ETV Bharat / state

MGNREGAରେ କେଳେଙ୍କାରୀ ଅଭିଯୋଗ, ସ୍ଥାଣୁ ପାଲଟିଛି ପ୍ରଶାସନ

author img

By

Published : Jun 25, 2021, 7:19 AM IST

ଆନନ୍ଦପୁର ପ୍ରଶାସନ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଅନେକ ଜାଗାରେ ନିମ୍ନ ମାନର କାମ ହେଉଥିବା ଅଭିଯୋଗ ହେଉଛି । ଏହିଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ହତିଶୀଳା ଗ୍ରାମରେ । ଅଧିକ ପଢନ୍ତୁ...

MGNREGAରେ କେଳେଙ୍କାରୀ ଅଭିଯୋଗ, ସ୍ଥାଣୁ ପାଲଟିଛି ପ୍ରଶାସନ
MGNREGAରେ କେଳେଙ୍କାରୀ ଅଭିଯୋଗ, ସ୍ଥାଣୁ ପାଲଟିଛି ପ୍ରଶାସନ

ଆନନ୍ଦପୁର: ସରକାର ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଅନେକ ଜାଗାରେ ନିମ୍ନ ମାନର କାମ ହେଉଥିବା ଅଭିଯୋଗ ହେଉଛି । ଏହିଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ହତିଶୀଳା ଗ୍ରାମରେ ।ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ପୁଣି ଏକ କେଳେଙ୍କାରୀ ସାମ୍ନାକୁ ଆସିଛି ।

MGNREGAରେ କେଳେଙ୍କାରୀ ଅଭିଯୋଗ, ସ୍ଥାଣୁ ପାଲଟିଛି ପ୍ରଶାସନ

ପୂର୍ବରୁ ରାସ୍ତାରେ ଯାତାୟାତ କରି ହେଉଥିବା ବେଳେ ଏବେ ଆଉ ସମ୍ଭବ ହେଉନି । ୧ ଲକ୍ଷ ଖର୍ଚ୍ଚ ପରେ ରାସ୍ତାର ଅବସ୍ଥା ପୂରା ବେହାଲ । ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଦେଓଗାଁ ପଞ୍ଚାୟତରେ ହାତୀଶିଳା ବାଏପାସ୍ ଠାରୁ ଦେବତାଶାଳ ପର୍ଯ୍ୟନ୍ତ ୧ କି.ମି ରାସ୍ତାକୁ ୨୦୨୦-୨୧ ଆର୍ଥିକ ବର୍ଷରେ ନିର୍ମାଣ କରାଯାଇଛି । ଏଥିପାଇଁ ମନରେଗା ଯୋଜନାରେ ୧୦ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଛି । ରାସ୍ତାର ଆରମ୍ଭରେ ଏକ ଫଳକ ଲଗାଯାଇଥିବା ବେଳେ ଏଥିରେ ଅସମ୍ପୂର୍ଣ୍ଣ ସୂଚନା ରହିଛି । ୨୦୨୦ ମେ ୨ ତାରିଖରେ ନିର୍ମାଣ ଆରମ୍ଭ ହୋଇଥିବା ସୂଚନା ରହିଥିବା ବେଳେ ନିର୍ମାଣର ଶେଷ ତାରିଖ ଉଲ୍ଲେଖ କରଯାଇ ନାହିଁ ।


ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କେବଳ ବନ୍ଧ ରାସ୍ତାରେ କେତେ ଟ୍ରାକ୍ଟର ମାଟିମିଶା ମୋରମ ପକାଇ କାମ ସମ୍ପୂର୍ଣ୍ଣ କରାଯାଇଥିଲା । ନିର୍ମାଣର ମାତ୍ର ଏକ ବର୍ଷ ନପୂରୁଣୁ ମୋରମର କୌଣସି ଚିହ୍ନବର୍ଣ୍ଣ ନଥିବା ବେଳେ ଆଣ୍ଠୁଏ ଖାଲରେ ଯିବା ସମ୍ଭବ ହେଉନାହିଁ । ପୂର୍ବରୁ ବାଇକ୍ ଓ ଚାରିଚକିଆ ଯାଉଥିବା ବେଳେ ଏବେ ଚାଲିକରି ଯିବା ମଧ୍ୟ ଅସମ୍ଭବ । କେବଳ ଫଳକ ଲଗାଇ ଅନୁଦାନକୁ ସ୍ଥାନୀୟ କେତେକ କୁଜିନେତା ବ୍ଲକର ଯନ୍ତ୍ରୀଙ୍କୁ ହାତକରି ଲୁଟି ନେଇଥିବା ଅଭିଯୋଗ ହେଉଛି ।

ତୁରନ୍ତ ରାସ୍ତାର ଉନ୍ନତି ନିମନ୍ତେ ଦୃଷ୍ଟି ଦେବାକୁ ଦାବି ହେଉଛି । ଏହି ରାସ୍ତା ସମ୍ପର୍କରେ ଘଷିପୁରା ବିଡ଼ିଓଙ୍କୁ ଯୋଗାଯୋଗ କରିଥିଲେ ଆମ ପ୍ରତିନିଧି, ହେଲେ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ଦେଇନଥିଲେ ମଧ୍ୟ ଖୁବଶୀଘ୍ର ତଦନ୍ତ କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଖୁବଶୀଘ୍ର ତଦନ୍ତ କରି ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.