ETV Bharat / state

ମିଶନ ଶକ୍ତି: ଅପରାଜିତାଙ୍କୁ ପ୍ରମିଳାଙ୍କ ଜବାବ, କହିଲେ ସେ ଥିଲାବେଳେ ହଉଥିଲା ଆଉ ଏବେ ହଉନି ?

author img

By

Published : Jun 12, 2023, 8:33 PM IST

ଅପରାଜିତା ଷଡଙ୍ଗୀଙ୍କ ନାଁ ନନେଇ ପ୍ରମିଳା ତେରଚ୍ଛା ବାଣ ମାରିଛନ୍ତି । କେନ୍ଦ୍ରାପଡା ରାଜନଗର ଡାଙ୍ଗମାଳ ଗସ୍ତରେ ଆସି ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପ୍ରମିଳା । ଗସ୍ତବେଳେ ପ୍ରମିଳା କହିଛନ୍ତି ସେ (ଅପରାଜିତା) ଯେତେବେଳେ ମିଶନ ଶକ୍ତିର ସଚିବ ଥିଲେ ସେତେବେଳେ କାମ ହେଉଥିଲା । ଆଉ ଏବେ ହେଉନାହିଁ ? ଅଧିକ ପଢନ୍ତୁ

ଅପରାଜିତା ଷଡଙ୍ଗୀଙ୍କୁ ଜବାବ ଦେଲେ ପ୍ରମିଳା ମଲ୍ଲିକ
ଅପରାଜିତା ଷଡଙ୍ଗୀଙ୍କୁ ଜବାବ ଦେଲେ ପ୍ରମିଳା ମଲ୍ଲିକ

ଅପରାଜିତା ଷଡଙ୍ଗୀଙ୍କୁ ଜବାବ ଦେଲେ ପ୍ରମିଳା ମଲ୍ଲିକ

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ଘେରିଥିଲେ ଅପରାଜିତା । କେନ୍ଦ୍ରାପଡାରେ ଜବାବ ଦେଲେ ପ୍ରମିଳା । ରାଜ୍ୟରେ ମିଶନ ଶକ୍ତି ଫେଲ ମାରିଛି । ଜଳସେଚନ ସମସ୍ୟା , ନିଯୁକ୍ତି ସର୍ବୋପରି ପର୍ଯ୍ୟଟନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତାକୁ ଦାୟୀ କରି ଗତ ଶୁକ୍ରବାର କେନ୍ଦ୍ରାପଡାରେ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଥିଲେ ଭୁବନେଶ୍ବର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀ । ଆଜି କେନ୍ଦ୍ରାପଡା ଗସ୍ତରେ ଆସି ଅପରାଜିତାଙ୍କ ଅଭିଯୋଗର ଜବାବ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

ପ୍ରମିଳା କହିଛନ୍ତି, ‘‘ବିଜେପି କେନ୍ଦ୍ରୀୟ ନେତା ଓ ମନ୍ତ୍ରୀ ଓଡିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ ସାଧୁବାଦ ଦେଉଛନ୍ତି । କିନ୍ତୁ ରାଜ୍ୟ ବିଜେପି ନେତା ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ସହଜରେ ଗ୍ରହଣ କରିନପାରି ବିଭିନ୍ନ ଅମୂଳକ ଓ ଭିତ୍ତିହୀନ ମନ୍ତବ୍ୟ ଦେଉଛନ୍ତି । ୨୦୦୧ ମାର୍ଚ୍ଚ ୮ ତାରିଖରେ ଆରମ୍ଭ ହୋଇଥିବା ମିଶନ ଶକ୍ତି ବିଭାଗରେ ଆଜି ରାଜ୍ୟର ୭୦ ଲକ୍ଷ ମହିଳା ଆତ୍ମ ସ୍ବାବଲମ୍ବୀ ହୋଇଥିବା ବେଳେ ମହିଳା ମାନେ ଛତୁ ଚାଷ, ବିଭିନ୍ନ ପ୍ରକାର ପନିପରିବା ଚାଷ, ଫୁଲ ଚାଷ, ମାଛ ଚାଷ, ଟେଲରିଂ,ପାର୍ଲର, ଇ-ଅଟୋ ଓ ଇ-ବାଇକ ଚଳାଇବା କାର୍ଯ୍ୟ କରୁଥିବା ବେଳେ ସାଂସଦଙ୍କ ଏଭଳି ଅଭିଯୋଗ ନିନ୍ଦନୀୟ ।’’

ଅପରାଜିତା ଷଡଙ୍ଗୀଙ୍କ ନାଁ ନନେଇ ପ୍ରମିଳା ତେରଚ୍ଛା ବାଣ ମାରିଛନ୍ତି । ଆଜି କେନ୍ଦ୍ରାପଡା ରାଜନଗର ଡାଙ୍ଗମାଳ ଗସ୍ତରେ ଆସି ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପ୍ରମିଳା । ଗସ୍ତବେଳେ ପ୍ରମିଳା କହିଛନ୍ତି ସେ(ଅପରାଜିତା) ଯେତେବେଳେ ମିଶନ ଶକ୍ତିର ସଚିବ ଥିଲେ ସେତେବେଳେ କାମ ହେଉଥିଲା । ଆଉ ଏବେ ହେଉନାହିଁ ବୋଲି କହିବା କେତେ ସମୀଚିନ ବୋଲି ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ ରାଜ୍ୟ ସରକାରଙ୍କୁ ଦେଶ ବିଦେଶରେ ବାଃ ବାଃ ମିଳୁଥିବା ବେଳେ ରାଜ୍ୟ ବିଜେପି ନେତୃତ୍ବ ଅସହିଷ୍ଣୁ ହୋଇ ପଡି ବିଭିନ୍ନ ମନ୍ତବ୍ୟ ଦେଉଥିବା କହିଛନ୍ତି। ରାଜ୍ୟରେ ଜଳସେଚନ କ୍ଷେତ୍ରରେ, ନିଯୁକ୍ତି କ୍ଷେତ୍ରରେ,ମହିଳା ଆତ୍ମ ନିର୍ଭରଶୀଳ କ୍ଷେତ୍ରରେ ନବୀନ ପଟ୍ଟନାୟକଙ୍କ ସରକାର ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା କହିବା ସହ ବିଜେପି ନେତୃତ୍ବ ଏହାକୁ ମାନିନେବା ସହ ମିଳିମିଶି ରାଜ୍ୟର ବିକାଶର ଧାରାରେ ସାମିଲ ହେବାକୁ ଆହ୍ବାନ ଦେଇଥିଲେ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.