ETV Bharat / state

କୋରୋନା ସଚେତନ ସହ ମାଗଣା ମାସ୍କ ବାଣ୍ଟୁଛନ୍ତି ସମାଜସେବୀ

author img

By

Published : Apr 23, 2020, 10:28 PM IST

Updated : Apr 24, 2020, 12:28 PM IST

କୋରୋନା ସଚେତନ କରୁଛନ୍ତି ସମାଜସେବୀ । ଜିଲ୍ଲା ବିଜେପି ନେତା ସତ୍ୟ ବେହେରା ଓ ଅନ୍ୟ କିଛି ସମାଜସେବୀ ମଧ୍ୟ ସେମାନଙ୍କ ସହିତ ସଚେତନ କରୁଛନ୍ତି ଲୋକଙ୍କୁ । ଅଧିକ ପଢନ୍ତୁ...

social workers of kandhamal aware for corona
କୋରୋନା ସଚେତନ ସହ ମାଗଣା ମାସ୍କ ବାଣ୍ଟୁଛନ୍ତି ସମାଜସେବୀ

ଫୁଲବାଣୀ: ଆଦିବାସୀ କର୍ମଚାରୀ କଲ୍ୟାଣ ସଂଘ ଓ ଅନ୍ୟ କିଛି ସମାଜସେବୀ ଗାଁ ଗାଁରେ କୋରୋନା ସଚେତନତା କରୁଛନ୍ତି। ଲୋକଙ୍କୁ ମାଗଣାରେ ମାସ୍କ ବଣ୍ଟନ କରିବା ସହିତ ସଚେତନ କରିଛନ୍ତି କୋରୋନା ମହାମାରୀ ସମ୍ପର୍କରେ ।

କୋରୋନା ସଚେତନ ସହ ମାଗଣା ମାସ୍କ ବାଣ୍ଟୁଛନ୍ତି ସମାଜସେବୀ

କନ୍ଧମାଳ ଜିଲ୍ଲାର ପ୍ରମୁଖ ସଂଗଠନ ଜିଲ୍ଲା ଆଦିବାସୀ କର୍ମଚାରୀ କଲ୍ୟାଣ ସଂଘର କର୍ମକର୍ତ୍ତା ମାନେ କୋରୋନା ଲଢେଇରେ ଆଗକୁ ଆସିଛନ୍ତି । ଲୋକଙ୍କୁ ସଚେତନ କରିବା ସହିତ ମାଗଣାରେ ମାସ୍କ ବାଣ୍ଟିଛନ୍ତି । ଜିଲ୍ଲାର ଆଲାମୀ, ତୁଡ଼ିପାଯୁ ପଞ୍ଚାୟତ ସହିତ ସଦର ବ୍ଲକର ଗାଁ ଗଣ୍ଡାରେ ମାସ୍କ ବାଣ୍ଟିବା ସହିତ କୋରୋନା ମହାମାରୀ ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା, ହାତ ଧୋଇବା ସହିତ ଏହି ମହାମାରୀ ପାଇଁ ଔଷଧ ନ ଥିବା ବୁଝାଉଛନ୍ତି ଲୋକଙ୍କୁ ।

ସେପଟେ ଜିଲ୍ଲା ବିଜେପିର ନେତା ସତ୍ୟ ବେହେରା ଓ ଅନ୍ୟ କିଛି ସମାଜସେବୀ ମଧ୍ୟ ସେମାନଙ୍କ ସହିତ ସଚେତନ କରୁଛନ୍ତି ଲୋକଙ୍କୁ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Apr 24, 2020, 12:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.