ETV Bharat / state

ସରପଞ୍ଚଙ୍କୁ କାମ କରାଇ ଦେଉନି ବ୍ଲକ ପ୍ରଶାସନ ! ପ୍ରତିବାଦରେ ପଞ୍ଚାୟତବାସୀଙ୍କ ଅନଶନ

author img

By ETV Bharat Odisha Team

Published : Jan 19, 2024, 4:01 PM IST

Strike In Front Of Kendrapara Collector Office: ମହିଳା ସରପଞ୍ଚ ଦଳିତ ସମ୍ପ୍ରଦାୟର ହୋଇଥିବାରୁ ଜିଲ୍ଲା ପ୍ରଶାସନ ମଧ୍ୟ ଅଭିଯୋଗକୁ କର୍ଣ୍ଣପାତ କରୁନଥିବା ଅଭିଯୋଗ କରି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୋରନ୍ଦ ସରପଞ୍ଚ ଓ ପଞ୍ଚାୟତବାସୀଙ୍କ ଧାରଣା । ଅଧିକ ପଢ଼ନ୍ତୁ

ସରପଞ୍ଚଙ୍କୁ କାମ କରାଇ ଦେଉନାହିଁ ବ୍ଲକ ପ୍ରଶାସନ, ପ୍ରତିବାଦରେ ଧାରଣା ଓ ଅନଶନ କଲେ ପଞ୍ଚାୟତବାସୀ

କେନ୍ଦ୍ରାପଡ଼ା: ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ଅଣଦେଖା କରି ମନମାନୀ କରୁଛନ୍ତି ବ୍ଲକ ପ୍ରଶାସନ । ମହିଳା ସରପଞ୍ଚ ଦଳିତ ସମ୍ପ୍ରଦାୟର ହୋଇଥିବାରୁ ଜିଲ୍ଲା ପ୍ରଶାସନ ମଧ୍ୟ ଅଭିଯୋଗକୁ କର୍ଣ୍ଣପାତ କରୁନଥିବା ଅଭିଯୋଗ କରି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୋରନ୍ଦ ସରପଞ୍ଚ ଓ ପଞ୍ଚାୟତବାସୀଙ୍କ ଧାରଣା ଓ ଆମରଣ ଅନଶନ ଆରମ୍ଭ କରିଛନ୍ତି ।

ସୂଚନା ଅନୁଯାୟୀ, ୨୦୨୨ ଫେବ୍ରୁଆରୀ ମାସରେ କେନ୍ଦ୍ରାପଡା ରାଜକନିକା ବ୍ଲକର କୋରନ୍ଦ ପଞ୍ଚାୟତରୁ ଗୀତାଞ୍ଜଳି ସେଠୀ ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ । ସେହିଦିନ ଠାରୁ ଅଦ୍ୟାବଧି ରାଜକନିକା ବ୍ଲକରେ ଅନ୍ୟୁନ ୩ଜଣ ବିଡ଼ିଓ ବଦଳି ହୋଇସାରିଲେଣି । କିନ୍ତୁ ସରପଞ୍ଚ ଜଣଙ୍କ ଦଳିତ ସମ୍ପ୍ରଦାୟର ମହିଳା ହୋଇଥିବା କାରଣରୁ ତାଙ୍କୁ ସରକାରୀ କାର୍ଯ୍ୟରେ ସହଯୋଗ କରାଯାଉନଥିବା ଅଭିଯୋଗ ହୋଇଛି । ଏପରିକି ପଞ୍ଚାୟତରେ ହେଉଥିବା ସ୍ବଚ୍ଛ ଭାରତ ଯୋଜନା, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା, ଆବାସ ଓ ବିଜୁ ପକ୍କାଘର, ମିଶନ ଶକ୍ତି ଇତ୍ୟାଦି ଯୋଜନାରେ ପଞ୍ଚାୟତରେ କାମ ହେଉଥିବା ବେଳେ ସରପଞ୍ଚଙ୍କ ଅଗୋଚରରେ ଠିକାଦାର ଚୟନ ଓ ବିଲ ପେମେଣ୍ଟ ହେଉଥିବା ନେଇ ପୂର୍ବରୁ ଜିଲ୍ଲାପାଳ, 5T ଅଧ୍ୟକ୍ଷଙ୍କୁ ଜଣାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ।

ତେବେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଆଜି ଏହି ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଆମରଣ ଅନଶନ ଆରମ୍ଭ କରିଛନ୍ତି । ଯେପର୍ଯ୍ୟନ୍ତ ମହିଳା ସରପଞ୍ଚଙ୍କ ଆତ୍ମସମ୍ମାନ ନଫେରିଛି ଓ ବ୍ଳକ ପ୍ରଶାସନ ପକ୍ଷରୁ ସହଯୋଗ ନମିଳିଛି, ସେପର୍ଯ୍ୟନ୍ତ ଏହି ଧାରଣା ଓ ଅନଶନ ଜାରି ରହିବ ବୋଲି କହିଛନ୍ତି ଉଭୟ ସରପଞ୍ଚ ଓ ସମର୍ଥକ । ଧାରଣା ଓ ଅନଶନକାରୀମାନେ ବ୍ଲକ ପ୍ରଶାସନ ବିରୋଧରେ ବିଭିନ୍ନ ନାରାବାଜି କରିଥିବା ବେଳେ ଏହି ଧାରଣାକୁ ଜିଲ୍ଲା ଦଳିତ ସଂଘ ଓ ସିପିଆଇଏମ ଏବଂ ମୋ ଦଳ ଭଳି ରାଜନୈତିକ ଦଳ ସମର୍ଥନ କରି ଧାରଣାରେ ବସିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.....ଚତୁର୍ଥ ଦିନରେ କେନ୍ଦ୍ରାପଡ଼ା ସୋସାଇଟି କର୍ମଚାରୀଙ୍କ ଧାରଣା, ଏଯାଏଁ ପହଞ୍ଚିଲା ନାହିଁ ପ୍ରଶାସନ

ଅଭିଯୋଗ ଅନୁଯାୟୀ, କୋରନ୍ଦ ପଞ୍ଚାୟତରେ ଏସଏଫସି ଯୋଜନାରେ ପ୍ରକଳ୍ପ ଚୟନ ସ୍ଥାନ ନିରୂପଣ ସହ ଜିପିଡ଼ିପି ଜରିଆରେ ସରପଞ୍ଚଙ୍କ ଦ୍ବାରା କାର୍ଯ୍ୟ ହେବା ନିୟମ ରହିଛି । କିନ୍ତୁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କର୍ମୀମାନେ ଗୋଷ୍ଠୀ ବ୍ଲକ ପ୍ରଶାସନ ଜ୍ଞାତସାରରେ ଆବର୍ଜନା କୁଣ୍ଡ ଓ କମନ ଟଏଲେଟ ନିର୍ମାଣ କରୁଥିବା ବେଳେ ସରପଞ୍ଚଙ୍କ ଅନୁମତି ନେଉନାହାନ୍ତି । ଏଠାରେ ସୂଚନା ଯୋଗ୍ୟ, ଗତ ୨୦୨୨ ମସିହା ଶେଷାର୍ଦ୍ଧରେ ଏହି ବ୍ଲକ ଅନ୍ତର୍ଗତ ପେଗରପଡା ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟଙ୍କ ଅଗୋଚରରେ ବ୍ଲକ ପ୍ରଶାସନ କାମ କରୁଥିବା ଓ ଉକ୍ତ ଦୁଇ ଲୋକ ପ୍ରତିନିଧିଙ୍କ ଦ୍ବାରା ଦିଆ ଯାଇଥିବା ପ୍ରକଳ୍ପ ଅନୁଯାୟୀ କାମ ନହେବା କାରଣରୁ ଉଭୟ ସରପଞ୍ଚ ଶ୍ରଦ୍ଧାଞ୍ଜଳି ମଲିକ ଓ ସମିତିସଭ୍ୟ ପ୍ରବେଶନ ମଲିକ ଭିକ୍ଷା ମାଗି ସରପାବାଦ ଦାଣ୍ଡି କାମ କରାଇଥିଲେ ଯାହାକି ସାରା ରାଜ୍ୟରେ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନକୁ ସମାଲୋଚନାର ଶରବ୍ୟ କରାଇଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.