ETV Bharat / state

ଅପରେସନ ନୀଳ ଜହର, ୯୩ ଏକର ଗଞ୍ଜେଇ ଚାଷ ନଷ୍ଟ

author img

By

Published : Nov 13, 2022, 10:59 PM IST

କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଞ୍ଚଳରେ ଅପରେସନ ନୀଳ ଜହର ଅଭିଯାନ ଆରମ୍ଭ ହୋଇଛି । ବିଭିନ୍ନ ଜଙ୍ଗଲ ଜମିରେ ଚାଷ ହୋଇ ଥିବା ପ୍ରାୟ ୯୩ ଏକର ଗଞ୍ଜେଇ ଗଛକୁ କାଟି ନଷ୍ଟ କରାଯାଇଛି। ଅଧିକ ପଢନ୍ତୁ

ଆରମ୍ଭ ହେଲା ଅପରେସନ ନିଳ ଜହର, ୯୩ ଏକର ଗଞ୍ଜେଇ ଚାଷ ନଷ୍ଟ
ଆରମ୍ଭ ହେଲା ଅପରେସନ ନିଳ ଜହର, ୯୩ ଏକର ଗଞ୍ଜେଇ ଚାଷ ନଷ୍ଟ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଞ୍ଚଳରେ ଆରମ୍ଭ ହୋଇଛି ଅପରେସନ ନୀଳ ଜହର ଅଭିଯାନ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବରେ ଏହି ଅଭିଯାନ ଆରମ୍ଭ କରିଛନ୍ତି । ଏନେଇ ଆନୁମାନିକ 9 କୋଟି 30 ଲକ୍ଷ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ ହୋଇଥିବା ଜଣାପଡିଛି ।

ଆରମ୍ଭ ହେଲା ଅପରେସନ ନିଳ ଜହର, ୯୩ ଏକର ଗଞ୍ଜେଇ ଚାଷ ନଷ୍ଟ

ସୂଚନା ଅନୁଯାୟୀ, ପ୍ରଥମ ଦିନରେ ଗୋଛାପଡା ଥାନା ଅଧିକାରୀ ରଞ୍ଜିତ କୁମାର ମୁନିଙ୍କ ନେତୃତ୍ୱରେ ଗୋଛାପଡା ଥାନା ଅଧୀନରେ ଥିବା ଗୋଛାପଡା ପଂଚାୟତର ବନ୍ଧୁଲି ଅଂଚଳରେ ବିଭିନ୍ନ ଜଙ୍ଗଲ ଜମିରେ ଚାଷ ହୋଇ ଥିବା ପ୍ରାୟ ୯୩ ଏକର ଗଞ୍ଜେଇ ଗଛକୁ କାଟି ନଷ୍ଟ କରାଯାଇଛି । ତେବେ ଏହି ଗଞ୍ଜେଇ କଟା ଅଭିଯାନରେ ଫୁଲବାଣୀ ସଦର ଏସ୍ଡ଼ିପିଓଙ୍କ ସହ ଅବକାରୀ ବିଭାଗର କର୍ମଚାରୀ ଓ ଗୋଛାପଡା ଥାନାରେ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିବା ବେଳେ ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା । ଅନ୍ୟପଟେ ଏହି ଗଞ୍ଜେଇ କଟା ମାମଲାରେ ଗୋଛାପଡା ଥାନାରେ ୧୩୯/୨୦୨୨ରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଥିବା ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ସୂଚନା ଦେଇଛନ୍ତି।

ତେବେ ସୂଚନା ଥାଉକି ଏହି ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ ର ପେଣ୍ଠସ୍ଥଳୀ ପାଲଟି ଥିବା ବେଳେ ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି। ତଥାପି ଏହି ଅଂଚଳରୁ ଏହି ଗଞ୍ଜେଇ କାରବାର ଥମିବାର ନା ଧରୁ ନ ଥିବା ବେଳେ ପ୍ରତ୍ୟେକ ବର୍ଷ ଏକର ଏକର ଗଞ୍ଜେଇ ଗଛ କଟାଯାଉ ଥିଲେ ମଧ୍ୟ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ମାଫିଆ ମାନଙ୍କ ଦ୍ୱାରା ବାହାର ରାଜ୍ୟ ଓ ଜିଲ୍ଲାକୁ ଚାଲାଣ ହେଉଥିବା ଜଣାପଡିଛି ।

ଇଟିଭି ଭାରତ, ଫୁଲବାଣୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.