ETV Bharat / state

20 ଦିନ ପରେ ଡକାୟତଙ୍କୁ ବାନ୍ଧିଲା ପୋଲିସ, ଲକ୍ଷାଧିକ ଟଙ୍କା ଜବତ

author img

By

Published : Jun 18, 2023, 5:50 PM IST

୨୦ ଦିନ ପରେ କେସିଙ୍ଗା ପୋଲିସ ହାତରେ ଧରା ପଡିଲେ ଆନ୍ତଜିଲ୍ଲା ଡକାୟତ ଗ୍ୟାଙ୍ଗ । ଅଧିକ ପଢନ୍ତୁ

୭ ଜଣ ଅନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଗିରଫ କଲା କଳାହାଣ୍ଡି ପୋଲିସ
୭ ଜଣ ଅନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଗିରଫ କଲା କଳାହାଣ୍ଡି ପୋଲିସ

୭ ଜଣ ଅନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଗିରଫ କଲା କଳାହାଣ୍ଡି ପୋଲିସ

ଭବାନୀପାଟଣା: ୭ ଜଣ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଗିରଫ କଲା କଳାହାଣ୍ଡି ପୋଲିସ । ଏହି ଗ୍ୟାଙ୍ଗ ରାତି ଅଧରେ ଲୋକଙ୍କ ଘରେ ପଶି ମାରଣାସ୍ତ୍ର ଦେଖାଇ ଆଖି ପିଛୁଳାକେ ଲୁଟି ନେଉଥିଲେ ଧନ ସମ୍ପତ୍ତି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଗତ ମେ' ମାସ ୨୯ ତାରିଖରେ ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଚୋରି ହୋଇଥିଲା । ସହରର ଜଗନ୍ନାଥପଡ଼ାରେ ଥିବା ସୁବାଷ ଅଗ୍ରୱାଲଙ୍କ ଘର ପଛପଟ କବାଟ ଭାଙ୍ଗି ଲୁଟି ଦୁର୍ବୃର୍ତ୍ତ ପଶି ଲୁଟି ନେଇଥିଲେ ଲକ୍ଷାଧିକ ଟଙ୍କା ।

ସୂଚନା ଅନୁଯାୟୀ, କେସିଙ୍ଗା ସହରର ଜଗନ୍ନାଥପଡ଼ାର ସୁବାଷ ଅଗ୍ରୱାଲ ନାମକ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରୁ ବିଳମ୍ବିତ ରାତିରେ ମାରଣାସ୍ତ୍ର ଦେଖାଇ ଡକାୟତି ହୋଇଥିଲା । ଘର ପଛପଟୁ କବାଟ ଭାଙ୍ଗି ଘର ଭିତରକୁ ପଶି ଆସି ମାରଣାସ୍ତ୍ର ଦେଖାଇ ପ୍ରଥମେ ପରିବାର ସମସ୍ତ ସଦସ୍ୟଙ୍କୁ ରଶିରେ ବାନ୍ଧି ଦେଇଥିଲେ। ଏହାପରେ ଘରର ଆଲମୀରାରେ ଥିବା ସମସ୍ତ ଟଙ୍କା ସୁନା, ଗହଣା ମୂଲ୍ୟବାନ ସମଗ୍ରୀ ନେଇ ଚମ୍ପଟ ମାରିଥିଲେ । ଆଲମୀରାରେ ପ୍ରାୟ ୬ ଲକ୍ଷ ନଗଦ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଗହଣାଥିଲା । ଘରେ ଲାଗିଥିବା ସିସିଟିଭି କ୍ୟାମେରା ସହ ସମସ୍ତ ସାମଗ୍ରୀକୁ ନେବା ନେଇ ଫେରାର ମାରିଥିଲେ ଦୁର୍ବୃର୍ତ୍ତ ।

ଏନେଇ ସୁବାଷ ଅଗ୍ରୱାଲ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି କେସିଙ୍ଗା ପୋଲିସ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍‌ ସହ ସନ୍ଧାନୀ କୁକୁର ସାହାଯ୍ୟରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଘଟଣାର ପ୍ରାୟ ୨୦ ଦିନ ପରେ କେସିଙ୍ଗା ଥାନା ଅନ୍ତର୍ଗତ ବିରିପୁଡା ପାହାଡ଼ ନିକଟରେ ଥିବା ଗୁର୍ଜିମୁଣ୍ଡା ଗାଁରୁ ୭ ଜଣ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କେସିଙ୍ଗା ଥାନା ଅନ୍ତର୍ଗତ ଗୁର୍ଜିମୁଣ୍ଡା ଗାଁର ଖିତିଶ ରଣା, ବିପେଶ ରଣା, ରୁକମନ ରଣା । ଏହାସହ କିକିଆ ଗାଁର ଧୋବା ଖରସେଲ, କୁଣ୍ଡାବନ୍ଧ ଗାଁର ଦୈତାରି କରୁଆଁ, ବବଲୁ ଦୀପ ସମେତ ଘଟଣାର ମାଷ୍ଟର ମାଇଣ୍ଡ ମଦନପୁର ସୁବିଧ ରଣାକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କଠାରୁ ୬ଟି ମୋବାଇଲ ଫୋନ୍‌, ପ୍ରାୟ ନଗଦ ଦେଢ ଲକ୍ଷ ଟଙ୍କା ଓ ମାରଣାସ୍ତ୍ର ଜବତ କରିଛି କଳାହାଣ୍ଡି ପୋଲିସ । ସେପଟେ ଏହି ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗ ବିରୁଦ୍ଧରେ ବିଭିନ୍ନ ଜିଲ୍ଲାର ଥାନାମାନଙ୍କରେ ଅଭିଯୋଗ ଥିବା ବେଳେ ଏମାନେ କେସିଙ୍ଗା ଅମ୍ବାଜି ମନ୍ଦିର ଡକାୟତି ଘଟଣାରେ ସାମିଲ ଥାଇ ପାରନ୍ତି ବୋଲି ଏସପି ଅଭିଳାଷ ଜି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.