ETV Bharat / state

ଦାଦନ ଖଟିବାକୁ ଯାଇ ୫ମାସ ହେଲା ନିଖୋଜ ଶ୍ରମିକ, ମିଳୁନି ପତ୍ତା

author img

By

Published : Nov 14, 2021, 7:36 AM IST

ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଦୀର୍ଘ ୫ ମାସ ହେଲା ନିଖୋଜ ଅଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଗୁଳିମରା ସାହିର ସୋମନାଥ ପୂଜାରୀ । ଅଧିକ ପଢନ୍ତୁ...

ଦାଦନ ଖଟିବାକୁ  ଯାଇ ୫ମାସ ହେଲା ଶ୍ରମିକ ନିଖୋଜ
ଦାଦନ ଖଟିବାକୁ ଯାଇ ୫ମାସ ହେଲା ଶ୍ରମିକ ନିଖୋଜ

ଫୁଲବାଣୀ: ସରୁନି ଦାଦନ ଦୁଃଖ । ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଦୀର୍ଘ ୫ ମାସ ହେଲା ଶ୍ରମିକ ନିଖୋଜ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଗୁଳିମରା ସାହିରୁ । ଉକ୍ତ ସାହିର ସୋମନାଥ ପୂଜାରୀ ଓରଫ ଶମ୍ବୁ ନାମକ ଜଣେ ବ୍ୟକ୍ତି ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲେ । ହେଲେ ୫ମାସ ହେଲା ତାଙ୍କର କୌଣସି ସନ୍ଧାନ ମିଳୁନାହିଁ । ଏନେଇ ଥାନାରେ ଅଭିଯୋଗ ପରେ ଘଟଣା ସାମ୍ନାକୁ ଆସିଛି । ତେବେ ସୋମନାଥଙ୍କୁ କିଏ ହତ୍ୟା କରି ଫିଙ୍ଗି ଦେଇଥିବା ଏବେ ସନ୍ଦେହ ଉପୁଜିଛି।

ଦାଦନ ଖଟିବାକୁ ଯାଇ ୫ମାସ ହେଲା ଶ୍ରମିକ ନିଖୋଜ

ସୂଚନାଅନୁଯାୟୀ,ଗତ ଜୁଲାଇ ମାସରେ ବାଲିଗୁଡାର ସନ୍ତୋଷ ମଙ୍ଗରାଜ ନାମକ ଜଣେ ଦଲାଲ ବିଭିନ୍ନ ପ୍ରଲୋଭନ ଦେଖାଇ ସୋମନାଥଙ୍କୁ ଆନ୍ଧ୍ର ପ୍ରଦେଶକୁ ନେଇ ଯାଇଥିଲା । ତେବେ ଯିବାର ଦୁଇ ଦିନ ପରେ ସୋମନାଥ ଘରକୁ ଫେରୁଥିବା ବେଳେ ଗୁଣ୍ଟୁର ଷ୍ଟେସନରେ ନିଖୋଜ ହୋଇଯାଇଥିବା ନେଇ ପରିବାର ଲୋକଙ୍କୁ ଜଣାଇଥିଲେ ଦଲାଲ ଜଣଙ୍କ । ଏହାପରେ ନିଖୋଜ ସୋମନାଥଙ୍କୁ ଖୋଜିବା ପାଇଁ ପରିବାର ଲୋକେ ଦଲାଲ ସନ୍ତୋଷଙ୍କୁ ଜଣାଇଥିଲେ । କିନ୍ତୁ ସେ ପରିବାର ଲୋକଙ୍କୁ ଧମକଚମକ ଦେବାରୁ ନିଖୋଜ ଦାଦନଙ୍କ ସ୍ତ୍ରୀ ସବିତା ସ୍ବାମୀଙ୍କୁ ହତ୍ୟା କରି କେଉଁ ଆଡେ ଫୋପାଡି ଦିଆଯାଇଥିବା ସନ୍ଦେହ କରି ବାଲିଗୁଡା ଥାନାରେ ଅଭିଯୋଗ କରିଥିଲେ ।

ତେବେ ପୋଲିସ ତଦନ୍ତରେ ଅବହେଳା କରୁଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏ ଘଟଣାରେ ଦଲାଲ ସନ୍ତୋଷଙ୍କୁ ଡାକି ଖୁବଶୀଘ୍ର ପଚରାଉଚରା କରାଯିବ ବୋଲି କହିଛନ୍ତି ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ । ତେବେ ସୋମନାଥ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.