା କହିଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର।  ସେଥିପାଇଁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନରସିଂହ। ଭାରତର ୨୦ଟି ପ୍ରମୁଖ ଦଳ କୃଷି ନୀତିକୁ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରୁଥିବା ବେଳେ ଓଡ଼ିଶାର ଶାସକ ଦଳ ବିଜେଡ଼ି ଏହାକୁ ଖୋଲାଖୋଲି ସମର୍ଥନ ଦେଇନଥିବାରୁ କଡ଼ା ସମାଲୋଚନା କରିଛନ୍ତି ନରସିଂହ ମିଶ୍ର। ସେପଟେ ଏହି ବନ୍ଦକୁ ଆଖି ଆଗରେ ରଖି ବଲାଙ୍ଗୀର ପୋଲିସ୍ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି। ଏବଂ ଏଯାଏଁ ବନ୍ଦ ଶାନ୍ତି ପୂର୍ଣ୍ଣ ଭାବରେ ସଫଳ ହୋଇଥିବାର ଜଣାପଡ଼ିଛି । 

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହୀଦ, ଇଟିଭି ଭାରତ

19:31 December 08

ନୂତନ କୃଷି ନୀତି ବିରୋଧରେ ଭାରତ ବନ୍ଦ,ଢେଙ୍କାନାଳରେ ଯାନବାହାନ ଚଳାଚଳ ଠପ୍

ନୂତନ କୃଷି ନୀତି ବିରୋଧରେ ଭାରତ ବନ୍ଦ,ଢେଙ୍କାନାଳରେ ଯାନବାହାନ ଚଳାଚଳ ଠପ୍

ଢେଙ୍କାନାଳ: ନୂତନ କୃଷି ନୀତିକୁ ବିରୋଧ କରି ସଂଯୁକ୍ତ କୃଷକ ମଞ୍ଚ ଡ଼ାକରାରେ ଭାରତ ବନ୍ଦ ଢେଙ୍କାନାଳରେ କାଁ ଭାଁ ଦୋକାନ ବଜାର ଛାଡିଦେଲେ ପ୍ରାୟତଃ ସଫଳ ହୋଇଛି । କେନ୍ଦ୍ର ସରକାରଙ୍କ ନୂତନ କୃଷି ନୀତିକୁ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କିଷାନ ମଞ୍ଚ ଡ଼ାକରାରେ ଆଜି ଭାରତ ବନ୍ଦ ଡାକରାର ପ୍ରଭାବ ଢେଙ୍କାନାଳରେ ଅନୁଭୂତ ହୋଇଛି । ଏହି ଆନ୍ଦୋଳନକୁ ଜିଲ୍ଲା କଂଗ୍ରେସ, ଆମ ଆଦମୀ ପାର୍ଟି ସମେତ ଦଳ ଗୁଡିକ ସମର୍ଥନ ଦେଇଥିବା ଦେଖାଯାଇଛି ।  

ଏପରିକି ଆନ୍ଦୋଳନ କାରୀମାନେ ଢେଙ୍କାନାଳ ଷ୍ଟେସନ, କଲେଜ ବାଇ ପାସ, ସିମିନଇ ଛକ, କୋରିଆଁ ଛକ ଓ ସହରର ବାଜିଚୌକ ଛକ ଆଦି ସ୍ଥାନରେ ରାସ୍ତା ଅବରୋଧ କରିଥିଲେ । ଫଳରେ ଟ୍ରେନ ଠାରୁ ଆରମ୍ଭ କରି ରାସ୍ତାରେ ଗାଡ଼ି ମଟର ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା । ଏପଟେ ଆନ୍ଦୋଳନ କାରୀ ମାନେ ସହରରେ ପିକେଟିଂ କରି ବିଭିନ୍ନ ଦୋକାନ ବଜାର ବନ୍ଦ କରିଥବା ପରିଲକ୍ଷିତ ହୋଇଥିଲା । 

ଫଳରେ କାଁ ଦୋକାନକୁ ଛାଡି ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି । ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ଘୋଷଣା ଯୋଗୁଁ ତାହା ବନ୍ଦ ରହିଥିବାବେଳେ ବ୍ୟାଙ୍କ ପୋଷ୍ଟ ଅଫିସ ଠାରୁ ଅନ୍ୟ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିଥିଲା । ଏପରିକି ଏହି କୃଷି ବିଲ କୃଷକ ମରଣ ନୀତି ହୋଇଥିବାରୁ ଏହାକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି କଂଗ୍ରେସ ତଥା କୃଷକ ନେତା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

19:30 December 08

କେନ୍ଦ୍ର ସରକାରଙ୍କ ବିରୋଧରେ ବାମ ଦଳର ବିକ୍ଷୋଭ

କେନ୍ଦ୍ର ସରକାରଙ୍କ ବିରୋଧରେ ବାମ ଦଳର ବିକ୍ଷୋଭ

ପୁରୀ : ଭାରତ ବନ୍ଦର ପ୍ରଭାବ ପୁରୀ ସହରରେ ମଧ୍ୟ ପଡିଛି । ବିଭିନ୍ନ ରାଜନୈତିକ ଦଳ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ କରିଛନ୍ତି । ପୁରୀ ଜିଲ୍ଲାର ବାମ ଦଳ ଗୁଡିକ ଆଜି ରାଜ ରାସ୍ତାକୁ ଓହ୍ଲାଇ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତିକୁ କଡା ସମାଲୋଚନା କରିଛନ୍ତି।  ନୂଆ କୃଷି ବିଲ ପ୍ରତ୍ୟାହାର ସମେତ ପେଟ୍ରୋଲ, ଡିଜେଲ ଓ ଦରଦାମ ଉପରେ ଲଗାମ ଲଗାଇବା, କୃଷକଙ୍କ ନାମରେ ହୋଇଥିବା ମିଥ୍ୟା ମୋକଦମା ପ୍ରତ୍ୟାହାର ପ୍ରମୂଖ ଦାବି ନେଇ ବାମ ଦଳ ଗୁଡିକ ଆଜି କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ କରିଛନ୍ତି। କେନ୍ଦ୍ର ସରକାର ଦାବି ପୂରଣ ନକଲେ ଅଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ 

19:30 December 08

ସମ୍ବଲପୁରରେ ମଧ୍ୟ ଭାରତ ବନ୍ଦ ପ୍ରଭାବ

ସମ୍ବଲପୁରରେ ମଧ୍ୟ ଭାରତ ବନ୍ଦ ପ୍ରଭାବ

ସମ୍ବଲପୁର: କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘ ୧୨ ଦିନ ଧରି ଦିଲ୍ଲୀରେ କୃଷକଙ୍କ ଆନ୍ଦୋଳନ କରିବା ପରେ ମଧ୍ୟ ସରକାର ଦାବି ପୁରଣ ପାଇଁ ରାଜି ନହେବାରୁ ଭାରତୀୟ କିଷାନ ୟୁନିୟନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ସମ୍ବଲପୁରରେ ମଧ୍ୟ ଦେଖିବାକୁ ମିଳିଛି ।  

