ETV Bharat / state

ପ୍ରଦୂଷିତ ଗୋବରୀକୁ ପୁର୍ନରୁଦ୍ଧାର ପାଇଁ ଜିଲ୍ଲା ଜଜଙ୍କ ତାଗିଦ, ଜୀବନରେଖା ଏବେ ପ୍ରଦୂଷିତ

author img

By ETV Bharat Odisha Team

Published : Oct 15, 2023, 8:35 AM IST

Updated : Oct 15, 2023, 1:59 PM IST

କେନ୍ଦ୍ରାପଡାର ଜୀବନରେଖା ଗୋବରୀ ନଦୀ ଏବେ ବିପଦ ଅବସ୍ଥାରେ । ପ୍ରତିଦିନ ଡ୍ରେନେଜ ପାଣି ମିଶୁଥିବାରୁ ନଦୀ ଜଳ ପ୍ରଦୂଷିତ ହେବାରେ ଲାଗିଛି । ଖୁବଶୀଘ୍ର ଏହାର ସଫେଇ ଓ ପୁର୍ନରୁଦ୍ଧାର କରିବାକୁ ଦାବି ହୋଇଛି । ଆଗକୁ ପଢ଼ନ୍ତୁ

ପ୍ରଦୂଷିତ ଗୋବରୀକୁ ପୁର୍ନରୁଦ୍ଧାର ପାଇଁ ଜିଲ୍ଲା ଜଜଙ୍କ ତାଗିଦ, ଜୀବନରେଖାରେ ଏବେ ବିପଦମୟ
ପ୍ରଦୂଷିତ ଗୋବରୀକୁ ପୁର୍ନରୁଦ୍ଧାର ପାଇଁ ଜିଲ୍ଲା ଜଜଙ୍କ ତାଗିଦ, ଜୀବନରେଖାରେ ଏବେ ବିପଦମୟ
ପ୍ରଦୂଷିତ ଗୋବରୀକୁ ପୁର୍ନରୁଦ୍ଧାର ପାଇଁ ଜିଲ୍ଲା ଜଜଙ୍କ ତାଗିଦ, ଜୀବନରେଖା ଏବେ ପ୍ରଦୂଷିତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହର ଦେଇ ପ୍ରବାହିତ ହେଉଥିବା ଗୋବରୀ ନଦୀକୁ ପ୍ରତିଦିନ ପୌରପାଳିକାର ଡ୍ରେନ୍‌ ପାଣି ଛଡ଼ାଯାଉଛି । ଯେଉଁଥିପାଇଁ ନଦୀ ଜଳ ପ୍ରଦୂଷିତ ହେଉଛି । ତେବେ ଶନିବାର ଦିନ କେନ୍ଦ୍ରାପଡ଼ା ଜିଲ୍ଲା ସ୍ଥାନୀୟ ଗରାପୁର କାଳୀମନ୍ଦିର ଛକ ନିକଟରେ ଗୋବରୀ ନଦୀର ସଫେଇ ଓ ପୁର୍ନରୁଦ୍ଧାର ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ଆଇନ ସେବା ପ୍ରାଧିକରଣ, ମ୍ୟୁନିସପାଲଟି, କେନ୍ଦ୍ରାପଡ଼ା ଇରିଗେସନ୍‌ ଓ ଡ୍ରେନେଜ୍‌ ଡିପାର୍ଟମେଣ୍ଟ୍‌ରେ ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନଦୀ ସଫେଇ ଓ ପୁର୍ନରୁଦ୍ଧାର ନେଇ ବିଭିନ୍ନ ଆଲୋଚନା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ...ଚିନ୍ତାରେ ଗୋବରୀ ପ୍ରଦୂଷଣ, ପୁନଃରୁଦ୍ଧାର ନାଁରେ ଠକେଇ କରୁଛି ସଂସ୍ଥା

