ETV Bharat / state

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମକର ଦାସଙ୍କ ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Aug 22, 2023, 3:51 PM IST

ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ମକର ଦାସଙ୍କର ୯୯ ବର୍ଷ ବୟସରେ ପରଲୋକ । ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଅଧିକ ପଢ଼ନ୍ତୁ

freedom fighter makar das passes away
ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ମକର ଦାସଙ୍କ ପରଲୋକ

ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ମକର ଦାସଙ୍କ ପରଲୋକ
  • ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ମକର ଚରଣ ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଦେଶମାତୃକାର ସେବା ସହ ଜଣେ ସମାଜ ସଂସ୍କାରକ ଭାବେ ତାଙ୍କ ଅବଦାନ ଅତୁଳନୀୟ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି।

    — Naveen Patnaik (@Naveen_Odisha) August 22, 2023 " class="align-text-top noRightClick twitterSection" data=" ">

କେନ୍ଦ୍ରପଡ଼ା: ପରଲୋକରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମକର ଦାସ । କେନ୍ଦ୍ରାପଡ଼ା ଜିଲ୍ଲା ନିବାସୀ ତଥା ରାଜ୍ୟର ଜଣେ ବର୍ଷିୟାନ ସ୍ଵାଧୀନତା ସଂଗ୍ରାମୀ ମକର ଦାସଙ୍କ ଆଜି (ମଙ୍ଗଳବାର) ସକାଳ ୬ଟା ୪୦ ମିନିଟ ସମୟରେ ଦେହାନ୍ତ ହୋଇଯାଇଛି । କଟକ ଏସସିବି ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ହୋଇଥିଲା ।

ଉଭୟ କିଡ଼ନୀ ଓ ଫୁସଫୁସରେ ସଂକ୍ରମଣ ଯୋଗୁଁ ଗତ ଅଗଷ୍ଟ ୧ ତାରିଖରେ ମକର ଦାସଙ୍କୁ ଚିକିତ୍ସା ପାଇଁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃୃତ୍ୟୁ ହୋଇଥିବା ଜଣାପଡ଼ିଛି । ସ୍ବାଧୀନତା ସଂଗ୍ରାମୀ ମକର ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି ।

ସେ ଟ୍ବିଟ ଯୋଗେ ଲେଖିଛନ୍ତି, "ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ମକର ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଦେଶମାତୃକାର ସେବା ସହ ଜଣେ ସମାଜ ସଂସ୍କାରକ ଭାବେ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଉଛି ।" ଏଥିସହ କେତେକ ବିଶିଷ୍ଟ ନେତା,ମନ୍ତ୍ରୀ ମକର ଦାସଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଓଡିଶା ସାହିତ୍ୟ ଏକାଡେମୀ ସଚିବଙ୍କ ପରଲୋକ, ଦୁଇଦିନ ପୂର୍ବରୁ ଦୁର୍ଘଟଣାର ହୋଇଥିଲେ ଶିକାର

ସଂଗ୍ରାମୀ ମକର ଦାସ ଜାତିର ପିତା ମହାତ୍ମା ଗାନ୍ଧିଜୀଙ୍କ ଡାକରାରେ ମୁକ୍ତି ସଂଗ୍ରାମରେ ସାମିଲ ହୋଇଥିଲେ। ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇ ତାଙ୍କୁ ବହୁବାର କାରାବରଣ କରିବାକୁ ପଡିଥିଲା । ସ୍ଵତନ୍ତ୍ରତା ସୈନିକ ସମ୍ମାନ ଯୋଜନାରେ ମକର ଦାସଙ୍କୁ ଚଳିତବର୍ଷ କ୍ରାନ୍ତି ଦିବସ ଅବସରରେ ରାଷ୍ଟ୍ରପତିଙ୍କ ତରଫରୁ ଜିଲ୍ଲା ପ୍ରଶାସନ ଦ୍ଵାରା ଚିକିତ୍ସାଧୀନ ଅବସ୍ଥାରେ ସମ୍ବର୍ଦ୍ଧିତ କରାଯାଇଥିଲା । ମକରଙ୍କୁ ବହୁଥର ସ୍ୱାଧୀନତା ଓ ସାଧାରଣତନ୍ତ୍ର ଦିବସ ଅବସରରେ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଛି । ଆଜି ତାଙ୍କର ଦେହାନ୍ତ ପରେ ଏକ ଯୁଗର ଅବସାନ ଘଟିଛି । ମୃତଶଯ୍ୟା ନିକଟରେ ତାଙ୍କ ପୁଅ ପଞ୍ଚାନନ ଦାସ ଓ ପରିବାର ଲୋକେ ଉପସ୍ଥିତ ଥିଲେ । ମକର ଦାସଙ୍କର ପୈତୃକ ଗାଁ କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ୍ ହାଟ ବାଣପୁର ଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ମରଶରୀରରେ ପୁଷ୍ପମାଲ୍ଯ ଅର୍ପଣ କରାଯିବା ସହ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.