ଭାରତୀୟ କିଷାନ ୟୁନିୟନ ସହିତ ପ୍ରାୟ ୪୦ ଟି କୃଷକ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ସେମାନଙ୍କୁ ବିରୋଧୀ ଦଳ କଂଗ୍ରେସ ସହ ଅନ୍ୟ କେତେକ ରାଜନୈତିକ ଦଳ, ଶ୍ରମିକ ସଂଗଠନ ସମର୍ଥନ ଜଣାଇଛନ୍ତି। ଓଡିଶା ରାଜ୍ୟ ରେ କଂଗ୍ରେସ ଦଳ ବନ୍ଦକୁ ସମର୍ଥନ କରିଥିବା ବେଳେ ରାଜ୍ୟ ସରକାର ବନ୍ଦ ପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପଶ୍ଚିମ ଓଡିଶାର ପ୍ରମୁଖ ସହର ସମ୍ବଲପୁର ଠାରେ ଚାଷୀଙ୍କ ଭାରତ ବନ୍ଦକୁ ପଶ୍ଚିମ ଓଡିଶା କୄଷକ ସଂଗଠନ ସମନ୍ନୟ ସମିତି ତରଫରୁ ମଧ୍ୟ ସମର୍ଥନ କରାଯାଇଛି ।  

ଚାଷୀ ସଂଗଠନର ସଭ୍ୟ ମାନେ ଜିଲ୍ଲାର ଗୋଶାଳା ଛକ, ମାଝିପାଲି ଛକରେ ରାସ୍ତାରୋକ କରିବା ସହ ବାମରା, କୁଚିଣ୍ଡା, ଜମନକିରାରେ ଆନ୍ଦୋଳନ କରିଥିବା ଦେଖାଯାଇଛିା । ଚାଷୀମାନେ ଆନ୍ଦୋଳନ ମାଧ୍ୟମରେ ସ୍ୱାମୀ ନାଥନ କମିସନ ସୁପାରିସ କାଯ୍ୟକାରୀ କରିବା, ସର୍ବନିମ୍ନ ସହାୟକ ମୁଲ୍ୟକୁ ଆଇନଗତ ସିକୄତି ପ୍ରଦାନ କରିବା, ମଣ୍ଡି ବ୍ୟବସ୍ଥାରେ ସୁଧାର ଆଣିବା, କଟନି ଛଟନି ବନ୍ଦ କରିବା, ଭାଗଚାଷୀଙ୍କୁ ମାନ୍ୟତା ସହ ସର୍ବୋପରି ନୂତନ କୄଷି ଆଇନକୁ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ।  

ଏଥିସହ ସମ୍ବଲପୁରରେ ଥିବା ସମସ୍ତ କେନ୍ଦ୍ରୟ ଶ୍ରମିକ ସଂଗଠନ, ସମ୍ବଲପୁର ଜିଲ୍ଲା କଂଗ୍ରେସ, ସିଭିଲ ସୋସାଇଟି ସମ୍ବଲପୁରର ସବୁ ସଭ୍ୟ ମାନେ ସହର ବିଭିନ୍ନ ଛକ ମାନଙ୍କରେ ଏକତ୍ରିତ ହୋଇ କୄଷି ଆଇନ ବିରୋଧରେ ଦିଆଯାଇଥିବା ବନ୍ଦକୁ ସମର୍ଥନ କରି ପ୍ରତିବାଦ କରିଛନ୍ତି । ସମ୍ବଲପୁର ସହର ବନ୍ଦ ଯୋଗୁଁ ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ପେଟ୍ରୋଲ ପମ୍ପ, ବ୍ୟାଙ୍କ ସପିଙ୍ଗ ମଲ ସବୁ ବନ୍ଦ ରହିଥିବା ବେଳେ ସହରର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳି ଗୋଲବଜାର ମାର୍କେଟ ମଧ୍ୟ ବନ୍ଦ ଥିବା ଦେଖିବାକୁ ମିଲିଥିଲା ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

19:29 December 08

57 ନଂ ଜାତୀୟ ରାଜପଥ ଅବରୋଧ କରି ବିକ୍ଷୋଭ କଲେ ଚାଷୀ

57 ନଂ ଜାତୀୟ ରାଜପଥ ଅବରୋଧ କରି ବିକ୍ଷୋଭ କଲେ ଚାଷୀ

ଖୋର୍ଦ୍ଧା: କେନ୍ଦ୍ର ସରକାର ଆଣିଥିବା କୃଷିବିଲକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ଆଜି ବିଭିନ୍ନ ଚାଷୀ ସଙ୍ଗଠନ ଏବଂ ରାଜନୈତିକ ଦଳ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦର ପ୍ରଭାବ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା ।  ସେହିଭଳି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଖୋର୍ଦ୍ଧା ଜିଲା ବାଘମାରି ଠାରେ 57ନଂ ଜାତୀୟ ରାଜପଥ ଅବରୋଧ କରି ବିକ୍ଷୋଭ ପଦର୍ଶନ କରାଜିଛି । ଏହି ସମୟରେ ଚାଷୀଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

18:37 December 08

କେନ୍ଦ୍ର ସରକାର ଆଣିଥିବା ୩ଟି କୃଷି ବିଲକୁ ଗଜପତିରେ ବିରୋଧ

କେନ୍ଦ୍ର ସରକାର ଆଣିଥିବା ୩ଟି କୃଷି ବିଲକୁ ଗଜପତିରେ ବିରୋଧ

ଗଜପତି: କେନ୍ଦ୍ର ସରକାର ଆଣିଥିବା ୩ଟି କୃଷି ବିଲକୁ ବିରୋଧ କରି ଚାଷୀମାନେ ଗତ କିଛି ଦିନ ହେଲା ଆନ୍ଦୋଳନ କରିଆସୁଛନ୍ତି। ତେବେ କେନ୍ଦ୍ର ସରକାର ଏଥିରେ ପରିବର୍ତନ ଆଣୁନଥିବାରୁ ଚାଷୀମାନେ ଏହାକୁ ଆହୁରି ଉଗ୍ର କରିଛନ୍ତି । ସେମାନେ ଦେଇଥିବା ଭାରତ ବନ୍ଦ ଡାକରାକୁ ଗଜପତି ଜିଲ୍ଲା ବିରୋଧୀ କଂଗ୍ରେସ, ବାମ ଦଳ, ଆପ୍ ଆଦି ବିଭିନ୍ନ ରାଜନୈତିକ ଦଳ ନିଜ ସମର୍ଥନ ଜଣାଇଛନ୍ତି ।  

ଏହି ରାଜନୈତିକ ଦଳମାନେ ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିବା ସହ ବିଭିନ୍ନ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ କାର୍ଯ୍ୟାଳୟରେ ପିକେଟିଂ କରିଛନ୍ତି । ଚାଷୀଙ୍କୁ ସମର୍ଥନ ଜଣାଇବା ପାଇଁ କଂଗ୍ରେସ ଏହି ଭାରତ ବନ୍ଦକୁ ସମର୍ଥନ କରୁଥିବା ବେଳେ ସମସ୍ତେ ଏଥିରେ ସହଯୋଗ କରିବା ପାଇଁ ଗତକାଲି ଠାରୁ ଘୋଷଣା କରିଥିଲା ।  

