ETV Bharat / state

ଲକଡାଉନ ପ୍ରଭାବରେ ପ୍ରଭାବିତ ଫୁଲବାଣୀ ସହରର ସାପ୍ତାହିକ ହାଟ

author img

By

Published : Mar 26, 2020, 8:21 PM IST

ସାପ୍ତାହିକ ଓ ଦୈନିକ ହାଟରେ ଗାଁ ଗଣ୍ଡାର ଚାଷୀ ଓ ଆଦିବାସୀ ମାନେ ଏବେ ପନିପରିବା ସହ ଅନ୍ୟାନ୍ୟ ଦ୍ରବ୍ୟ ବିକ୍ରି କରିବାରୁ ବଞ୍ଚିତ । ଗାଡି ମୋଟର ବନ୍ଦ ଥିବା ହେତୁ କାଁ ଭାଁ ଲୋକେ ସାଇକେଲ କିମ୍ବା ଚାଲି ଚାଲି ହାଟକୁ ବିକ୍ରି ପାଇଁ ଆସୁଛନ୍ତି । ଦେଖନ୍ତୁ ଫୁଲବାଣୀ ସାପ୍ତାହିକ ହାଟରୁ ଏହି ରିପୋର୍ଟ...

Tribal hata affected by lockdown
ଲକଡାଉନ ପ୍ରଭାବରେ ପ୍ରଭାବିତ ଫୁଲବାଣୀ ସହରର ସାପ୍ତାହିକ ହାଟ

ଫୁଲବାଣୀ: କୋରୋନା ଭୂତାଣୁରୁ ବର୍ତ୍ତିବା ପାଇଁ ସରକାର ସାରା ଦେଶକୁ ଲକଡାଉନ କରିଛନ୍ତି । ଯାହାର ସିଧାସଳଖ ପ୍ରଭାବ ପଡିଛି ଆଦିବାସୀ ହାଟ ଉପରେ । ସାପ୍ତାହିକ ଓ ଦୈନିକ ହାଟରେ ଗାଁ ଗଣ୍ଡାର ଚାଷୀ ଓ ଆଦିବାସୀ ମାନେ ଏବେ ପନିପରିବା ସହ ଅନ୍ୟାନ୍ୟ ଦ୍ରବ୍ୟ ବିକ୍ରି କରିବାରୁ ବଞ୍ଚିତ । ଗାଡି ମୋଟର ବନ୍ଦ ଥିବା ହେତୁ କାଁ ଭାଁ ଲୋକେ ସାଇକେଲ କିମ୍ବା ଚାଲି ଚାଲି ହାଟକୁ ବିକ୍ରି ପାଇଁ ଆସୁଛନ୍ତି । ତେବେ ବନ୍ଦ ପ୍ରଭାବରେ ଫୁଲବାଣୀରେ ବସୁଥିବା ସାପ୍ତାହିକ ହାଟର ସ୍ଥିତି ପରଖିବା ସହ ଉପସ୍ଥିତ ଲୋକଙ୍କ ପ୍ରତିକ୍ରିୟା ନେଇଥିଲେ ଆମ ସମ୍ବାଦଦାତା ।

ଲକଡାଉନ ପ୍ରଭାବରେ ପ୍ରଭାବିତ ଫୁଲବାଣୀ ସହରର ସାପ୍ତାହିକ ହାଟ

କନ୍ଧମାଳ ପରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ସାପ୍ତାହିକ ହାଟର ବିଶେଷ ଗୁରୁତ୍ବ ରହିଛି । ସପ୍ତାହେ ପାଇଁ ହେଉ ଅବା କିଛି ଦିନ ପାଇଁ ଗୁଜୁରାଣ ମେଣ୍ଟାଏ ଏହି ହାଟ । କିନ୍ତୁ ମହାମାରୀ କୋରୋନା ଯୋଗୁଁ ମାତ୍ର 4 ଘଣ୍ଟା କଟକଣା ମଧ୍ୟରେ ଖୋଲାଯାଉଛି ହାଟ । ହେଲେ ପୂର୍ବ ଭଳି ଏହି ହାଟରେ ଭିଡ ଦେଖିବାକୁ ମିଳୁନାହିଁ । ଏପରିକି ହାଟରେ ଭିନ୍ନ ଭିନ୍ନ ପରିବା ଓ ଅନ୍ୟାନ୍ୟ ଦ୍ରବ୍ୟ ଦେଖିବାକୁ ମିଳୁନାହିଁ ।

ସେପଟେ କୋରୋନା ପାଇଁ ପରିବା ଦର ବୃଦ୍ଧି ପାଇଥିବା ବେଳେ କିଛି ଲୋକେ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା କଟକଣାକୁ ଉଲ୍ଲଙ୍ଘନ କରୁଥିବା ଦେଖିବାକୁ ମିଳୁଛି । ସହରରେ ଲକଡାଉନ ଜାରି ହୋଇଥିବା ବେଳେ ପୋଲିସ ଘନ ଘନ ସହର ମଧ୍ୟରେ ପାଟ୍ରୋଲିଂ ମଧ୍ୟ କରୁଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.