ETV Bharat / state

ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପ୍ରତିଷ୍ଠା, ବିଧି ବିରୋଧୀ: ଗଣେଶ୍ୱର ବେହେରା

author img

By ETV Bharat Odisha Team

Published : Jan 18, 2024, 12:24 PM IST

Congress opposed parikrama prakalpa: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରଚାର ପ୍ରସାର ପାଇଁ ଖର୍ଚ୍ଚ ହେଉଛି ସରକାରୀ ଅର୍ଥ । ଏହାକୁ ତୀବ୍ର ବିରୋଧ କଲା କଂଗ୍ରେସ । ଅଧିକ ପଢନ୍ତୁ

ରାମ ମନ୍ଦିର ପ୍ରତିଷ୍ଠାକୁ କଂଗ୍ରେସର ନା ପସନ୍ଦ
congress opposed parikrama project

ପରିକ୍ରମା ପ୍ରକଳ୍ପ ଓ ରାମ ମନ୍ଦିର ପ୍ରତିଷ୍ଠା ଶାସ୍ତ୍ର ସମ୍ମତ ନୁହେଁ: ଗଣେଶ୍ୱର ବେହେରା

କେନ୍ଦ୍ରାପଡା: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ଓ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠାକୁ କଂଗ୍ରେସର ନାପସନ୍ଦ । ବୁଧବାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ହୋଇଥିବା ବେଳେ ଏହାର ସୌନ୍ଦର୍ଯ୍ୟକରଣକୁ କଂଗ୍ରେସ ପ୍ରଶଂସା କରିଥିବା ବେଳେ ଏହାର ପ୍ରଚାର ପ୍ରସାରରେ ସରକାରୀ ଅର୍ଥ ଖର୍ଚ୍ଚ ହେଉଥିବାରୁ ଏହାକୁ ବିରୋଧ କରିଛି କଂଗ୍ରେସ । ସେହିପରି ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ରାମ ମନ୍ଦିର ପ୍ରତିଷ୍ଠା କରାଯିବା ବିଧିକୁ ବିରୋଧ କହିଛି କଂଗ୍ରେସ ।

ଏହା ମଧ୍ୟ ପଢନ୍ତୁ- ନୂଆ ରୂପରେ ଅଯୋଧ୍ୟା; ମେୟର କହିଲେ ଶେଷ ହୋଇଛି 179ଟି ପ୍ରକଳ୍ପ

ରାମ ମନ୍ଦିର ପ୍ରତିଷ୍ଠା ନେଇ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ଗଣେଶ୍ୱର ବେହେରା କହିଛନ୍ତି ଯେ, " ପ୍ରଭୁ ରାମଚନ୍ଦ୍ର ହିନ୍ଦୁଙ୍କ ଠାକୁର, ତାଙ୍କ ମନ୍ଦିର ପ୍ରତିଷ୍ଠା କିଛି ନୂଆକଥା ନୁହେଁ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ମନ୍ଦିର ପ୍ରତିଷ୍ଠା କରାଯିବା ବିଧି ଠିକ୍ ନୁହେଁ । ଚାରିଜଣ ଶଙ୍କରାଚାର୍ଯ୍ୟ ଉକ୍ତ ପ୍ରତିଷ୍ଠା ଉତ୍ସବକୁ ଯିବାକୁ ମନା କରିବା ଓ ଶାସ୍ତ୍ର ମୁତାବକ ପ୍ରତିଷ୍ଠା ହେଉନଥିବା କାରଣରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅନୁପସ୍ଥିତ ରହିବା ବିଭିନ୍ନ ଦିଗକୁ ସୁଚାଉଛି । ଅଧାଗଢା ମନ୍ଦିରକୁ ପ୍ରାଣ ପ୍ରତିଷ୍ଠା ନାମ ଦେବା ଓ ବିଧିକୁ ବିରୋଧ କରି ଜଣେ ରାଜନେତା ଏହାକୁ ପ୍ରତିଷ୍ଠା କରିବା ଶାସ୍ତ୍ର ସମ୍ମତ ନୁହେଁ । ରାଜନେତାଙ୍କ ଦ୍ୱାରା ଅଧା ମନ୍ଦିର ପ୍ରତିଷ୍ଠା ବିଶ୍ୱରେ ବିରଳ । ମନ୍ଦିର ସମ୍ପୂର୍ଣ୍ଣ ହୋଇଥିଲେ ଏହାର ପ୍ରାଣ ପ୍ରତିଷ୍ଠା କରାଯାଇ ପାରିଥାନ୍ତା ଓ ଏଥିରେ ରାଜନୀତିକରଣ କରାଯିବା ଅନୁଚିତ । "

ଏହା ମଧ୍ୟ ପଢନ୍ତୁ-ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ: କଟକରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, ଆକର୍ଷଣ ସାଜିବ ବାଲୁକାକଳାରେ ରାମ ମନ୍ଦିର

ଅନ୍ୟପଟେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଫାଟକ ନିର୍ମାଣ ପାଇଁ ରାଜ୍ୟ ସରକାର ଅନୁମତି ନେଇଛନ୍ତି କି ନାହିଁ ସେନେଇ ନ୍ୟାସନାଲ ହାଇୱେ ଅର୍ଥରିଟି(NHAI)କୁ କେନ୍ଦ୍ରାପଡା ଜିଲ୍ଲାର ସୂଚନାଧିକାର କର୍ମୀ ସୂଚନା ମାଗିଥିଲେ। ତେବେ ଏନଏଚଏଆଇ ତାଙ୍କ ନିକଟରେ ଏଭଳି କୌଣସି ଅନୁମତି ସମ୍ପର୍କରେ ଆବେଦନ କରାଯାଇନାହିଁ ବୋଲି କହିଛନ୍ତି । କିନ୍ତୁ ଭୁବନେଶ୍ବରସ୍ଥିତ କାର୍ଯ୍ୟାଳୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଆବେଦନ କରାଯାଇଛି ଓ ଏହା ବିଚାରାଧୀନ ରହିଥିବା ସୂଚନା ମିଳିଛି । ସୋମବାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଯାଇଛି। କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକ ଓ ଦୁଇଟି ମ୍ୟୁନିସିପାଲିଟିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ସିଧା ପ୍ରସାରଣକୁ ହଜାର ହଜାର ଲୋକେ ଦେଖିଥିବା ବେଳେ ଏହାର ଖର୍ଚ୍ଚ ରାଜ୍ୟ ସରକାର ବହନ କରିଥିବା ସୂଚନା ମିଳିଛି।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.