ETV Bharat / state

କୋରୋନା ପାଇଁ ବନ୍ଦ ହେଲା ହଷ୍ଟେଲ, ପ୍ରଶାସନିକ ଅବ୍ୟବସ୍ଥାକୁ ନିନ୍ଦା

author img

By

Published : Mar 24, 2020, 7:16 PM IST

Updated : Mar 24, 2020, 10:40 PM IST

କୋରୋନା ମହାମାରୀ ପାଇଁ ସରକାର ମାର୍ଚ୍ଚ 25 ତାରିଖରୁ ଆଦିବାସୀ ହରିଜନ କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ହଷ୍ଟେଲ ବନ୍ଦ ଘୋଷଣା ହୋଇଛି । ଅଧିକ ପଢନ୍ତୁ...

The hostel run by the Department of Welfare was closed for Corona
କୋରୋନା ପାଇଁ ବନ୍ଦ ହେଲା କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ହଷ୍ଟେଲ

କନ୍ଧମାଳ: କୋରୋନା ମହାମାରୀ ରୋକିବାକୁ ରାଜ୍ୟ ସରକାର ସାରା ରାଜ୍ୟକୁ ଲକଡାଉନ ଘୋଷଣା କରିଛନ୍ତି । ଏହି କ୍ରମରେ ମଙ୍ଗଳବାର କନ୍ଧମାଳ ଜିଲ୍ଲାରେ ଆଦିବାସୀ ହରିଜନ କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ 393ଟି ହଷ୍ଟେଲକୁ ବନ୍ଦ ଘୋଷଣା କରାଯାଇଛି ।

ଉକ୍ତ ହଷ୍ଟେଲରେ ପ୍ରାୟ 36000 ଛାତ୍ରଛାତ୍ରୀ ରହି ପାଠ ପଢୁଛନ୍ତି । ଆଜି ଠାରୁ ଛାତ୍ରଛାତ୍ରୀଙ୍କୁ ଗ୍ରୀଷ୍ମ ଅବକାଶ ଘୋଷଣା କରି ସମସ୍ତଙ୍କୁ ଛୁଟି କରି ଦିଆଯାଇଛି । ଛୁଟି ଘୋଷଣା ପରେ ଛାତ୍ରଛାତ୍ରୀ ନିଜ ଅଭିଭାବକଙ୍କ ସହ ଗାଡି ନ ପାଇ 30-40 କିମି ଚାଲି ଚାଲି ନିଜ ଗାଁକୁ ଫେରୁଥିବାର ଦେଖିବାକୁ ମିଳିଥିଲା । ଫୁଲବାଣୀ ବ୍ଲକ ପକାନାଗାଁ କନ୍ୟାଶ୍ରମର ଛାତ୍ରୀ ମାନେ ଗୋଛାପଡାକୁ ଚାଲି ଚାଲି ଫେରୁଥିବା ବେଳେ ଖରାରେ ଗଛ ମୂଳେ ବସିଥିବାର ନଜର ଆସିଥିଲା ।

କୋରୋନା ପାଇଁ ବନ୍ଦ ହେଲା ହଷ୍ଟେଲ, ପ୍ରଶାସନିକ ଅବ୍ୟବସ୍ଥାକୁ ନିନ୍ଦା

ତେବେ ଏନେଇ ଜିଲ୍ଲାର କୁଇ ଆଦିବାସୀ ସଂଘ ନେତା ଲମ୍ବୋଦର କହଁର ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ ଉକ୍ତ ଘଟଣାକୁ ବିରୋଧ କରିଥିଲେ । କୌଣସି ବ୍ୟବସ୍ଥା ନକରି କିପରି ଦିନ 11ଟା ଛାତ୍ରଛାତ୍ରୀଙ୍କୁ ବାସ ବନ୍ଦ କରି ଦେଲେ ବୋଲି ପ୍ରଶ୍ନ କରିଥିଲେ । କିଏ ଏହାର ଦାୟିତ୍ବ ନେବେ ବୋଲି ପଚାରିଥିଲେ । ପରେ ଗଣମାଧ୍ୟମ ଓ ଲମ୍ବୋଦରଙ୍କ ହସ୍ତକ୍ଷେପ ପରେ ଜିଲ୍ଲା ମଙ୍ଗଳ ବିଭାଗର ଏକ ଗାଡ଼ିରେ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ନିଜ ନିଜ ଗାଁକୁ ଛଡାଯାଇଥିଲା ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Mar 24, 2020, 10:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.