ETV Bharat / state

ହାତୀ ଆକ୍ରମଣରେ ବୃଦ୍ଧ ମୃତ

author img

By

Published : Feb 26, 2021, 9:52 AM IST

Updated : Feb 26, 2021, 9:59 AM IST

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବନାଞ୍ଚଳରେ ହାତୀ ଆକ୍ରମଣରେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ହାତୀ ଆକ୍ରମଣରେ ବୃଦ୍ଧ ମୃତ
ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବନାଞ୍ଚଳର ସିର୍ଲା ଗ୍ରାମ ପଞ୍ଚାୟତରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ବନାଞ୍ଚଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି ।

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ମୃତକ ଜଣକ ହେଲେ ସିର୍ଲା ପଂଚାୟତ ଟାଇପଡା ଗ୍ରାମର ଶୁକଲା ପାଟମାଝୀ । ଗତ ତିନି ଦିନ ହେଲା ସିର୍ଲା ନିକଟସ୍ଥ ଟାଇପଡା ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଥିଲା । ତେବେ ଶୁକଲା ପାଟମାଝୀ କୌଣସି କାରଣରୁ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ସହ ସାମ୍ନାସାମ୍ନି ହୋଇଥିବା ଅନୁମାନ କରାଯାଉଛି । ଗତ କିଛି ଦିନ ତଳେ ତୁମୁଡିବନ୍ଧ ବନାଞ୍ଚଳର ବେନାରବାହାଲ, ଲାବାନ୍ୟନଗର, ମାନପୁର, ବାଲିପଟାପଦର, ବେତବାଡ଼ି ସରଧାପୁର ଆଦି ଅଞ୍ଚଳକୁ ଦୁଇଟି ଜଙ୍ଗଲୀ ହାତୀ ପଶି ଆସିଥିବାରୁ ଲୋକେ ଭୟଭୀତ ହୋଇଥିଲେ । ଗ୍ରାମବାସୀମାନେ ହାତୀକୁ ଘଉଡ଼ାଇବା ପାଇଁ ବନ ବିଭାଗକୁ ଖବର ଦେଇଥିଲେ ।

କିନ୍ତୁ ବନବିଭାଗ ହାତୀକୁ ଘଉଡ଼ାଇବା ପାଇଁ ନାକେଦମ୍ ହୋଇଥିବା ଦେଖିବାକୁ ମିଳିଥିଲା । 2 ହାତୀ ମଧ୍ୟରୁ ଗୋଟେ ବଡ ହାତୀ ଆଉ ଗୋଟେ ଛୋଟ ହାତୀ ରହିଥିବାରୁ ମା' ସହ ଛୁଆ ହାତୀ ଆସିଥିବା ଅନୁମାନ କରାଯାଉଥିଲା । ସିର୍ଲା ଅଞ୍ଚଳରୁ ବହୁ ଗ୍ରାମବାସୀମାନେ ଜଙ୍ଗଳକୁ ଯିବାବେଳେ ମୃତ ଶୁକଲାଙ୍କ ମୃତଦେହ ଦେଖି ବନବିଭାଗ ଓ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ତୁମୁଡ଼ିବନ୍ଧ ବନାଞ୍ଚଳ ଅଧିକାରୀ ଲଳିତ ମୋହନ ନାୟକ ଓ ଥାନା ଅଧିକାରୀ ବାବାଶଙ୍କର ସରାଫ ଘଟଣାସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Feb 26, 2021, 9:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.