ETV Bharat / state

Cyclone Asani: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ କେନ୍ଦ୍ରାପଡା ପ୍ରଶାସନ

author img

By

Published : May 5, 2022, 8:02 AM IST

ସମ୍ଭାବ୍ୟ ବାତ୍ୟା "ଆସାନି"ର ମୁକାବିଲା ପାଇଁ ତତ୍ପର ହୋଇଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ । ବିଭିନ୍ନ ବାତ୍ୟାର ଅନୁଭୂତିକୁ ନେଇ ଜିଲ୍ଲା ପ୍ରଶାସନ ବାତ୍ୟା ଆସାନି ସହିତ ମୁକାବିଲା କରିବ ବୋଲି କହିଛନ୍ତି ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ

Cyclone Asani: ସମ୍ଭାବ୍ୟ ବାତ୍ଯାର ମୁକାବିଲା ପାଇଁ ପ୍ରସ୍ତୁତ କେନ୍ଦ୍ରାପଡା ପ୍ରଶାସନ
Cyclone Asani: ସମ୍ଭାବ୍ୟ ବାତ୍ଯାର ମୁକାବିଲା ପାଇଁ ପ୍ରସ୍ତୁତ କେନ୍ଦ୍ରାପଡା ପ୍ରଶାସନ

କେନ୍ଦ୍ରାପଡ଼ା: ସମ୍ଭାବ୍ୟ ବାତ୍ୟା "ଆସାନି"ର ମୁକାବିଲା ପାଇଁ ତତ୍ପର ହୋଇଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ । ପୂର୍ବର ଅନୁଭୂତିକୁ ନେଇ ଜିଲ୍ଲା ପ୍ରଶାସନ ବାତ୍ୟା ଆସାନି ସହିତ ମୁକାବିଲା କରିବ ବୋଲି କହିଛନ୍ତି ଜିଲ୍ଲାପାଳ । IMDର ବାତ୍ୟା ଆକଳନ ଓ SRCଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ପାଇବା ପରେ ଏକ ଜରୁରୀକାଳୀନ ବୈଠକ ଡକାଯାଇଥିଲା । ଏଥିରେ ବିଦ୍ୟୁତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଜଳସେଚନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ ।

Cyclone Asani: ସମ୍ଭାବ୍ୟ ବାତ୍ଯାର ମୁକାବିଲା ପାଇଁ ପ୍ରସ୍ତୁତ କେନ୍ଦ୍ରାପଡା ପ୍ରଶାସନ

ବୈଠକରେ ବିଭିନ୍ନ ବିଭାଗ ପାଖରେ ଥିବା ମାନବସମ୍ବଳ ଓ ବାତ୍ୟାମୁକାବିଲା ପାଇଁ ଗଚ୍ଛିତ ଥିବା ସରଞ୍ଜାମ ବିଷୟରେ ତଥ୍ୟ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ସମୟରେ ନିରବଚ୍ଛିନ୍ନ ପାନୀୟଜଳ ଯୋଗାଣ ଉପରେ ଫୋକସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ପାଇଁ ତହସିଲ ପ୍ରଶାସନ ନିକଟରେ ପାଲ ପ୍ରସ୍ତୁତ ରଖିବାକୁ କୁହାଯାଇଥିବା ବେଳେ ଯୋଗାଣ ବିଭାଗକୁ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।

ଜିଲ୍ଲାର ସବୁ ବିଭାଗକୁ ହାଇଆଲର୍ଟରେ ରଖାଯାଇଛି । ବାତ୍ୟା ପାଇଁ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ ଖୋଲାଯାଇ ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ୭ ତାରିଖରୁ ବାତ୍ୟାର ଗତିପଥ ଜଣାପଡିବ । ୧୦ ତାରିଖ ବେଳକୁ ବାତ୍ୟା ଆସାନି ସ୍ଥଳଭାଗ ଛୁଇଁବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ଆକଳନକୁ ଦେଖିଲେ ହାତରେ ଆହୁରି ୫ ଦିନ ସମୟ ରହିଥିବାରୁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଉଛି ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.