ETV Bharat / state

ଆଳିରେ କଙ୍ଗାରୁକୋର୍ଟ: ଘରୁ ବାହାରିବାକୁ ଡେଇଁବାକୁ ପଡୁଛି ପାଚେରୀ

author img

By

Published : Jan 5, 2022, 10:44 PM IST

କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ କଙ୍ଗାରୁକୋର୍ଟ ଅଭିଯୋଗ । ଘର ଆଗରେ ପାଚେରୀ ଛିଡା କରାଇଲେ ଗ୍ରାମବାସୀ । ପ୍ରଶାସନକୁ ଅଭିଯୋଗ କରି ନିରାଶ ନିର୍ଯାତିତ ପରିବାର । ଅନଶନରେ ବସିବାକୁ ଦେଲେ ଚେତାବନୀ । ଅଧିକ ପଢନ୍ତୁ

ଆଳିରେ କଙ୍ଗାରୁକୋର୍ଟ: ଘରୁ ବାହାରିବାକୁ ଡେଇଁବାକୁ ପଡୁଛି ପାଚେରୀ
ଆଳିରେ କଙ୍ଗାରୁକୋର୍ଟ: ଘରୁ ବାହାରିବାକୁ ଡେଇଁବାକୁ ପଡୁଛି ପାଚେରୀ

କେନ୍ଦ୍ରାପଡ଼ା: ଆଳି ଥାନା ଅନ୍ତର୍ଗତ କଅଁରପୁର ଗ୍ରାମରେ କଙ୍ଗାରୁକୋର୍ଟ ଅଭିଯୋଗ । ଗ୍ରାମବାସୀଙ୍କ ଦ୍ବାରା କଙ୍ଗାରୁକୋର୍ଟର ଶିକାର ଏକ ଅସହାୟ ପରିବାର ଗୃହବନ୍ଦୀ ରହିବା ପରେ ନ୍ୟାୟ ପାଇଁ ତହସିଲଦାରଙ୍କ ଦ୍ବାରସ୍ଥ ହେବା ପରେ ମଧ୍ୟ ନିରାଶ ହୋଇଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ମଧ୍ୟ ଘଟଣାର ସମାଧାନ ଦିଗରେ କୌଣସି ପଦକ୍ଷେପ ନନେଇ ତହସିଲଦାର ନିଜର ଅସହାୟତା ପ୍ରକାଶ କରିଥିବା ଅଭିଯୋଗ କରିଛି ଉକ୍ତ ପରବାର ।

ଆଳିରେ କଙ୍ଗାରୁକୋର୍ଟ: ଘରୁ ବାହାରିବାକୁ ଡେଇଁବାକୁ ପଡୁଛି ପାଚେରୀ

ସମ୍ପୂର୍ଣ୍ଣ ଘଟଣା ଅନୁସାରେ, ଆଳି ଥାନା କଅଁରପୁର ଗ୍ରାମର ବାବୁଲି ସାହୁ ତାଙ୍କ ଘର ସମ୍ନାରେ ଥିବା ସରକାରୀ ଜମିକୁ ଦୀର୍ଘଦୀନ ଧରି ରସ୍ତା ଭାବେ ବ୍ୟବହାର କରି ଯାତାୟତ କରିଆସୁଥିଲେ । ଏହି ଜମି ବାବଦ ବାବୁଲି ତହସିଲରେ ପ୍ରିମିୟମ ମଧ୍ୟ ଦାଖଲ କରିଛନ୍ତି । ମାତ୍ର ପରେ ସେହି ଗ୍ରାମବାସୀ ଓ ବାବୁଲିଙ୍କ ମଧ୍ୟରେ ଏହି ଜମିକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ପରେ କେତେକ ସ୍ଥାନୀୟ ବ୍ୟକ୍ତି ସଂଘବଦ୍ଧ ଭାବେ ବାବୁଲିଙ୍କ ପରିବାରକୁ ଆକ୍ରୋଶମୂଳକ ଭାବେ ସେଠାରୁ ବେଦଖଲ କରିବା ପାଇଁ ଷଡଯନ୍ତ୍ର ଆରମ୍ଭ କରିଥିଲେ । ତାଙ୍କ ଘର ଆଗରେ ଥିବା ଠାକୁରାଣୀ ମନ୍ଦିରର ପାଚେରୀ ନିର୍ମାଣ କିରିବା ଆଳରେ ତାଙ୍କ ଘରର ରାସ୍ତା ବନ୍ଦ ମଧ୍ୟ କରିଦେଇ ଥିବା ଦେଖବାକୁ ମିଳିଥିଲା ।

ବାବୁଲିଙ୍କ ପରିବାର ଏହାର ପ୍ରତିବାଦ କରିବାରୁ ତାଙ୍କୁ ଗାଳିଗୁଲଜ କରି ଧମକ ଦିଆଯାଉଛି । ଫଳରେ ସେହି ଅସହାୟ ପରିବାର ଘରୁ ବାହାରି ନପାରିବା ସହ ଦୈନଦିନ କାର୍ଯ୍ୟ କରିବାରେ ବହୁ ସମସ୍ୟା ଭୋଗୁଛନ୍ତି । ଏ ସମ୍ପର୍କରେ ବାବୁଲି ସାହୁ ନ୍ୟାୟ ଆଶାରେ ଆଳି ଥାନା ଓ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏହାର ଦତନ୍ତ ବା କୌଣସି ପଦକ୍ଷେପ ନିଆଯାଉନଥିବା କହିଛନ୍ତି ବାବୁଲି ।

ଏଠାରେ ପ୍ରଶ୍ନଉଠେ ଯେ ଯେତେବେଳେ ଜଣେ ନାଗରିକ ତାର ମୌଳିକ ଅଧିକାରରୁ ବଞ୍ଚିତ ହୁଏ ସେ ନ୍ୟାୟ ପାଇବ କେଉଁଠୁ । ଏ ଘଟଣାରେ ପ୍ରଶାସନର ତୁରନ୍ତ ହସ୍ତକ୍ଷେପ କରି ତଦନ୍ତ ସହିତ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ନିର୍ଯ୍ୟାତିତ ପରିବାର ଅନଶନରେ ବସିବାକୁ ନିଷ୍ପତି ନେଇଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.