ETV Bharat / state

ଖବର ପ୍ରସାରଣ ପରେ ଅସହାୟ ଭାଇଭଉଣୀଙ୍କୁ ସହଯୋଗର ହାତ ବଢାଇଲା ସାମାଜିକ ସଂଗଠନ

author img

By

Published : Oct 3, 2021, 8:18 PM IST

ଅସହାୟ ଭାଇ ଭଉଣୀଙ୍କ ସହାୟତାର ହାତ ବଢାଇଲା ସାମାଜିକ ସଂଗଠନ । ଗୋଟିଏ ମାସର ରାସନ ସାମଗ୍ରୀ ସହ ପାଠ୍ୟ ଉପକରଣ ଯୋଗାଇଛି ସଂଗଠନ । ଅନ୍ୟ ସାମାଜିକ ସଙ୍ଗଠନ ଗୁଡିକ ଏହି ପରିବାର ପାଇଁ ସହାୟତାର ହାତ ବଢ଼ାଇବା ପାଇଁ ନିବେଦନ କରିଛନ୍ତି। ଅଧିକ ପଢନ୍ତୁ...

ETV Bharat impact social organization
ଇଟିଭି ଭାରତର ମହାପ୍ରଭାବ: ଅସହାୟ ଭାଇ ଭଉଣୀଙ୍କୁ ସହଯୋଗର ହାତ ବଢାଇଲା ସାମାଜିକ ସଂଗଠନ

କେନ୍ଦ୍ରାପଡା: ଅସହାୟ ଭାଇ ଭଉଣୀକୁ ସହଯୋଗର ହାତ ବଢ଼ାଇଛି ସାମାଜିକ ସଂଗଠନ। ଗତ ମାସ ୨୯ ତାରିଖରେ 'ନିଷ୍ଠୁର ନିୟତି ଆଗରେ ଅସହାୟ ତିନିପ୍ରାଣୀ' ଶୀର୍ଷକ ଖବର ଇଟିଭି ଭାରତରେ ପ୍ରସାରିତ ହେବା ପରେ ଏବେ ଅସହାୟ ଭାଇଭଉଣୀଙ୍କ ପାଖରେ ପହଞ୍ଚିଛନ୍ତି ବିଭିନ୍ନ ସାମାଜିକ ସଂଗଠନ।

ଖବର ପ୍ରସାରଣ ପରେ ଅସହାୟ ଭାଇଭଉଣୀଙ୍କୁ ସହଯୋଗର ହାତ ବଢାଇଲା ସାମାଜିକ ସଂଗଠନ

ଶନିବାର କଟକ ଜିଲ୍ଲାର 'ସାହାଯ୍ୟ,ହୋପ ଅଫ ଲାଇଫ' ନାମକ ଏକ ସାମାଜିକ ସଂଗଠନ କେନ୍ଦ୍ରାପଡ଼ା ଧୂମାତ ଶାସନ ଗାଁରେ ପହଞ୍ଚିଛି । ଅସହାୟ ଭାଇଭଉଣୀ ପ୍ରମିଳା, ତ୍ରିଲୋଚନ ଓ ଶୁଭମଙ୍କୁ ଆର୍ଥିକ ସହାୟତା ଯୋଗାଇଛି । ଏହା ସହିତ ଗୋଟିଏ ମାସର ରାସନ ସାମଗ୍ରୀ ସହିତ ତ୍ରିଲୋଚନ ଏବଂ ଶୁଭମଙ୍କ ପାଇଁ ପାଠ୍ୟଉପକରଣ ଯୋଗାଇ ଦେଇଛି ସଙ୍ଗଠନ । ଏହାର ପ୍ରତିଷ୍ଠାତା ବବିତା ଦାସଙ୍କ ନେତୃତ୍ବରେ ଏକ ଚାରିଜଣିଆ ଟିମ ଧୂମାତ ଶାସନ ଗାଁରେ ପହଞ୍ଚି ଏହି ପରିବାରକୁ ପ୍ରତ୍ୟେକ ମାସରେ ରାସନ ସାମଗ୍ରୀ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହା ସହ ନିୟମିତ ଭାବରେ ପରିବାର ସହ ଯୋଗାଯୋଗର ରହି ପ୍ରମିଳାଙ୍କୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ପ୍ରଶାସନ ଓ ରାଜନେତାଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି।

ଏହା ମଧ୍ୟ ପଢନ୍ତୁ: ଅସହାୟ ପ୍ରମିଳା କାନ୍ଧରେ ଦୁଇ ଭାଇଙ୍କ ବୋଝ, ମାଗୁଛନ୍ତି ସରକାରୀ ସାହାଯ୍ୟ

'ଇଟିଭି ଭାରତ'ର ଏଭଳି ବାସ୍ତବ ଖବର ପ୍ରସାରଣ ପାଇଁ ଇଟିଭି ଭାରତ ପରିବାରକୁ ଧନ୍ୟବାଦ ଦେବା ସହ ଅନ୍ୟ ସାମାଜିକ ସଙ୍ଗଠନ ଗୁଡିକ ଏହି ପରିବାର ପାଇଁ ସହାୟତାର ହାତ ବଢ଼ାଇବା ପାଇଁ ନିବେଦନ କରିଛନ୍ତି। ଅପରପକ୍ଷରେ ଖବର ପ୍ରସାରଣ ପରେ ସାମାଜିକ ସଙ୍ଗଠନ ଏମାନଙ୍କ ପାଖରେ ପହଞ୍ଚୁଥିବା ବେଳେ ବ୍ଲକ କିମ୍ବା ଜିଲ୍ଲା ପ୍ରଶାସନ କିପରି ଏହି ପରିବାରକୁ ଅଣଦେଖା କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.