ETV Bharat / state

Police chained Journalist: ସାମ୍ବାଦିକଙ୍କ ଗୋଡରେ ବେଡି ଘଟଣାକୁ କନ୍ଧମାଳରେ ତୀବ୍ର ନିନ୍ଦା

author img

By

Published : Apr 8, 2022, 8:00 PM IST

ବାଲେଶ୍ବର ଜିଲ୍ଲା ନୀଳଗିରି ପୋଲିସର ବର୍ବରତାକୁ ସବୁଠି ନିନ୍ଦା କରାଯାଉ ଥିବାବେଳେ କନ୍ଧମାଳ ସାମ୍ବାଦିକ ସଙ୍ଘ ମଧ୍ୟ ସମ୍ପୃକ୍ତ ଥାନା ଅଧିକାରୀଙ୍କ ନିଲମ୍ବନ ଦାବି କରିଛନ୍ତି । ଅଧିକ ପଢନ୍ତୁ

Police chained Journalist: ସାମ୍ବାଦିକଙ୍କ ଗୋଡରେ ବେଡି ଘଟଣାକୁ କନ୍ଧମାଳରେ ତୀବ୍ର ନିନ୍ଦା
Police chained Journalist: ସାମ୍ବାଦିକଙ୍କ ଗୋଡରେ ବେଡି ଘଟଣାକୁ କନ୍ଧମାଳରେ ତୀବ୍ର ନିନ୍ଦା

ଫୁଲବାଣୀ: ବାଲେଶ୍ବର ଜିଲ୍ଲା ନୀଳଗିରି ପୋଲିସର ବର୍ବରତା ସବୁଠି ନିନ୍ଦା କରାଯାଉଛି । ପୋଲିସ ପୁରୁଣା ରାଗ ରଖି ନୀଳଗିରିର ଜଣେ କର୍ତ୍ତବ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ମାଡ଼ ମାରିବା ସହ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଗୋଡ଼ରେ ବେଡି ପଡିଥିବା ଦେଖିବାକୁ ମିଳିଥିଲା । ଘଟଣାକୁ ଜନସାଧାରଣରେ ନିନ୍ଦା କରିବା ସହିତ ରାଜ୍ୟର ବିଭିନ୍ନ ସାମ୍ବାଦିକ ସଂଘ ମଧ୍ୟ ତୀବ୍ର ନିନ୍ଦା କରିଛି ।

Police chained Journalist: ସାମ୍ବାଦିକଙ୍କ ଗୋଡରେ ବେଡି ଘଟଣାକୁ କନ୍ଧମାଳରେ ତୀବ୍ର ନିନ୍ଦା

ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ପ୍ରେସ କ୍ଲବ, ମିଡିଆ ଫରୋମ ସମେତ ବହୁ ସାମ୍ବାଦିକ ସଂଘ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ପ୍ରେସ କ୍ଲବର ଜିଲ୍ଲା ସଭାପତି ସୁନୀଲ ପଟ୍ଟନାୟକଙ୍କ ନେତୃତ୍ବରେ ବହୁ ସାମ୍ବାଦିକ ଫୁଲବାଣୀ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହା ବିରୁଦ୍ଧରେ ବିକ୍ଷୋଭ କରିବା ସହିତ ନୀଳଗିରି ଥାନାଧିକାରୀଙ୍କୁ ତୁରନ୍ତ ନିଲମ୍ବନ କରାଯାଉ ବୋଲି ଦାବି କରିଛନ୍ତି । ଏହା ସହିତ ରାଜ୍ୟରେ ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରାଯାଉ ବୋଲି ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର କନ୍ଧମାଳ ADM ଙ୍କୁ ପ୍ରଦାନ କରିଛନ୍ତି ।

ଯଦି ତୁରନ୍ତ ସରକାର ଏହି ଦାବି ପୂରଣ ନରନ୍ତୁ ତେବେ ଆଗାମୀ ଦିନରେ ସାମ୍ବାଦିକମାନେ ରାଜରାସ୍ତାକୁ ଓହ୍ଲାଇବା ସହିତ ବିଧାନସଭା ଘେରାଉ କରାଯିବ ବୋଲି କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ଚେତାବନୀ ଦେଇଛନ୍ତି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.