ETV Bharat / state

ପ୍ରାଚୀ ନଦୀ ଓ ତଟରେ ଥିବା କୀର୍ତ୍ତିରାଜିକୁ ପୁନଃରୁଦ୍ଧାର ପାଇଁ ପଦଯାତ୍ରା, ସାମିଲ ହେଲେ ସାଧୁସନ୍ଥ

author img

By

Published : Feb 11, 2023, 9:39 AM IST

Updated : Feb 11, 2023, 12:05 PM IST

କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ଅନ୍ଧ କପିଳେଶ୍ୱର ତଟ ପ୍ରାଚୀ ନଦୀ ନିକଟରେ ଥିବା କୀର୍ତ୍ତିରାଜି ପୁନଃଦ୍ଧାର ଦାବିରେ ଦ୍ଵାଦଶ ବାର୍ଷିକ ପ୍ରାଚୀ ପରିକ୍ରମା ପଦଯାତ୍ରା ଅନୁଷ୍ଠିତ । ଯୋଗ ଦେଲେ ଦେଶ ଏବଂ ବିଦେଶର ଶତାଧିକ ସାଧୁସନ୍ଥ ।‌ ଅଧିକ ପଢ଼ନ୍ତୁ

ପ୍ରାଚୀ ପରିକ୍ରମା ପଦଯାତ୍ରା
Prachi Parikrama march
ପ୍ରାଚୀ ନଦୀ ଓ ତଟରେ ଥିବା କୀର୍ତ୍ତିରାଜିକୁ ପୁନଃରୁଦ୍ଧାର ପାଇଁ ପଦଯାତ୍ରା

ନିଆଳି: ପ୍ରାଚୀ ନଦୀ ଓ ତଟରେ ଥିବା କୀର୍ତ୍ତିରାଜିକୁ ପୁନଃଦ୍ଧାର ଦାବିରେ ଦ୍ଵାଦଶ ବାର୍ଷିକ ପ୍ରାଚୀ ପରିକ୍ରମା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ଅନ୍ଧ କପିଳେଶ୍ୱର ତଟ ପ୍ରାଚୀ ନଦୀ ନିକଟରେ ପୂଜାର୍ଚ୍ଚନା ପରେ ଆରମ୍ଭ ହୋଇଥିଲା ପଦଯାତ୍ରା ।‌ ପରମହଂସ ପ୍ରଜ୍ଞାପନାନନ୍ଦଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ନୂଆଗାଁ ରାଧାକାନ୍ତ ମଠରେ ଶେଷ ହୋଇଥିଲା । ଏହି ପ୍ରାଚୀ ପରିକ୍ରମା ସାତଦିନ ଧରି ଚାଲୁ ରହିବ ।‌

ପ୍ରାଚୀ ନଦୀର ହୃତ ଗୌରବ ପୁନଃ ପ୍ରକଟ ଚେଷ୍ଟାରେ ଗତ 12 ବର୍ଷ ହେଲା ପ୍ରାଚୀ ସଂସ୍କୃତି ସୁରକ୍ଷା ପରିଷଦର ଆବାହକ ପଣ୍ଡିତ ତ୍ରିଲୋଚନ ମିଶ୍ରଙ୍କ ଦିଗଦର୍ଶନ ଓ ପରମହଂସ ପ୍ରଜ୍ଞାନାନନ୍ଦ ଗିରି ମହାରାଜଙ୍କ ପୌରୋହିତ୍ୟ ତଥା 'ପ୍ରାଚୀ ପରିକ୍ରମା ପଦଯାତ୍ରା ଚାରିଟେବୁଲ ଟ୍ରଷ୍ଟ' ଆନୁକୂଲ୍ୟରେ ବିଶ୍ୱର କୋଣ ଅନୁକୋଣରୁ ଆସିଥିବା ସାଧୁ, ସନ୍ଥ, ଯୋଗୀ ଐତିହାସିକ ଗବେଷକ, ଶ୍ରଦ୍ଧାଳୁ, ପରିବେଶ ପ୍ରେମୀ ଓ ପ୍ରାଚୀ ଉପତ୍ୟକାର ବିଭିନ୍ନ ମଠ ମନ୍ଦିରର ବାବାଜୀମାନେ ଖାଲି ପାଦରେ ଚାଲି ଚାଲି ପବିତ୍ର ପ୍ରାଚୀ ନଦୀର ପରିକ୍ରମା କରି ଆସୁଛନ୍ତି l ପୁରାଣରେ ବର୍ଣ୍ଣନା ଅନୁଯାୟୀ, ଭକ୍ତଶ୍ରେଷ୍ଠ ଜୟଦେବ ଓ ଶ୍ରୀ ଚୈତନ୍ୟ ଦେବ ଭକ୍ତମାନଙ୍କ ସହ ମିଶି ଏହି ପୁଣ୍ୟତୋୟା ନଦୀର ପରିକ୍ରମା କରୁଥିଲେ l

