ETV Bharat / state

କନ୍ଧମାଳରେ ଗଡିଲା ଆଉ ଜଣେ କୋରୋନା ଯୋଦ୍ଧାଙ୍କ ମୁଣ୍ଡ

author img

By

Published : Sep 27, 2020, 10:32 AM IST

ଜିଲ୍ଲାରେ ପୁଣି ଆଖି ବୁଜିଲେ ଆଉ ଜଣେ କୋରୋନା ଯୋଦ୍ଧା । ଜିଲ୍ଲାର ଦାରିଙ୍ଗବାଡି କୋର୍ଟରେ କାର୍ଯ୍ୟରତ ଥିବା କନେଷ୍ଟବଳ ଉନେସ ନାୟକଙ୍କର କୋରୋନାରେ ମୃତ୍ୟୁ ହେବା ପରେ ଜିଲ୍ଲାରେ କୋଭିଡ ଯୋଦ୍ଧାଙ୍କର ମୃତ୍ୟୁ ସଂଖ୍ଯା 3ରେ ପହଞ୍ଚିଛି । ଅଧିକ ପଢନ୍ତୁ...

kandhamal latest news, covid warrior died in kandhamal, corona situation in kandhamal, କନ୍ଧମାଳ ଲାଟେଷ୍ଟ ନ୍ୟୁଜ୍‌, କନ୍ଧମାଳରେ କୋରୋନା ଯୋଦ୍ଧାଙ୍କ ମୃତ୍ୟୁ, କନ୍ଧମାଳରେ କୋରୋନା ସ୍ଥିତି
କନ୍ଧମାଳରେ ଗଡିଲା ଆଉ ଜଣେ କୋରୋନା ଯୋଦ୍ଧାଙ୍କ ମୁଣ୍ଡ

ଫୁଲବାଣୀ: ଜିଲ୍ଲାରେ ପୁଣି ଆଖି ବୁଜିଲେ ଆଉ ଜଣେ କୋରୋନା ଯୋଦ୍ଧା । ଜିଲ୍ଲାର ଦାରିଙ୍ଗବାଡି କୋର୍ଟରେ କାର୍ଯ୍ୟରତ ଥିବା କନେଷ୍ଟବଳ ଉନେସ ନାୟକ କିଛି ଦିନ ତଳେ କୋରୋନାରେ ଆକ୍ରାନ୍ତ ହୋଇଛି ଚିକିତ୍ସା ନେଉଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ଦେହାନ୍ତ ହେବା ପରେ ଶନିବାର ତାଙ୍କ ମର ଶରୀର ଫୁଲବାଣୀରେ ଆସି ପହଞ୍ଚିଥିଲା । ଶୋକାକୂଳ ପରିବେଶରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ବିଦାୟ ଦିଆଯାଇଥିଲା ।

କନ୍ଧମାଳରେ ଗଡିଲା ଆଉ ଜଣେ କୋରୋନା ଯୋଦ୍ଧାଙ୍କ ମୁଣ୍ଡ

କୋରୋନାରେ ଆକ୍ରାନ୍ତ ହୋଇଥିବାରୁ ସାମାଜିକ ଦୂରତା ବଜାୟ ରଖିବା ସହ ଅନ୍ୟ ସମସ୍ତ ନିୟମ ପାଳନ କରି ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ କରାଯାଇଥିଲା । ସୂଚନା ଅନୁଯାୟୀ ଚିକିତ୍ସାଧିନ ଅବସ୍ଥାରେ ଆପୋଲୋ ହସ୍ପିଟାଲରେ ଶୁକ୍ରବାର ଉନେସଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ତାଙ୍କ ମର ଶରୀରକୁ ଶନିବାର ଫୁଲବାଣୀ ଅଣାଯାଇଥିଲା । ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯିବା ପରେ ତାଙ୍କର ଶେଷ କ୍ରିୟା ସମ୍ପନ୍ନ ହୋଇଥିଲା ।

ଅନ୍ତିମ ଦର୍ଶନ ପାଇଁ ଜିଲ୍ଲାପାଳ ବୃନ୍ଦା ଡି, ଏସପି ଭିନୀତ୍‌ ଅଗ୍ରୱାଲଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ଓ ସହକର୍ମୀ ପହଞ୍ଚିଥିଲେ । ଉନେସ 1982 ମସିହାରେ ପୋଲିସରେ ଯୋଗ ଦେଇଥିଲେ । ତେବେ ଏହା ଜିଲ୍ଲାରେ ପ୍ରଥମ ନୁହେଁ, ଏହା ପୂର୍ବରୁ ମଧ୍ୟ 2 ଜଣ ପୋଲିସ ଏଏସଆଇଙ୍କର କୋରୋନାରେ ମୃତ୍ୟୁ ହୋଇସାରିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.