ETV Bharat / state

ଗଞ୍ଜେଇ ମାଫିଆଙ୍କ ନୂଆ ଟେକନିକ୍: ଗାଡିରେ ପ୍ରେସ-ବୁମ୍ ରଖି ବେଆଇନ ଚାଲାଣ

author img

By

Published : Aug 19, 2020, 6:51 PM IST

Updated : Aug 19, 2020, 7:23 PM IST

ଗାଡିରେ ପ୍ରେସ ଲେଖି ବୁମ୍ ଥୋଇ ଗଞ୍ଜେଇ ଚାଲାଣ । ଓଡିଶାରୁ ଛତିଶଗଡକୁ ନୂଆ ଉପାୟରେ ହେଉଛି ଗଞ୍ଜେଇ ଚାଲାଣ ।

The new way of the cannabis mafia
ଗଞ୍ଜେଇ ମାଫିଆଙ୍କ ନୂଆ ଟେକନିକ୍

କନ୍ଧମାଳ: ଗାଡିରେ ପ୍ରେସ ଲେଖି ବୁମ୍ ଥୋଇ ଗଞ୍ଜେଇ ଚାଲାଣ । ଓଡିଶାରୁ ଛତିଶଗଡକୁ ନୂଆ ଉପାୟରେ ହେଉଛି ଗଞ୍ଜେଇ ଚାଲାଣ । କନ୍ଧମାଳ ଗୋଛାପଡା ପୋଲିସ ସୂଚନା ପାଇ ସୁନାମୋଦି ପୋଲ ଠାରେ ଧରିଛି ଏହି ଆନ୍ତଃରାଜ୍ୟ ରାକେଟକୁ ।

ଗଞ୍ଜେଇ ମାଫିଆଙ୍କ ନୂଆ ଟେକନିକ୍

କନ୍ଧମାଳ ଜିଲ୍ଲା ପୋଲିସକୁ ପୁଣି ଏକ ସଫଳତା । ଗଣମାଧ୍ୟମର ବୁମ୍ ରଖି ଗାଡିରେ ପ୍ରେସ ଲେଖି ଚାଲାଣ ହେଉଥିଲା ଗଞ୍ଜେଇ । କନ୍ଧମାଳ ଜିଲ୍ଲା ସଲାଗୁଡାରୁ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଦେଇ ଛତିଶଗଡକୁ ଚାଲାଣ ହେଉଥିବା ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ଗୋଛାପଡ଼ା ପୋଲିସ । ବେଆଇନ ଗଞ୍ଜେଇ ଚାଲାଣ ସୂଚନା ପାଇ ଫୁଲବାଣୀ ଏସଡିପିଓ ମହେନ୍ଦ୍ର ନାଥ ମୂର୍ମୁ ଓ ଗୋଛାପଡ଼ା ଥାନା ଅଧିକାରୀ ତୃପ୍ତି ରଞ୍ଜନ ନାୟକଙ୍କ ନେତୃତ୍ବରେ ଏକ ଟିମ ସୁନାମୁଦି ପୋଲ ନିକଟରେ ଚଢାଉ କରିଥିଲେ ।

ଚଢାଉରେ ୫ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବାରେ ସଫଳ ମଧ୍ୟ ହୋଇଥିଲେ । ଏହି ୫ ଜଣଙ୍କ ମଧ୍ୟରୁ ୪ ଜଣ ଛତିଶଗଡର ଓ ଜଣେ ଗୋଛାପଡା ସଲାଗୁଡା ଗାଁର ବୋଲି ଜଣାପଡିଛି । ଆଗରୁ ମଧ୍ୟ ଏମାନେ ବହୁବାର ବେଆଇନ ଭାବେ ଗଞ୍ଜେଇ ଚୋରା ଚାଲାଣରେ ଲିପ୍ତ ଥିବା ପୋଲିସ ଆଶଙ୍କା କରୁଛି । ଫୁଲବାଣୀ ଏସଡିପିଓଙ୍କ ସୂଚନା ମୁତାବକ ସେମାନଙ୍କ ଠାରୁ ୧ ଲକ୍ଷ ୪୭ ହଜାର ଟଙ୍କା ଓ ୧ କୁଇଣ୍ଟାଲ ୨ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Aug 19, 2020, 7:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.