ଜୟଦେବ ଓ ଶ୍ରୀଚୈତନ୍ୟଙ୍କର ସେହି ପଦାଙ୍କ ଅନୁସରଣ କରି ସାଧୁସନ୍ଥମାନେ ଅନ୍ଧ କପିଳେଶ୍ୱର ମନ୍ଦିର (କପିଳ ମୁନି ଆଶ୍ରମ) ଠାରୁ ପ୍ରାଚୀ ନଦୀର ଉତ୍ତର ଦିଗରେ ଯାତ୍ରା ଆରମ୍ଭ କରି ବାଟରେ ବିଭିନ୍ନ ପୀଠ ଓ ତୀର୍ଥମାନଙ୍କରେ ପ୍ରାଚୀ ଆଳତି, ଗୋ ପୂଜନ, ବୃକ୍ଷ ପୂଜନ, ମାତୃ ପୂଜନ, ପ୍ରବଚନ, କଥା ଆଦି କରି ଅସ୍ତରଙ୍ଗର ପ୍ରାଚୀ-ସାଗର ସଙ୍ଗମସ୍ଥ ବେଲେଶ୍ୱର ମନ୍ଦିର(ମୁକ୍ତେଶ୍ଵର) ମନ୍ଦିର ନିକଟରେ ସାଗର ଆଳତି କରିଥାନ୍ତି । ପ୍ରାଚୀର ଦକ୍ଷିଣ ଦିଗରେ ପୁନଶ୍ଚ କାଳିଆଘାଈ ନିକଟସ୍ଥ ଅନ୍ଧ କପିଳେଶ୍ୱର ମନ୍ଦିରରେ ଯଜ୍ଞାଦି କର୍ମ ସାଧନ ପୂର୍ବକ ଯାତ୍ରା ସମାପନ କରନ୍ତି l

ଯାତ୍ରାର ବାଟରେ ବିଭିନ୍ନ ସ୍ଥାନରେ ବିଶ୍ରାମ ପାଇଁ ରାତ୍ରୀ ରହଣି ଓ ଭଗବତ ପ୍ରବଚନ ତଥା ପ୍ରାଚୀ ମାହାତ୍ମ୍ୟର କଥା ଅନୁଷ୍ଠିତ ହୋଇଥାଏ l ପଥରେ ପ୍ରାଚୀ କୂଳର ଅନେକ ଗ୍ରାମବାସୀ ବର୍ଷର ଏହି ଦିନକୁ ଅପେକ୍ଷା କରିଥାନ୍ତି l ସାଧୁସନ୍ଥମାନେ ଆସିବା ଆଗରୁ ଗାଁ ଦାଣ୍ଡ ଗୋବର ପାଣିରେ ଲିପି ଚିତା ପକେଇଥାନ୍ତି l ସାଧୁମାନେ ଆସିଲେ ଲୋକେ ମାର୍ଗରେ ପୁଷ୍ପ ବର୍ଷା କରିବା ସହ ମୁଣ୍ଡିଆ ମାରି ଆଶୀର୍ବାଦ ନିଅନ୍ତି ଏବଂ ପଣା ପାଣି ବଣ୍ଟନ କରନ୍ତି l କିଛି ବାଟ ପରିକ୍ରମା ଯାତ୍ରା ସହିତ ଖାଲି ପାଦରେ ଚାଲି ଯାଇ ସନ୍ତୁଷ୍ଟି ଲାଭ କରନ୍ତି l ପ୍ରାୟତଃ ଅଡସପୁରର ମୂଷିବାବା ମଠ (ଆର୍ତତ୍ରାଣ ଗାଦି), ନିଆଳି ମାଧବ ମନ୍ଦିର, ନୟାହାଟର ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ର, ରାମେଶ୍ୱର ଘାଟ, କାକଟପୁରର ବିଶ୍ଵାମିତ୍ର ଆଶ୍ରମ, ଦେଉଳି ମଠ, ଅପସରା ତୀର୍ଥ, ଶଙ୍କରେଶ୍ୱର, ଓଥକା ରାମ ମନ୍ଦିର, ପରାସର ଋଷି ଆଶ୍ରମ (କ୍ଷୀରଗଛ ମଠ) ଅନ୍ତର୍ବେଦୀ ମଠ, ବୁଦ୍ଧିକେଶ୍ୱର ମନ୍ଦିର ଆଦି ସ୍ଥାନରେ ଯାତ୍ରୀ ମାନେ ବିଶ୍ରାମ କରନ୍ତି l

