ETV Bharat / state

ପୋଖରୀରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

author img

By

Published : Dec 28, 2022, 9:48 AM IST

Updated : Dec 28, 2022, 9:56 AM IST

କେନ୍ଦ୍ରାପଡ଼ା ଜିଲ୍ଲା ଲକ୍ଷ୍ମୀନାରାୟଣପୁର ଗ୍ରାମରେ ଅଭାବନୀୟ ଘଟଣା । 5 ଦିନ ପରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଅଧିକ ପଢ଼ନ୍ତୁ

suspicious death of a person
ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ

ପୋଖରୀରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା: ୫ ଦିନ ପରେ ପୋଖରୀରୁ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ । କେନ୍ଦ୍ରାପଡା ଡେରାବିଶ୍ ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ବୈଷ୍ଣବ ମୁଦୁଲି ଗତ ଶୁକ୍ରବାର ସନ୍ଧ୍ୟାରୁ ନିଖୋଜ ଥିଲେ । ବୈଷ୍ଣବଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ରାୟଗଡାରେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ: ଭୁବନେଶ୍ୱର ପହଁଞ୍ଚିଲେ ଋଷିୟ ନାଗରିକ ଓ ଗାଇଡ

ସୂଚନା ଅନୁଯାୟୀ, ଲକ୍ଷ୍ମୀ ନାରାୟଣପୁର ଗ୍ରାମର ବୈଷ୍ଣବ ମୁଦୁଲି ଗତ ଶୁକ୍ରବାର ସନ୍ଧ୍ୟାରେ ଘରୁ ସ୍ଥାନୀୟ ଛକରୁ ଆସୁଥିବା କହି ଚାଲି ଆସିଥିଲେ । ରାତିରେ ଘରକୁ ନଫେରିବାରୁ ଶନିବାର ଦିନ ଡେରାବିଶ୍ ଥାନାରେ ବୈଷ୍ଣବଙ୍କ ପତ୍ନୀ ସଂଯୁକ୍ତା ନିଖୋଜ ହୋଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ । ଗତ 5 ଦିନ ଧରି ବୈଷ୍ଣବଙ୍କ ପରିବାର ଓ ସମ୍ପର୍କୀୟ ପାରାଦ୍ୱୀପ, କେନ୍ଦ୍ରାପଡ଼ା, ଚଣ୍ଡିଖୋଲ, ଯାଜପୁର ଆଦି ସ୍ଥାନରେ ଖୋଜିଥିବା ବେଳେ କୌଣସି ସ୍ଥାନରେ ତାଙ୍କର ପତ୍ତା ମିଳିନଥିଲା। ତେବେ ଗତ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଶୌଚ ହେବାକୁ ପୋଖରୀକୁ ଯାଇଥିବା ବେଳେ ମାତ୍ର ଆଣ୍ଠୁଏ ପାଣି ଥିବା ଉକ୍ତ ପୋଖରୀରେ କେହି ଜଣେ ଭାସୁଥିବା ଦେଖି ସୂଚନା ଦେଇଥିଲେ । ମୃତଦେହ ଉଦ୍ଧାର ପରେ ଏହା ବୈଷ୍ଣବଙ୍କ ମୃତଦେହ ବୋଲି ଜଣାପଡ଼ିଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଧାନମଣ୍ଡିରେ ଚାଷୀଙ୍କୁ ମାଡ ମାରିଲେ ପ୍ୟାକ୍ସ ସମ୍ପାଦକ, ଆନ୍ଦୋଳନ ଚେତାବନୀ ଦେଲା କୃଷକ ସଙ୍ଗଠନ

ସୂଚନା ପାଇ ଡେରାବିଶ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଅନ୍ୟପଟେ ଡେରାବିଶ୍ ପୋଲିସର ଅପାରଗତା ପାଇଁ ଏଭଳି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ବୈଷ୍ଣବଙ୍କ ପୁଅ ଅଜିତ । ନିଖୋଜ ଏତଲା ହେବା ପରେ ପୋଲିସ ପକ୍ଷରୁ ଯେଉଁଭଳି ଭାବେ ତ୍ୱରିତ ପଦକ୍ଷେପ ନେବା କଥା ତାହା ନିଆଗଲା ନାହିଁ, ଯେଉଁଥିପାଇଁ ବୈଷ୍ଣବଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଏନେଇ ମୃତକଙ୍କ ପୁଅ କହିଛନ୍ତି , "ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ବାପାଙ୍କୁ ହତ୍ୟା କରିଛନ୍ତି । ଏକ ଚୋରି ମାମଲାରେ ବାପା ଓ ସ୍ଥାନୀୟ କିଛି ଲୋକଙ୍କ ମଧ୍ୟରେ ମତଭେଦ ରହିଥିବା କାରଣରୁ ହତ୍ୟାକାଣ୍ଡ ହୋଇଛି ।" ଏହି ଘଟଣା ନେଇ ପୋଲସ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated : Dec 28, 2022, 9:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.