ଫଲରେ ପାରଳାଖେମୁଣ୍ଡି ସହରରେ କୌଣସି ଦୋକାନ ବଜାର ଖୋଲାନଥିବା ବେଳେ ବସ ଚଳାଚଳ ବନ୍ଦ କରିଥିଲେ । ସେହିପରି ରାଜ୍ୟ ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ବନ୍ଦ ରଖିବାକୁ ଘୋଷଣା କରିଥିବାରୁ ଏହା ବି ବନ୍ଦ ରହିଛି । ତେବେ ବ୍ୟାଙ୍କ,ବୀମା ସମ୍ପାନୀ ଭଳି କିଛି କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କାର୍ଯ୍ୟାଳୟ ଖୋଲା ରହିଥିଲା । ଯାହାକୁ ଅନ୍ଦୋଳନକାରୀମାନେ ପିକେଟିଂ କରି ବନ୍ଦ କରିଥିଲେ ।           

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

17:05 December 08

ଚାଷୀ ଆନ୍ଦୋଳନକୁ ନେଇ କଂଗ୍ରେସ ଓ ବିଜେପିର ଭିନ୍ନମତ, ଚାଷୀ ପଚାରୁଛି 'କି ଆନ୍ଦୋଳନ'!

ଚାଷୀ ଆନ୍ଦୋଳନକୁ ନେଇ କଂଗ୍ରେସ ଓ ବିଜେପିର ଭିନ୍ନମତ, ଚାଷୀ ପଚାରୁଛି 'କି ଆନ୍ଦୋଳନ'!

କୋରାପୁଟ: କେନ୍ଦ୍ର ସରକାରଙ୍କ ଦ୍ବାରା ଅଣାଯାଇଥିବା କୃଷକ ନୀତିକୁ ବିରୋଧ କରି ଦେଶ ସାରା ଆଜି କୃଷକ ସଙ୍ଗଠନ, କଂଗ୍ରେସ, ବାମପନ୍ଥୀ ଦଳ ତଥା ଅନ୍ୟାନ୍ୟ ରାଜନୈତିକ ଦଳ ଦ୍ୱାରା ଭାରତ ବନ୍ଦ ଡାକରା ଦିଆଯାଇଛି ।

କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ନୀତିକୁ ପ୍ରତିବାଦ କରି କୋରାପୁଟ ଜିଲ୍ଲାରେ କଂଗ୍ରେସ ସମର୍ଥନ କରିଥିବା ଏହି ଆନ୍ଦୋଳନ ପଞ୍ଚାୟତ ସ୍ତରରୁ ଜିଲ୍ଲା ପର୍ଯ୍ୟନ୍ତ ସଫଳ ହୋଇଥିବା ଦଳର ଜିଲ୍ଲା ସଭାପତି କହୁଥିବା ବେଳେ ବିଜେପି ଭିନ୍ନମତ ପ୍ରକାଶ କରିଛି । ଏହି ଦୁଇ ରାଜନୈତିକ ଦଳର କଥା କଟାକଟି ମଧ୍ୟରେ ଚାଷୀ କିନ୍ତୁ ଏହି ଆନ୍ଦୋଳନ ସମ୍ପର୍କରେ ଜାଣିନଥିବା ପ୍ରକାଶ କରିଛନ୍ତି ।  

କୋରାପୁଟ ସହରଠାରୁ ପାଞ୍ଚ କିଲୋମିଟର ଦୂରବର୍ତୀ ଉମୁରି ଗ୍ରାମର ଯୁବ ଚାଷୀ ଦୁର୍ଜ ମାଳି ପାଇଁ ଧାନ କିଣିବା ପାଇଁ ଗାଁକୁ ଆସୁଥିବା ବ୍ୟବସାୟୀ ହିଁ ସରକାର ଓ ସେ ଦେଉଥିବା ମୂଲ୍ୟ ହିଁ ସରକାରଙ୍କ ଘୋଷିତ ସର୍ବ ନିମ୍ନ ସମର୍ଥନ ମୂଲ୍ୟ । ଛୋଟ ଛୋଟ ଚାଷୀଙ୍କ ପାଇଁ ମଣ୍ଡିକୁ ଯାଇ ଧାନ ବିକିବା ସମ୍ଭବ ହେଉନଥିବା ଦୁର୍ଜ ଜଣାଇଛନ୍ତି । କ୍ଷୁଦ୍ର ଓ ନାମମାତ୍ର ଚାଷୀର ନିକଟରେ ମଣ୍ଡି ଖୋଲାଯାଇପାରିଲେ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଏମ୍ଏସପି ସେମାନଙ୍କ ପାଇଁ ଅର୍ଥପୂର୍ଣ୍ଣ ହୋଇପାରନ୍ତା ବୋଲି ସେ ମତ ରଖିଛନ୍ତି ।  

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

17:04 December 08

ଭଦ୍ରକରେ ଭାରତ ବନ୍ଦ ପ୍ରଭାବ

ଭଦ୍ରକରେ ଭାରତ ବନ୍ଦ ପ୍ରଭାବ

ଭଦ୍ରକ: କେନ୍ଦ୍ରସରକାର ଆଣିଥିବା ନୂଆ କୃଷି ସଂସ୍କାର ଆଇନକୁ ରଦ୍ଧ କରିବା ଦାବିରେ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ତେବେ ଭଦ୍ରକରେ ମଧ୍ୟ ଏହାର ସମ୍ପୂର୍ଣ ପ୍ରଭାବ ଦେଖିବାକୁ ମିଳିଛି। କେବଳ ଜରୁରୀ କାଳୀନ ସେବା ଛାଡିଦେଲେ, ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ, ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି ।  

ଜାତୀୟ ରାଜପଥରେ ମଧ୍ୟ ଶହଶହ ଗାଡ଼ି ଅଟକି ରହିଛି। ଭଦ୍ରକ ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦକୁ ସଫଳ କରିବା ପାଇଁ ବିଭିନ୍ନ ସ୍ଥାନରେ ପିକେଟିଙ୍ଗ କରାଯାଇଛି। କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏହି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ପ୍ରତିବାଦସଭା କରାଯାଇଛି। କୃଷକ ବିରୋଧୀ ଆଇନ ଏବଂ ଦିଲ୍ଲୀରେ ଚାଲିଥିବା କୃଷକ ସମାଜର ଆନ୍ଦୋଳନକୁ ସମର୍ଥନ ଜଣାଇ ଭାରତ ବନ୍ଦକୁ ସମର୍ଥନ କରି ଜିଲ୍ଲାର କୃଷକ ସଂଗଠନ ସହ ବିଭିନ୍ନ ରାଜନୈତିକ ସଂଗଠନ ସାମିଲ ହୋଇଛନ୍ତି । କେନ୍ଦ୍ର ସରକାର ସଂସଦରେ କୃଷକମାନଙ୍କ ଉଦ୍ଦେଶ୍ୟରେ ଯେଉଁ ଆଇନ ପ୍ରଣୟନ କରିଛନ୍ତି ତାହା କୃଷକ ସମାଜର ହିତ ସାଧନ କରିବା ବଦଳରେ ତାଙ୍କର ସର୍ବନାଶ କରିବ ବୋଲି କୃଷକ ସଂଗଠନ ଅଭିଯୋଗ କରିଛି।  

