ETV Bharat / state

ଭଉଣୀ ଘରକୁ ଦଶହରା ବୁଲିବାକୁ ଆସି ଗଲା ଭାଇର ଜୀବନ

author img

By

Published : Oct 6, 2022, 10:11 PM IST

ଦଶହରା ବୁଲିବା ହେଲା କାଳ । ଭଉଣୀ ଘରକୁ ଦଶହରା ପାଳିବା ପାଇଁ ଆସିଥିବା ଥିବା ଭାଇର ଗଲା ଜୀବନ । ପାଣିରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ । ଅଧିକ ପଢ଼ନ୍ତୁ

ଭଉଣୀ ଘରକୁ ଦଶହରା ବୁଲିବାକୁ ଆସି ଗଲା ଭାଇର ଜୀବନ
ଭଉଣୀ ଘରକୁ ଦଶହରା ବୁଲିବାକୁ ଆସି ଗଲା ଭାଇର ଜୀବନ

ଫୁଲବାଣୀ : ଭଉଣୀ ଘରକୁ ଦଶହରା ପାଳିବା ପାଇଁ ଆସିଥିବା ଭାଇର ଗଲା ଜୀବନ (A old man dies after drowning in pond) । ପୋଖରୀରେ ବୁଡି ପ୍ରାଣ ହରାଇଲା ଭାଇ । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ଼ ଗ୍ରାମରେ। ସୂଚନା ଅନୁଯାୟୀ, ବାଲିଗୁଡ଼ା ଥାନା ସୁନାପାଙ୍ଗାର ଗୁମାନ ସିଂ ସାହାଣୀ (୫୫) ବନ୍ଧଗଡରେ ଥିବା ନିଜ ଭଉଣୀ ଘରକୁ ଦଶହରା ପର୍ବ ପାଳନ କରିବା ପାଇଁ ଆସିଥିଲେ ।

ଭଉଣୀ ଘରକୁ ଦଶହରା ବୁଲିବାକୁ ଆସି ଗଲା ଭାଇର ଜୀବନ

ବୁଧବାର ସକାଳ ପ୍ରାୟ ୧୦ଟାରେ ଗୁମାନ ଗାଁରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ତେବେ ଗାଧୋଇବା ସମୟରେ ଅସାବଧାନତା ବଶତଃ ପାଣିରେ ବୁଡି ଯାଇଥିଲେ । ନିଜକୁ ବଞ୍ଚାଇବା ପାଇଁ ଗୁମାନ ବହୁତ ଚେଷ୍ଟା କରିଥିଲେ । ହେଲେ ବୁଡ଼ି ଯାଇଥିଲେ ପାଣି ଭିତରେ । ତେବେ ପୋଖରୀରେ ଗାଧୋଉଥିବା ଅନ୍ୟ କିଛି ଲୋକ ଏହା ଦେଖି ତାଙ୍କ ଭଉଣୀ ଘରକୁ ଜଣାଇଥିଲେ ।

ଏହାସହ ସାରଙ୍ଗଡ଼ ଅଗ୍ନିଶମ ବିଭାଗକୁ ମଧ୍ୟ ଜଣାଇଥିଲେ । ଖବରପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀ ଭିତରୁ ଗୁମାନଙ୍କ ମୃତଦେହ ଉଦ୍ଧାର କରିଥିଲେ । ସେପଟେ ଫିରିଙ୍ଗିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ।

ଏ ନେଇ ଫିରିଙ୍ଗିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ସୂଚନା ଦେଇଛନ୍ତି । ତେବେ ଭାଇର ମୃତ୍ୟୁକୁ ନେଇ ଦୁଃଖରେ ଭାଙ୍ଗି ପଡ଼ିଛି ଭଉଣୀ । ଘରୁ ବାହାରକୁ ଯାଇଥିବା ଭାଇ ଆଉ ଫେରିବନି ବୋଲି ଜାଣି ନଥିଲା ଭଉଣୀ ।

ଗାଧୋଇକି ଆସିଲେ ଏକାଠି ଭାଇ ଭଉଣୀ ଖାଇଥାନ୍ତେ । ହେଲେ ଭଉଣୀ ଜାଣିନଥିଲା ଯେ ତା ଭାଇ ଆଉ ଘରକୁ ଜୀବନ୍ତ ହୋଇ ଫେରିବନି । ଅଧା ବାଟରୁ ଯମ ନେଇଗଲା ଭାଇକୁ । ଭାଇର ମୃତ୍ୟୁପରେ ପରିବାରରେ ଶୋକରଛାୟା ଖେଳିଯାଇଛି । ଘରେ ଥିବା ପରିବାର ଲୋକେ ମଧ୍ୟ ଗୁମାନଙ୍କ ମୃତ୍ୟୁ ଖବରକୁ ଗ୍ରହଣ କରିପାରୁନାହାଁନ୍ତି । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୁରା ପରିବାର ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.