ଯାତ୍ରାରେ ପ୍ରଜ୍ଞାନାନନ୍ଦ ମହାଶୟଙ୍କ ସହ ଗୋଠଦା ମହନ୍ତ ଚିନ୍ତାମଣି ପର୍ବତ ମହାରାଜ, ରାଧାବଲ୍ଳଭ ମହନ୍ତ ରାମକୃଷ୍ଣ ଦାସ ମହାରାଜ, ବିଭିନ୍ନ ଆଶ୍ରମର ସାଧୁ ଓ ବ୍ରହ୍ମଚାରିମାନେ ତଥା ମା' ମଙ୍ଗଳା ପୀଠର ବ୍ରlହ୍ମଣମାନେ ଯୋଗଦେଇଥାନ୍ତି l ଅନେକ ଦେଶ ଏବଂ ବିଦେଶୀ ଭକ୍ତ ଏହି ଯାତ୍ରାରେ ସାମିଲ ହୋଇ ଭାରତୀୟ ପରମ୍ପରା ବିଷୟରେ ଶିକ୍ଷା ଗ୍ରହଣ କରନ୍ତି l ତେବେ ପ୍ରାଚୀ ସଂସ୍କୃତି ପୁନଃରୁଦ୍ଧାର ନିମିତ୍ତ ଯାତ୍ରା ଉପତ୍ୟକାବାସୀ ସାଧାରଣ ଲୋକଙ୍କ ମନରେ ପ୍ରାଚୀ ନଦୀ ପ୍ରତି ଏକ ଆଧ୍ୟାତ୍ମିକ ଭାବ ସୃଷ୍ଟି କରିଛି l ଯାହା ଫଳରେ ନବପିଢ଼ି ପୁରାଣ ଯୁଗର କୀର୍ତ୍ତିମାଳା ଧାରଣ କରିଥିବା ପ୍ରାଚୀ ସରସ୍ବତୀଙ୍କ ପୁନଃରୁଦ୍ଧାର ପାଇଁ ଆଗେଇ ଆସିଲେଣି l ଅନ୍ୟପଟେ ସରକାରଙ୍କ ନିକଟରେ ନମାମି ଗଙ୍ଗା ଯୋଜନା ପରି ନମାମି ପ୍ରାଚୀ ଯୋଜନା କାର୍ଯ୍ୟକାରୀ କରି ଏହି ସଂସ୍କୃତିର ଉତଥାନ କରିବାକୁ ପ୍ରାଚୀ ସଂସ୍କୃତି ସୁରକ୍ଷା ପରିଷଦ ଦାବି କରିଆସିଛି l

ଇଟିଭି ଭାରତ, ନିଆଳି

Last Updated : Feb 11, 2023, 12:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.