ETV Bharat / state

ସୁମେରବନ୍ଧ ଜଙ୍ଗଲରେ ମାଓ କ୍ୟାମ୍ପକୁ ଧ୍ବଂସ କଲା କନ୍ଧମାଳ ପୋଲିସ

author img

By

Published : Jul 2, 2020, 1:54 PM IST

Updated : Jul 2, 2020, 6:49 PM IST

ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁମେରବନ୍ଧ ଜଙ୍ଗଲରେ ଚାଲିଥିବା ଏକ ବଡ ମାଓ କ୍ୟାମ୍ପକୁ ଧ୍ବଂସ କରିଛି ପୋଲିସ । ଏହି ମାଓବାଦୀମାନେ ଏକ ବଡଧରଣର ଅଘଟଣ ଘଟାଇବାକୁ ଯୋଜନା କରୁଥିବା ଜିଲ୍ଲା ଏସପି କହିଛନ୍ତି ।

Kandhamal police destroy Maoist camp in Sumerbandh forest
ସୁମେରବନ୍ଧ ଜଙ୍ଗଲରେ ମାଓ କ୍ୟାମ୍ପକୁ ଧ୍ବଂସ କଲା କନ୍ଧମାଳ ପୋଲିସ

ଫୁଲବାଣୀ: ଜିଲ୍ଲା ପୋଲିସକୁ ସଫଳତା । ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁମେରବନ୍ଧ ଜଙ୍ଗଲରେ ଚାଲିଥିବା ଏକ ବଡ ମାଓ କ୍ୟାମ୍ପକୁ ଧ୍ବଂସ କରିଛି ପୋଲିସ । ଏସଓଜି ଯବାନମାନେ ସର୍ଚ୍ଚ ଅପରେସନ କରୁଥିବା ସମୟରେ ଏହି କ୍ୟାମ୍ପ ଠାବ କରିଥିଲେ । ଏହି ମାଓବାଦୀମାନେ ଏକ ବଡଧରଣର ଅଘଟଣ ଘଟାଇବାକୁ ଯୋଜନା କରୁଥିବା ଜିଲ୍ଲା ଏସପି କହିଛନ୍ତି ।

ସୁମେରବନ୍ଧ ଜଙ୍ଗଲରେ ମାଓ କ୍ୟାମ୍ପକୁ ଧ୍ବଂସ କଲା କନ୍ଧମାଳ ପୋଲିସ

ତେବେ କ୍ୟାମ୍ପରୁ ପ୍ରାୟ 50 କିଲୋଗ୍ରାମ ବିସ୍ପୋରକ ଓ ଅନ୍ୟାନ୍ୟ ନକ୍ସଲ ସାମଗ୍ରୀ ଜବତ କରାଯାଇଛି । ଏହା ସହିତ ଲ୍ୟାଣ୍ଡମାଇନ ପାଇଁ ବ୍ୟବହୃତ ବିସ୍ପୋରକ ଓ ଡିଟୋନାଟର ପ୍ରଭୃତି ଜବତ ହୋଇଛି । 15ରୁ 20 ମାଓବାଦୀ ଏହି କ୍ୟାମ୍ପରେ ଥିବାବେଳେ କେକେବିଏନ ଡିଭିଜନ କମାଣ୍ଡର ଦଶୃ ଓ ଅନ୍ୟ ସାଥୀ ଖସିଯିବାରେ ସଫଳ ହୋଇଛନ୍ତି । ଏମାନଙ୍କୁ ଧରିବା ପାଇଁ ଉକ୍ତ ଅଞ୍ଚଳରେ ଲଗାତାର ଭାବେ କୁମ୍ବିଂ ଅପରେସନ ଜାରି ରହିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Jul 2, 2020, 6:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.