ETV Bharat / state

ଖେଳୁ ଥିବାବେଳେ ପୋଖରୀରେ ବୁଡିଗଲା 4 ବର୍ଷର ଶିଶୁ

author img

By

Published : Aug 18, 2020, 7:51 PM IST

drowned in a pond
ପୋଖରୀରେ ବୁଡିଗଲେ 4 ବର୍ଷର ଶିଶୁ

ଆନନ୍ଦପୁର ଥାନା ଆମ୍ବଗଡିଆ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି । ମୃତକ ସେହି ଗାଁର ମଦନ ଜେନାଙ୍କ ପୁଅ ଗୌତମ ।

ଆନନ୍ଦପୁର: ଖେଳୁ ଥିବାବେଳେ ପୋଖରୀରେ ବୁଡି ଜଣେ 4 ବର୍ଷର ଶିଶୁର ମୃତ୍ୟୁ ଘଟିଛି । ଆନନ୍ଦପୁର ଥାନା ଆମ୍ବଗଡିଆ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି । ମୃତକ ସେହି ଗାଁର ମଦନ ଜେନାଙ୍କ ପୁଅ ଗୌତମ ।

ଘର ଲୋକଙ୍କ ଅଜାଣତରେ ଗୌତମ ଖେଳୁ ଖେଳୁ ପୋଖରୀ ନିକଟକୁ ଚାଲିଯାଇଥିଲା । କିଛି ସମୟ ପରେ ଘରଲୋକେ ଗୌତମକୁ ବହୁ ଖୋଜାଖୋଜି କରିଥିଲେ ବି ଆଉ ପାଇ ନଥିଲେ ।

ପୋଖରୀରେ ବୁଡିଗଲେ 4 ବର୍ଷର ଶିଶୁ

ପରେ ସନ୍ଦେହ ହେବାରୁ ପୋଖରୀ ଭିତରେ ଖୋଜିବା ପରେ ତାକୁ ପାଇ ତୁରନ୍ତ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେତେବେଳକୁ ଶିଶୁର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.