ଏଭଳି କୃଷି ଆଇନ ଦ୍ୱାରା ସରକାରଙ୍କ କୃଷି ନୀତିରେ କୃଷକମାନେ ସର୍ବସ୍ୱାନ୍ତ ହେବେ। କୃଷକମାନଙ୍କୁ ଉଚିତ ନ୍ୟାୟ ଦେବା ଦାବି ନେଇ ଏହି ଭାରତ ବନ୍ଦ ଡାକରାରେ ଓଡ଼ିଶା କୃଷକ ସଭା ଭଦ୍ରକ ଶାଖା, ନବ ନିର୍ମାଣ କୃଷକ ସଂଗଠନ, ଅଖିଳ ଭାରତ କୃଷକ ମହାସଭା, ସିପିଆଇ (ଏମ୍‌), କଂଗ୍ରେସ ଭଳି ବିଭିନ୍ନ ସଂଗଠନର କର୍ମକର୍ତ୍ତା ଏକତ୍ରିତ ହୋଇ ଏହାର ତୀବ୍ର ପ୍ରତିବାଦ କରିଛନ୍ତି। ମୁଖ୍ୟତଃ ଏହି ଆନ୍ଦୋଳନ କେନ୍ଦ୍ରସରକାର କୃଷି ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବା, କୃଷକଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା, ଚାଷୀଙ୍କୁ ଉତ୍ପାଦିତ ଫସଲର ଉପଯୁକ୍ତ ମୂଲ୍ୟ ପ୍ରଦାନ ଆଦି ଦାବି ନେଇ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଛି ।  

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ 

15:57 December 08

ଭାରତ ବନ୍ଦର ପ୍ରଭାବ, କୃଷକଙ୍କ ପାଇଁ ଆନୁଗୋଳ ବନ୍ଦ

ଭାରତ ବନ୍ଦର ପ୍ରଭାବ, କୃଷକଙ୍କ ପାଇଁ ଆନୁଗୋଳ ବନ୍ଦ

ଅନୁଗୋଳ: ନୂତନ କୃଷି ନୀତି ବିରୋଧରେ ଚାଲିଥିବା ଭାରତ ବନ୍ଦର ପ୍ରଭାବ ଅନୁଗୋଳ ଦେଖିବାକୁ ମିଳିଛି । ଆନ୍ଦୋଳନ ସମର୍ଥନରେ ପୁରା ଅନୁଗୋଳ ବନ୍ଦ ରହିଛି । ନୂତନ କୃଷି ଆଇନକୁ ବିରୋଧ କରି କୃଷକ ସଙ୍ଘ ଦେଇଥିବା ଭାରତ ବନ୍ଦ ଡ଼ାକରାରେ ପ୍ରଭାବ ଅନୁଗୋଳରେ ଦେଖିବାକୁ ମିଳିଛି ।  

ଜିଲ୍ଲାରେ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ ହୋଇଛି । ଜିଲ୍ଲା କଂଗ୍ରେସ, ସିଆଇଟିୟୁ, ଏସୟୁସିଆଇ, କୃଷକ କ୍ଷେତ ମଜଦୂର ସଙ୍ଘ ସମେତ ବହୁ ସଂଗଠନ ଏହି ବନ୍ଦରେ ସାମିଲ ହୋଇଛନ୍ତି । ସକାଳୁ ବିଭିନ୍ନ ଜାଗାରେ ଦଳ ଦଳ ହୋଇ ପିକେଟିଂ କରିଛନ୍ତି । ଗାଡି ଚଳାଚଳ ବନ୍ଦ ରହିଛି । ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି । ଖମାର, ପାଲଲହଡା, ଛେଣ୍ଡିପଦା, ବଅଁରପାଳ, ଆଠମଲ୍ଲିକ, ନାଲକୋ, ତାଳଚେତ ସମେତ ବହୁ ଜାଗାରେ ରାସ୍ତା ରୋକ କରାଯାଇଛି। କହିବାକୁ ଗଲେ ଜିଲ୍ଲାରେ ଭାରତ ବନ୍ଦର ପ୍ରଭାବ ବେସ ଭଲ ପଡିଛି। ଆଇନ ଶୃଙ୍ଖଳା ଦୃଷ୍ଟିରୁ ଜିଲ୍ଲା ବ୍ୟାପି ପୋଲିସ ମୁତୟନ ହୋଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

15:56 December 08

କୃଷି ବିଲକୁ ପ୍ରତ୍ୟାହାର ଦାବିରେ, ଯାଜପୁରରେ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ

କୃଷି ବିଲକୁ ପ୍ରତ୍ୟାହାର ଦାବିରେ, ଯାଜପୁରରେ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ

ଯାଜପୁର: କୃଷି ବିଲକୁ ପ୍ରତ୍ୟାହାର ଦାବିରେ ସାରା ଭାରତରେ ବନ୍ଦ ପାଳନ କରୁଥିବା ବେଳେ  ଯାଜପୁରରେ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ଜିଲା ସଦରମହକୁମାର ବିଭିନ୍ନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି । ତୁରନ୍ତ କେନ୍ଦ୍ରସରକାର ତୃଟିପୂର୍ଣ୍ଣ କୃଷି ବିଲକୁ ପ୍ରତ୍ୟାହାର କରିବା ଦାବିରେ କଂଗ୍ରେସକର୍ମୀମାନେ ଶୋଭାଯାତ୍ରା କରି ସହର ପରିକ୍ରମା କରିଥିଲେ । କେନ୍ଦ୍ରସରକାର କର୍ପୋରେଟ ସଂସ୍ଥାକୁ ସୁହାଇବା ଭଳି କୃଷି ବିଲ ପ୍ରସ୍ତୁତ କରିଥିବା ଅଭିଯୋଗ କରିଥିଲେ କଂଗ୍ରେସ କର୍ମୀ । ତୁରନ୍ତ କୃଷି ବିଲ ସଂଶୋଧନ କିମ୍ବା ପ୍ରତ୍ୟାହାର ନହେଲେ ଆନ୍ଦୋଳନ ତିବ୍ରତର କରାଯିବ ବୋଲି ଚେତାବନି ଦିଆଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

15:38 December 08

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ

ବୌଦ୍ଧ: କେନ୍ଦ୍ର କୃଷି ଆଇନ ବିରୁଦ୍ଧରେ କୃଷକ ସଙ୍ଗଠନକୁ ସମର୍ଥନ ଦେଇଥିବା କଂଗ୍ରେସ ପକ୍ଷରୁ ସାରା ଦେଶରେ ବନ୍ଦ ପାଳନ ଜାରି ରହିଛି । ଆଉ ଏହାର ପ୍ରଭାବ ବୌଦ୍ଧ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି ।

