ETV Bharat / state

ଜମିବାଡି଼ ବିବାଦରୁ ସଙ୍ଘର୍ଷ: ୧ ମୃତ, ୫ ଗୁରୁତର

author img

By

Published : May 28, 2022, 10:33 PM IST

ଜମିବାଡି଼ ବିବାଦରୁ ସଙ୍ଘର୍ଷ: ୧ ମୃତ, ୫ ଗୁରୁତର
ଜମିବାଡି଼ ବିବାଦରୁ ସଙ୍ଘର୍ଷ: ୧ ମୃତ, ୫ ଗୁରୁତର

କେନ୍ଦ୍ରାପଡ଼ାରେ ଜମିବାଡି଼ ବିବାଦକୁ କେନ୍ଦ୍ର କରି ସଙ୍ଘର୍ଷ । ଦୁଇ ପରିବାର ମଧ୍ୟରେ କେଇ ଗୁଣ୍ଠ ଜମିକୁ ନେଇ ମାରପିଟରେ ୫ ଗୁରୁତର ହୋଇଥିବାବେଳେ ଜଣେ ମୃତ । ଅଧିକ ପଢ଼ନ୍ତୁ

କେନ୍ଦ୍ରାପଡ଼ା: ଜମିବାଡି଼ ବିବାଦକୁ କେନ୍ଦ୍ର କରି ସଙ୍ଘର୍ଷ । କେଇ ଗୁଣ୍ଠ ଜମି ପାଇଁ ରକ୍ତପାତରେ ୫ ଗୁରୁତର ହୋଇଥିବାବେଳେ ଜଣକର ଜୀବନ ଯାଇଛି । ଏଭଳି ଅଭାବନୀୟ ଘଟଣା ଘଟି ଯାଇଛି ମହାକାଳପଡ଼ା ଥାନା ଅଧିନ ରାଜଗଡ଼ ପଞ୍ଚାୟତର ପଡ଼ାଗୟାସପୁର ଗାଁରେ ।

ସୂଚନା ଅନୁସାରେ ଏହି ଗାଁର ଦୁଇ ପରିବାର ମଧ୍ୟରେ କେଇ ଗୁଣ୍ଠ ଜମିକୁ ନେଇ ବିବାଦ ଉପୁଜିଥିଲା । ପରବର୍ତ୍ତୀ ସମୟରେ ଉଭୟ ପରିବାର ମଧ୍ୟରେ ମାରପିଟ୍ ଆରମ୍ଭ ହୋଇ ଯାଇଥିଲା । ଏଥିରେ ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ସେପଟେ ଅନ୍ୟ ପରିବାରର ଦୁଇ ଆହତଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଥିବାବେଳେ ଦିଲ୍ଲୀପ ପଣ୍ଡା ନାମକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.