ସ୍ଥାନୀୟ ଗରାପୁର କାଳୀମନ୍ଦିର ଛକଠାରେ ଆୟୋଜିତ,"ଗୋବରୀ ନଦୀ ସଫେଇ ଓ ପୁର୍ନରୁଦ୍ଧାର ସଚେତନତା ଶିବିର, "ଶୀର୍ଷକ ଏକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲ୍ଲା ଜଜ୍‌ ବିଶ୍ଵଜିତ ମହାନ୍ତି ଗୋବରୀ ନଦୀ ପ୍ରଦୂଷଣ ନେଇ କ୍ଷୋଭ ପ୍ରକାଶ କରିବା ସହିତ ପରିବେଶ ଓ ପ୍ରକୃତିର ସୁରକ୍ଷା ପାଇଁ ସାମାଜର ପ୍ରତ୍ୟେକ ନାଗରିକ ଯତ୍ନବାନ୍ ହେବା ଉଚିତ ବୋଲି କହିଥିଲେ । ଏଥିସହ ଗୋବରୀ ନଦୀକୂଳର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ ଜିଲ୍ଲା ଜଜଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଓ ପୌରପାଳିକା ମୁଖ୍ୟ । ସେଠାରେ ସ୍ଥିତି ସମୀକ୍ଷା କରିବା ସହ ଗୋବରୀ ନଦୀକୁ ପରିଷ୍କାର ପରିଚ୍ଛନ୍ନ କରିବା ନେଇ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ତାଗିଦ କରିଥିଲେ ଜିଲ୍ଲା ଜଜ ।"

ଏହାମଧ୍ୟ ପଢନ୍ତୁ..ପ୍ରାଚୀ ନଦୀ ଓ ତଟରେ ଥିବା କୀର୍ତ୍ତିରାଜିକୁ ପୁନଃରୁଦ୍ଧାର ପାଇଁ ପଦଯାତ୍ରା, ସାମିଲ ହେଲେ ସାଧୁସନ୍ଥ

ତେବେ କେନ୍ଦ୍ରାପଡ଼ା ଜିଲ୍ଲାର ହଜାର ହଜାର ଏକର ଚାଷ ଜମିକୁ ଜଳ ସେଚିତ କରିବା ସହ ଲୋକମାନଙ୍କ ଦୈନନ୍ଦିନ ଜୀବନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଗୋବରୀ ନଦୀର ପୁନଃରୁଦ୍ଧାର ପାଇଁ କାର୍ଯ୍ୟକ୍ରମରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସୁମିତ୍ରା ସାହୁଙ୍କ ଅଧ୍ଯକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲା ଜଜ୍‌ ଅଜୟ କୁମାର ପ୍ରଧାନ, ପରିବାର ଅଦାଲତର ବିଚାରପତି ବିକାଶ ଚନ୍ଦ୍ର ଦେ, ଅତିରିକ୍ତ ଜିଲ୍ଲା ଜଜ୍‌ ତଥା ପୋକ୍ସୋର ସ୍ଵତନ୍ତ୍ର ବିଚାରପତି ପ୍ରଣତି ପଟ୍ଟନାୟକ, ଜିଲ୍ଲା ସିଭିଲ୍ କୋର୍ଟର ରେଜିଷ୍ଟର ରମାଦେବୀ ସୋରେନ, କେନ୍ଦ୍ରାପଡ଼ା ପୌରପାଳିକାର ଅଧ୍ୟକ୍ଷା ସରିତା ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

କେନ୍ଦ୍ରାପଡ଼ା ଜିଲ୍ଲାର ଜୀବନରେଖା ଗୋବରୀ ନଦୀ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ । ସହର ମଧ୍ଯ ଦେଇ ପ୍ରବାହିତ ହେଉଥିବା ଗୋବରୀ ନଦୀକୁ ଦୈନିକ ପ୍ରବାହିତ ହେଉଛି ପୌରପାଳିକାର ଡ୍ରେନ ପାଣି । ହେଲେ ନା ଏହାକୁ ପରିଷ୍କାର କରାଯାଉଛି ନା ପୁର୍ନରୁଦ୍ଧାର ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉଛି । ଯେଉଁଥିପାଇଁ ନଦୀ ଉପରେ ନିର୍ଭର କରୁଥିବା ସାଧାରଣ ଜୀବନ ଦୁର୍ବିସହ ହୋଇପଡ଼ୁଛି । ତେବେ ଏହାକୁ ପରିଷ୍କାର କରିବା ପାଇଁ ସାଧାରଣରେ ଅନେକ ଥର ଦାବି ଉଠିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated : Oct 15, 2023, 1:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.