କେନ୍ଦ୍ର କୃଷି ନିତି ବିରୋଧରେ ଚାଷୀ ସଂଗଠନ ରାଜ ରାସ୍ତାରେ । ମଙ୍ଗଳବାର ଚାଷୀ ସଂଗଠନ ଡାକରା ଦେଇଥିବା ଭାରତ ବନ୍ଦକୁ ସମର୍ଥନ ଜଣାଇଥିଲା କଂଗ୍ରେସ । ଆଜି ସାରା ଭାରତ ବନ୍ଦର ପ୍ରଭାବ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା । ବୌଦ୍ଧ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ସ୍ଥାନରେ କର୍ମୀମାନେ ବନ୍ଦ ପାଳନ କରିଥିଲେ ।

କଂଗ୍ରେସ ନେତା ଓ କର୍ମୀ ଗାଡିମୋଟର, ଦୋକାନ ବଜାର ଓ ବ୍ୟାଙ୍କ ପ୍ରତିଷ୍ଠାନ ବନ୍ଦ କରିଥିଲେ । ଧାନର ସହାୟକ ମୂଲ୍ୟ ବୃଦ୍ଧି ତଥା ନୂତନ କୃଷି ନିତିକୁ ତୀବ୍ର ବିରୋଧ କରାଯାଇଛି । କଣ୍ଟାମାଳଠାରେ ମଧ୍ୟ ବରିଷ୍ଠ କଂଗ୍ରେସ ନେତା ଓ କର୍ମୀମାନେ ବନ୍ଦକୁ ସଫଳ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

15:37 December 08

ନୟାଗଡ଼ରେ ଭାରତ ବନ୍ଦର ପ୍ରଭାବ

ନୟାଗଡ଼ରେ ଭାରତ ବନ୍ଦର ପ୍ରଭାବ

ନୟାଗଡ଼: କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଦ୍ଧ କରି ବିଭିନ୍ନ କୃଷକ ସଂଗଠନ ଦେଇଥିବା ଭାରତ ବନ୍ଦର ପ୍ରଭାବ ନୟାଗଡ଼ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ନୟାଗଡ଼ ନବନିର୍ମାଣ କୃଷକ ସଂଗଠନ ଓ ଜାତୀୟ କଂଗ୍ରେସ ପକ୍ଷରୁ ଜିଲ୍ଲା ବସ୍‌ଷ୍ଟାଣ୍ଡ ଛକରେ ରାସ୍ତା ରୋକ କରିବା ସହିତ ଆନ୍ଦୋଳନକାରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।  

ସେହିପରି ଖୋଲାଥିବା ସମସ୍ତ ଦୋକାନ ଓ ବ୍ୟବସାୟୀକ ପ୍ରତିଷ୍ଠାନକୁ ପିକେଟିଂ କରି ବନ୍ଦ କରିଛନ୍ତି । ବନ୍ଦ ବେଳେ କୌଣସି ଅଘଟଣକୁ ଦୃଷ୍ଟିରେ ରଖି ନୟାଗଡ଼ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି l ତେବେ ଏହି କୃଷି ବିଲ ପ୍ରତ୍ୟାହାର ନକଲେ ଆସନ୍ତା ଦିନରେ ବ୍ଲକ ଓ ପଞ୍ଚାୟତ ସ୍ଥରେରେ ଏହି ଲଢ଼େଇ ଜାରି ରହିବ ବୋଲି ଆନ୍ଦୋଳନକାରୀ ଚେଚାବନୀ ଦେଇଛନ୍ତି ।  ଭାରତ ବନ୍ଦର ପ୍ରଭାବ ନୟାଗଡ଼ରେ ଅନୁଭୂତ ହୋଇଛି l ରଣପୁର ବ୍ଲକରେ ବିଭିନ୍ନ କୃଷକ ସଂଗଠନ ତରଫରୁ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

14:43 December 08

ଯାଜପୁରରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ପାଳନ

ଯାଜପୁରରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ପାଳନ

ଯାଜପୁର: ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଆଜି ଯାଜପୁରରେ ଭାରତ ବନ୍ଦ ପାଳନ କରାଯାଇଛି । କେନ୍ଦ୍ର ସରକାରଙ୍କ ଶ୍ରମିକ କୃଷକ ଜନ ବିରୋଧୀ ଆଇନ ବିରୁଦ୍ଧରେ ଦୀର୍ଘଦିନରୁ ସ୍ବରଉତ୍ତୋଲନ କରୁଛି ସର୍ବ ଭାରତୀୟ କୃଷକ ସଙ୍ଗଠନ । ନୂତନ କୃଷି ବିଲ ଦ୍ବାରା କୃଷକଙ୍କ କୌଣସି ଲାଭବାନ ହେବନାହିଁ । ଶିଳ୍ପପତି ପୁଞ୍ଜିପତି ମାନଙ୍କ ଲାଭ ପାଇଁ ଏହି ବିଲ ସରକାର କରିଛନ୍ତି ବୋଲି ସଂଗଠନ ଦାବି କରିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

14:42 December 08

କେନ୍ଦ୍ରାପଡ଼ାରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ପାଳନ

କେନ୍ଦ୍ରାପଡ଼ାରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ପାଳନ

କେନ୍ଦ୍ରାପଡ଼: ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଆଜି କେନ୍ଦ୍ରାପଡ଼ାରେ ଭାରତ ବନ୍ଦ ପାଳନ କରାଯାଇଛି l ତିନିମୁହାଣି ଛକ ଠାରେ କଟକ - ଚାନ୍ଦବାଲି ରାଜ୍ୟ ରାଜପଥକୁ ଅବରୋଧ କରି ବସିଛନ୍ତି ଆନ୍ଦୋଳନକାରୀ l ଫଳରେ ସାଧାରଣ ଯାତାୟତ ପ୍ରଭାବିତ ହୋଇଛି l ଏହା ବ୍ୟତୀତ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରାଯିବା ସହିତ ଦୋକାନ ବଜାର ବନ୍ଦ ପାଇଁ ଆନ୍ଦୋଳନକାରୀମାନେ ଉଦ୍ୟମ କରୁଛନ୍ତି l ବନ୍ଦ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲା କଂଗ୍ରେସ ସମେତ ଭାରତୀୟ କମୁନିଷ୍ଟ ପାର୍ଟି,ନବ ନିର୍ମାଣ କୃଷକ ସଂଗଠନ,ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ସଂଯୁକ୍ତ କିଷାନ ମୋର୍ଚା, ଅଖିଳ ଭାରତ କୃଷକ ସଭା ପ୍ରମୁଖ ସାମିଲ ହୋଇଛନ୍ତି l ତେବେ ଏହି ଆନ୍ଦୋଳନ ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ ଥିବା ବେଳେ ଜିଲ୍ଲାର ସମସ୍ତ ଦୋକାନ ବଜାର ଖୋଲା ରହିଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

