ETV Bharat / state

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୋଲିସ ଏସଆଇଙ୍କ ଘରେ ଚଢାଉ

author img

By

Published : Dec 12, 2019, 11:44 AM IST

Updated : Dec 12, 2019, 2:37 PM IST

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୋଲିସ ଏସଆଇ ଜନ୍ମେଞ୍ଜୟ ମଲ୍ଲିକଙ୍କ ଘର ଉପରେ ଭିଜିଲାନ୍ସ ଚଢାଉ କରିଛି ।

kendrapada
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

କେନ୍ଦ୍ରାପଡା: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୋଲିସ ଏସଆଇ ଜନ୍ମେଞ୍ଜୟ ମଲ୍ଲିକଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଜନ୍ମେଞ୍ଜୟ ମଲ୍ଲିକଙ୍କ ପଟ୍ଟାମୁଣ୍ଡାଇ ଅଣ୍ଡରା ସ୍ଥିତ ବାସଭବନ ସମେତ ପାଞ୍ଚଟି ସ୍ଥାନରେ ଏହି ଚଢାଉ କରାଯାଇଛି । କେନ୍ଦ୍ରାପଡ଼ା ଭିଜିଲାନ୍ସର ୫ ଜଣିଆ ଟିମ ଏକକାଳୀନ ଜନ୍ମେଜୟଙ୍କ ପୈତୃକ ବାସଭବନ, ଶ୍ୱଶୁର ଘର, କଟକରେ ଥିବା ହୋଟେଲ, ବାସଭବନ, ତୁଳସୀପୁରରେ ଥିବା ଅଫିସ ଓ ପୋଲିସ କ୍ୱାର୍ଟରରେ ଚଢ଼ାଉ ଜାରିରଖିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ବର୍ତ୍ତମାନ ସୁଦ୍ଧା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଡରା ଗ୍ରାମରେ ଥିବା ପୈତୃକ ବାସଭଵନରୁ ୨୪୦ ଗ୍ରାମ ସୁନା, ନଗତ ୨୩ ହଜାର ଟଙ୍କା, ୯୧ ହଜାର ଟଙ୍କାର ଏକ ମୋଟର ସାଇକେଲ ଓ ପୁଅଙ୍କ ନାମରେ ଥିବା ଏକ ବସକୁ ଜବତ କରାଯାଇଛି। କେନ୍ଦ୍ରାପଡ଼ା ଭିଜିଲାନ୍ସ ଡିଏସପି ସୁରେନ୍ଦ୍ର ନାଥ ରାୟଗୁରୁଙ୍କ ନେତୃତ୍ୱରେ ୨ଟି ଟିମ କେନ୍ଦ୍ରାପଡ଼ାରେ ଚଢ଼ାଉ ଜାରିରଖିଛି।

ସୂଚନାଯୋଗ୍ୟ, ଜନ୍ମେଞ୍ଜୟ ମଲ୍ଲିକ ପୋଲିସ ମୋଟର୍ସ ଟ୍ରାନ୍ସପୋର୍ଟ ଏସଆଇ ଭାବରେ କାର୍ଯ୍ୟରତ ଅଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

testing


Conclusion:
Last Updated : Dec 12, 2019, 2:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.