14:40 December 08

କୃଷି ଆଇନକୁ ବିରୋଧରେ ବ୍ରହ୍ମପୁରରେ ଭାରତ ବନ୍ଦ ପାଳନରେ ସାମିଲ ହେଲା ବିଭିନ୍ନ ସଙ୍ଗଠନ

କୃଷି ଆଇନକୁ ବିରୋଧରେ ବ୍ରହ୍ମପୁରରେ ଭାରତ ବନ୍ଦ ପାଳନରେ ସାମିଲ ହେଲା ବିଭିନ୍ନ ସଙ୍ଗଠନ

ବ୍ରହ୍ମପୁର: କୃଷକ ବିରୋଧୀ କୃଷି ଆଇନକୁ ରଦ୍ଧ କରିବା ଦାବିରେ ବ୍ରହ୍ମପୁରରେ ଭାରତ ବନ୍ଦ ପାଳନରେ ସାମିଲ ହୋଇଛନ୍ତି ବିଭିନ୍ନ ସଙ୍ଗଠନ । ସାରା ସହରକୁ ପିକେଟିଙ୍ଗ୍ କରି ବନ୍ଦ କରାଯିବା ସହ ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଇଛି । ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତିର ଆହ୍ବାନରେ କୃଷି ଓ କୃଷକ ବିରୋଧୀ ଯେଉଁ ତିନୋଟି କୃଷି ଆଇନ ଏବଂ ଜନ ବିରୋଧୀ ବିଦ୍ୟୁତ ସଂଶୋଧନ ବିଲ୍ ୨୦୨୦ କୁ କେନ୍ଦ୍ରସରକାର ଆଣିଛନ୍ତି, ତାହାକୁ ରଦ୍ଧ କରିବାକୁ ଦାବୀ କରି ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇ ବ୍ରହ୍ମପୁରରେ ବିଭିନ୍ନ ସଙ୍ଗଠନ ରାଜରାସ୍ତାକୁ ଓଲ୍ଲାଇଛନ୍ତି । ସହରର ସମସ୍ତ ସରକାରୀ କାର୍ଯ୍ୟାଳୟ କୁ ବନ୍ଦ କରାଯିବା ସହ ସମସ୍ତ ଦୋକାନ ବଜାରକୁ ବନ୍ଦ କରାଯାଇଥିଲା । ପରେ ବିଭିନ୍ନ ସ୍ଥାନରେ ରାସ୍ତାରୋକ ମଧ୍ୟ କରାଯାଇଛି। 

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ,  ଇଟିଭି ଭାରତ.

14:40 December 08

ବିଭିନ୍ନ କୃଷକ ସଂଗଠନ ଓ କଂଗ୍ରେସ ପକ୍ଷରୁ ଆନନ୍ଦପୁରରେ ଭାରତ ବନ୍ଦ ପାଳିତ

ବିଭିନ୍ନ କୃଷକ ସଂଗଠନ ଓ କଂଗ୍ରେସ ପକ୍ଷରୁ ଆନନ୍ଦପୁରରେ ଭାରତ ବନ୍ଦ ପାଳିତ

ଆନନ୍ଦପୁର: କେନ୍ଦ୍ର ସରକାରଙ୍କ କୃଷିମାରଣ ନୀତି ଓ କୃଷି ଆଇନକୁ ବିରୋଧ କରି ଆଜି ବିଭିନ୍ନ କୃଷକ ସଂଗଠନ ଓ ବିଭିନ୍ନ ଦଳ ପକ୍ଷରୁ ଆନନ୍ଦପୁରରେ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ବାନରେ ସାଇଁକୁଳ ଛକଠାରେ ଘସିପୁରା ନିର୍ବାଚନମଣ୍ଡଳୀର କଂଗ୍ରେସ କର୍ମୀ ୨୦ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । 

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

14:38 December 08

ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇ ରାଜରାସ୍ତାକୁ ଓହ୍ଲାଇଛି ନୂଆପଡା ଜିଲ୍ଲା କଂଗ୍ରେସ

ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇ ରାଜରାସ୍ତାକୁ ଓହ୍ଲାଇଛି ନୂଆପଡା ଜିଲ୍ଲା କଂଗ୍ରେସ

ନୂଆପଡ଼ା: ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇ ରାଜରାସ୍ତାକୁ ଓହ୍ଲାଇଛି ନୂଆପଡା ଜିଲ୍ଲା କଂଗ୍ରେସ ଓ ଯୁବ କଂଗ୍ରେସ କର୍ମକର୍ତ୍ତା ଗଣ । କେନ୍ଦ୍ର ସରକାରଙ୍କ ଶ୍ରମିକ କୃଷକ ଜନ ବିରୋଧୀ ଆଇନ ବିରୁଦ୍ଧରେ ଦୀର୍ଘଦିନରୁ ସ୍ବରଉତ୍ତୋଲନ କରୁଛି ସର୍ବ ଭାରତୀୟ କୃଷକ ସଙ୍ଗଠନ । ନୂତନ କୃଷି ବିଲ ଦ୍ବାରା କୃଷକଙ୍କ କୌଣସି ଲାଭବାନ ହେବନାହିଁ । ଶିଳ୍ପପତି ପୁଞ୍ଜିପତି ମାନଙ୍କ ଲାଭ ପାଇଁ ଏହି ବିଲ ସରକାର କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ସରକାର ତୁରନ୍ତ ବିଲକୁ ପ୍ରତ୍ୟାହାର କରନ୍ତୁ ନଚେତ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସର କର୍ମକର୍ତ୍ତା ଗଣ। 

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

14:37 December 08

ମୟୂରଭଞ୍ଜରେ ଭାରତ ବନ୍ଦର ପ୍ରଭାବ, ଜେ ଏମ୍ ଏମ୍ ପକ୍ଷରୁ ରାସ୍ତା ଅବରୋଧ

ମୟୂରଭଞ୍ଜରେ ଭାରତ ବନ୍ଦର ପ୍ରଭାବ, ଜେ ଏମ୍ ଏମ୍ ପକ୍ଷରୁ ରାସ୍ତା ଅବରୋଧ

ବାରିପଦା: କେନ୍ଦ୍ର ସରକାରଙ୍କ ଦ୍ବାରା ପାରିତ କୃଷି ବିଲକୁ ବିରୋଧ କରି ଚାଷୀମାନେ ଦିଲ୍ଲୀରେ ଆନ୍ଦୋଳନ ଜାରି ରହିଥିବା ବେଳେ ଆନ୍ଦୋଳନରତ ଚାଷୀ ମାନଙ୍କୁ ସମର୍ଥନ ଜଣାଇ ମୟୂରଭଞ୍ଜ ଜିଲ୍ଲାରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଚାଷୀ ମାନଙ୍କ ଆନ୍ଦୋଳନକୁ ସମର୍ଥନ କରି ବିଭିନ୍ନ ରାଜନୈତିକ ଦଳ ସହ ବିଭିନ୍ନ ସଂଗଠନ ଭାରତ ବନ୍ଦରେ ସାମିଲ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାରେ ସରକାରୀ, ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିଥିବା ବେଳେ ଦୋକାନ, ବଜାର ସବୁ ବନ୍ଦ ରହିଛି ଏବଂ ଏହା ସହ ୧୮ ନମ୍ବର ଜାତୀୟ ରାଜପଥରେ ଜେ ଏମ୍ ଏମ୍ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି। ଅନ୍ୟପକ୍ଷରେ ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦ କରାଯାଇଛି। ତେବେ ମୟୂରଭଞ୍ଜ ଜିଲ୍ଲାର ଉଦଳା, କାରଞ୍ଜିଆ, ରାଇରଙ୍ଗପୁର ଓ ବାରିପଦା ଉପକଣ୍ଠରେ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। 

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

13:40 December 08

ଖୋର୍ଦ୍ଧାରେ ନବନିର୍ମାଣ କୃଷକ ସଂଗଠନ ଓ ଜାତୀୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଖୋର୍ଦ୍ଧାରେ ନବନିର୍ମାଣ କୃଷକ ସଂଗଠନ ଓ ଜାତୀୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଖୋର୍ଦ୍ଧା: କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଦ୍ଧ କରି ବିଭିନ୍ନ କୃଷକ ସଂଗଠନ ଦେଇଥିବା ଭାରତ ବନ୍ଦର ପ୍ରଭାବ ଖୋର୍ଦ୍ଧାରେ ମଧ୍ୟ ଦେଖିବାକୁ ମିଳିଛି । ଖୋର୍ଦ୍ଧା ନବନିର୍ମାଣ କୃଷକ ସଂଗଠନ ଓ ଜାତୀୟ କଂଗ୍ରେସ ପକ୍ଷରୁ ଖୋର୍ଦ୍ଧା ନୁଆ ବସ୍‌ଷ୍ଟାଣ୍ଡ ଛକରେ ରାସ୍ତା ରୋକ କରିବା ସହିତ ଆନ୍ଦୋଳନକାରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେହିପରି ଖୋଲାଥିବା ସମସ୍ତ ଦୋକାନ ଓ ବ୍ୟବସାୟୀକ ପ୍ରତିଷ୍ଠାନକୁ ପିକେଟିଂ କରି ବନ୍ଦ କରିଛନ୍ତି । ବନ୍ଦ ବେଳେ କୌଣସି ଅଘଟଣକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସାଥା ଗ୍ରହଣ କରାଯାଇଛି । ତେବେ ଏହି କୃଷି ବିଲ ପ୍ରତ୍ୟାହାର ନକଲେ ଆସନ୍ତା ଦିନରେ ବ୍ଲକ ଓ ପଞ୍ଚାୟତ ସ୍ଥରେରେ ଏହି ଲଢ଼େଇ ଜାରି ରହିବ ବୋଲି ଆନ୍ଦୋଳନକାରୀ ମାନେ କହିଛନ୍ତି ।  

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

13:40 December 08

ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ସୁବର୍ଣ୍ଣପୁର ସହରରେ ବନ୍ଦ ପାଳିତ

ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ସୁବର୍ଣ୍ଣପୁର ସହରରେ ବନ୍ଦ ପାଳିତ

ସୁବର୍ଣ୍ଣପୁର: କେନ୍ଦ୍ର ସରକାର ଆଣିଥିବା ନୂତନ କୃଷି ବିଲର ପ୍ରତିବାଦରେ ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ସୁବର୍ଣ୍ଣପୁର ସହରରେ ଆଜି ବନ୍ଦ ପାଳିତ ହେଉଛି । ଜିଲ୍ଲା କଂଗ୍ରେସ ସହିତ ଅନ୍ୟାନ୍ୟ ରାଜନୈତିକ ଦଳ ଏହି ବନ୍ଦକୁ ସମର୍ଥନ କରି କୃଷକ ମାନଙ୍କ ସହିତ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବନ୍ଦ ଯୋଗୁଁ ସହରର ଦୋକାନ ବଜାର ,ବ୍ୟବସାୟିକ ପ୍ରତିଷ୍ଠାନ ,ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସହିତ ଗାଡି ମୋଟର ଚଳାଚଳ ଆଦି ବନ୍ଦ ରହିଛି। ଚାଷୀ ଓ ନଗର କଂଗ୍ରେସର କର୍ମୀମାନେ ପିକେଟିଂ କରି ସମସ୍ତ କାର୍ଯ୍ୟାଳୟ ଆଦିକୁ ବନ୍ଦ କରି ଦେଇଛନ୍ତି। ଏପଟେ ଅପ୍ରୀତିକର ପରିସ୍ଥିତିକୁ ଏଡ଼େଇବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ଛକଗୁଡ଼ିକରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

13:38 December 08

ଭାରତ ବନ୍ଦକୁ ନେଇ ଜଗତସିଂହପୁରରେ ରାସ୍ତା ରୋକ

ଭାରତ ବନ୍ଦକୁ ନେଇ ଜଗତସିଂହପୁରରେ ରାସ୍ତା ରୋକ

ଜଗତସିଂହପୁର: ଦେଶବ୍ୟାପୀ ଭାରତ ବନ୍ଦ ପାଳନ ହେଉଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ଏହାର ପ୍ରଭାବ ଆଂଶିକ ଭାବେ ପଡିଥିବା ଦେଖିବାକୁ ମିଳିଛି । ବିଭିନ୍ନ ଟ୍ରେଡ଼ ୟୁନିୟନ ଓ ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଆଜି କଟକ ପାରାଦ୍ବିପ ରାସ୍ତା ଅବରୋଧ କରାଯିବା ସହ ଜଗତସିଂହପୁର ସହରର ଥାନାଛକ ସାମ୍ନାରେ ଏନଏଚ 55 ରେ ମଧ୍ୟ ରାସ୍ତା ରୋକ କରାଯାଇଛି । କେନ୍ଦ୍ର ସରକାର ବିଭିନ୍ନ କର୍ପୋରେଟ ସଂସ୍ଥାର ଦଲାଲ ସାଜି ଚାଷୀକୁ ଶୋଷଣ କରିବା ଯେଉଁ ପ୍ରୟାସ କରୁଛନ୍ତି ତାକୁ ସଫଳ ହେବାକୁ ଦିଆ ଜୀବନି ବୋଲି ଚାଷୀ ନେତାମନେ କହିଛନ୍ତି।  

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

12:59 December 08

କୃଷି ଆଇନକୁ ମାଲକାନଗିରିରେ କଂଗ୍ରେସ ଓ ସିପିଏମ ପକ୍ଷରୁ ବିରୋଧ

କୃଷି ଆଇନକୁ ମାଲକାନଗିରିରେ କଂଗ୍ରେସ ଓ ସିପିଏମ ପକ୍ଷରୁ ବିରୋଧ

ମାଲକାନଗିରି: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଆଜି କୃଷକ ସଂଗଠନ ଗୁଡ଼ିକ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏନେଇ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି କଂଗ୍ରେସ ଓ ସିପିଏମ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ଏଥିସହିତ ବିଭିନ୍ନ ସ୍ଥାନରେ ପିକେଟିଂ ସହ ବାଇକ ରଖି ରାସ୍ତାରୋକ ଜାରି ରହିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ବାଲିମେଳା ଛକ ନିକଟରେ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଉଥିବା ବେଳେ ସ୍ଥାନୀୟ ଡିଏନକେ ଛକ ନିକଟରେ ସିପିଏମ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ସବୁ ଦୋକାନ ବଜାର ବନ୍ଦ ଥିବା ବେଳେ ସ୍ଥାନୀୟ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ 

12:58 December 08

ଓଡ଼ିଶାର ଭାତହାଣ୍ଡିରେ ପଡ଼ିଛି କୃଷକଙ୍କ ଭାରତ ବନ୍ଦ ଆନ୍ଦୋଳନର ପ୍ରଭାବ

ଓଡ଼ିଶାର ଭାତହାଣ୍ଡିରେ ପଡ଼ିଛି କୃଷକଙ୍କ ଭାରତ ବନ୍ଦ ଆନ୍ଦୋଳନର ପ୍ରଭାବ

ବରଗଡ଼: ନୂତନ କୃଷିବିଳକୁ ପ୍ରତ୍ୟାହାର ଦାବିରେ ଦେଶବ୍ୟାପୀ ଚାଲିଥିବା ଆନ୍ଦୋଳନ ଆଜି ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି। ବରଗଡର ଚାଷୀ ସଂଗଠନ ତରଫରୁ ଦିଆଯାଇଥିବା ବନ୍ଦ ଡାକରାରେ ପ୍ରମୁଖ ରାଜନୀତିକ ଦଳ କଂଗ୍ରେସ ଓ ଆମ ଆଦମୀ ପାର୍ଟିଙ୍କ ସମେତ ବିଭିନ୍ନ ସଂଗଠନ ବନ୍ଦ ଡାକରରେ ସାମିଲ ହୋଇଛନ୍ତି । ବରଗଡ ଜିଲ୍ଲାର ୧୨ ଗୋଟି ବ୍ଲକରେ ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ହେବାକୁ ଥିବାବେଳେ ସମସ୍ତ ଦୋକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ କରାଯାଇଛି ଏବଂ ଯାନବାହନ ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି।  

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

12:15 December 08

ବାଲେଶ୍ଵରରେ ଭାରତ ବନ୍ଦର ପ୍ରଭାବ

ବାଲେଶ୍ଵରରେ ଭାରତ ବନ୍ଦର ପ୍ରଭାବ

ବାଲେଶ୍ବର: ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଡାକରା ଦିଆ ଯାଇଥିବା ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ବାଲେଶ୍ଵରରେ । କେନ୍ଦ୍ର ସରକାରଙ୍କ କୃଷକ ମାରଣାନୀତି ସହ ନୂତନ କୃଷି ଆଇନକୁ ବିରୋଧ କରି ସର୍ବଭାରତୀୟ ସ୍ଥରରେ ଏହି ବନ୍ଦ ଡାକରା ଦିଆ ଯାଇଥିଲା। ବାଲେଶ୍ଵର ଷ୍ଟେସନ ଛକ ସମେତ ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ କରାଇବା ସହ ରାସ୍ତାରେ ଯାତାୟତ କରୁଥିବା ଗାଡି ଅଟକା ଯାଇଥିଲା।

ତେବେ ବିଭିନ୍ନ ସଙ୍ଗଠନର ନେତାଙ୍କ ସହ କୃଷକ ସଂଗଠନର ନେତା ମାନେ ମିଶି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

10:53 December 08

ପୁରୀରେ ଭାରତ ବନ୍ଦର ପ୍ରଭାବ, ଜୀବନ ଯାତ୍ରା ଠପ୍

ପୁରୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ବିଲକୁ ବିରୋଧ ଏବଂ ପ୍ରତ୍ୟାହାର ଦାବି ନେଇ ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି ସମସ୍ତ ବିରୋଧୀ ଦଳ । ଏହି ଆହ୍ବାନ ପରେ ଆଜି ସକାଳୁ ଏହାର ପ୍ରଭାବ ପୁରୀ ସହରରେ ଦେଖିବାକୁ ମିଳିଛି । ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ବସ ଚଳାଚଳ ମଧ୍ୟ ବନ୍ଦ ରହିଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭାରତ ବନ୍ଦ ପାଇଁ ସମସ୍ତ ସରକାରୀ ଅଫିସକୁ ରାଜ୍ୟ ସରକାର ଆଜି ଛୁଟି ଘୋଷଣା କରିଛନ୍ତି । 

ତେବେ ଜରୁରୀକାଳୀନ ସେବା ଯେଭଳି ପ୍ରଭାବିତ ନ ହୁଏ ସେ ନେଇ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି । ପୁରୀ ବଡ଼ ଦାଣ୍ଡ , ମାର୍କେଟ ଛକ , ମେଡ଼ିକାଲ ଛକ , ବଡ଼ଶଙ୍ଖ ମାର୍କେଟ , ଭିଆଇପି ରୋଡ଼ ସମେତ ସହର ସମସ୍ତ ଅଞ୍ଚଳରେ ଦୋକାନ ବଜ୍ଜାର ବନ୍ଦ ରହିଛି ।  

ପୁରୀରୁ ଶକ୍ତି ପ୍ରଶାସ ମିଶ୍ର, ଇଟିଭି ଭାରତ

09:40 December 08

ଭାରତ ବନ୍ଦ: ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାରି ରହିଛି ଆନ୍ଦୋଳନ

କେନ୍ଦୁଝର: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଷୀମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜି ଭାରତ ବନ୍ଦର ଡାକରା ଦେଇଛନ୍ତି । ଯାହାକୁ 18ଟି ରାଜନୈତିକ ଦଳ ନିଜର ସମର୍ଥନ ଜଣାଇବା ସହ ସମେତ ଅନେକ ସଙ୍ଗଠନ ମଧ୍ୟ ସେମାନଙ୍କ ନୈତିକ ସମର୍ଥନ ଜଣାଇଛନ୍ତି । ସେପଟେ ଏହି ଭାରତ ବନ୍ଦରେ କେନ୍ଦୁଝରର ବିଭିନ୍ନ ଚାଷୀ ସଂଗଠନ ମଧ୍ୟ ସାମିଲ ହୋଇଛନ୍ତି । ସ୍ଥାନୀୟ ଗାନ୍ଧୀ ଛକଠାରେ ବ୍ୟାନର, ପ୍ଲା-କାର୍ଡ ଧରି ଏହି ସଂଗଠନ ଗୁଡ଼ିକ ପକ୍ଷରୁ ବନ୍ଦ କରାଯାଇଥିଲା । 

ରାଜ୍ୟ ସରକାର ଏହି ବନ୍ଦକୁ ଦେଖି ସରକାରୀ ଅଫିସଗୁଡିକୁ ବନ୍ଦ ଘୋଷଣା କରିଥିବା ଯୋଗୁଁ ବନ୍ଦ କିଛିକାଂଶରେ ସଫଳ ଦେଖା ଦେଇଛି । କିନ୍ତୁ ଦୋକାନ ବଜାର ଗୁଡିକ ଖୋଲା ଥିବା ଦେଖା ଦେଇଥିଲା । ଏହି ସଂଗଠନ ଗୁଡ଼ିକ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ଦ କରାଯାଇଛି । 

ତେବେ ଜିଲ୍ଲାରେ ଏହି ଆନ୍ଦୋଳନର ମିଶ୍ରିତ ପ୍ରଭାବ ଦେଖାଦେଇଛି । ବନ୍ଦକୁ ଆଖିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଦିନ 11ଟାରୁ ଅପରାହ୍ନ 3ଟା ଯାଏ ଚକାଜାମ୍‌ କରିବାକୁ କୃଷକ ସଙ୍ଗଠନ ପକ୍ଷରୁ ଆହ୍ବାନ ଦିଆଯାଇଛି ।  

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated :Dec 8, 2020, 8:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.