ETV Bharat / state

ଫୁଲବାଣୀରେ ଅଦିନିଆ ଘୂର୍ଣ୍ଣିଝଡର ତାଣ୍ଡବଲୀଳା, 6 ଆହତ

author img

By

Published : Feb 25, 2020, 9:48 PM IST

କନ୍ଧମାଳ ଜିଲ୍ଲାରେ ଘୂର୍ଣ୍ଣିଝଡ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରବଳ ବର୍ଷା ଓ ପବନ ଯୋଗୁଁ ଫୁଲବାଣୀ ସହରରେ ମୋଟ 20ଟି ଘର ଭାଙ୍ଗିଯିବା ସହ 6 ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

Kala baisakhi destroyed phulbani city
ଫୁଲବାଣୀରେ ଅଦିନିଆ ଘୂର୍ଣ୍ଣିଝଡର ତାଣ୍ଡବଲୀଳା, 6 ଆହତ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଘୂର୍ଣ୍ଣିଝଡ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରବଳ ବର୍ଷା ଓ ପବନ ଯୋଗୁଁ ଫୁଲବାଣୀ ସହରରେ ବଡ ବଡ ଗଛ ଉପୁଡି ପଡିବା ସହ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

ଫୁଲବାଣୀରେ ଅଦିନିଆ ଘୂର୍ଣ୍ଣିଝଡର ତାଣ୍ଡବଲୀଳା, 6 ଆହତ

ରାସ୍ତାରେ ବଡ ବଡ ଗଛମାନ ପଡିଥିବାରୁ ରାସ୍ତା ଅବରୋଧ ହେବା ସହ ବିଜୁଳି ଖୁଣ୍ଟ ଉପୁଡି ପଡି ବିଦ୍ୟୁତ ସେବା ମଧ୍ୟ ଠପ୍‌ ହୋଇଯାଇଛି। ସେହିପରି 20ରୁ ଅଧିକ ଘରର ଛାତ ଉଡିଯାଇଥିବା ବେଳେ ଘରେ ଗଛ ପଡିବା କାରଣରୁ ବିଭିନ୍ନ ସ୍ଥାନରେ ମୋଟ 6 ଜଣ ଆହତ ହୋଇଛନ୍ତି ।

ସମସ୍ତଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ଜିଲ୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସାରା ସହରରେ ବିଜୁଳି ସେବା ବ୍ୟାହତ ହୋଇଥିବାରୁ ଲୋକେ ହଟହଟା ହେଉଛନ୍ତି । ଦମକଳ ବାହିନୀ, ଓଡ୍ରାଫ, ପୋଲିସ, ସାଉଥକୋ ଟିମ ରାସ୍ତା ଓ ବିଜୁଳି ତାର ସଂଯୋଗ କରିବାରେ ଲାଗିଛନ୍ତି। ଘୂର୍ଣ୍ଣିଝଡ ପ୍ରଭାବରେ ଲୋକେ ହନ୍ତସନ୍ତ ହେଉଛନ୍ତି।

ଅପରପକ୍ଷେ ଘଟଣାସ୍ଥଳରେ ସଦର ତହସିଲଦାର ଓ ରାଜସ୍ବ ନିରୀକ୍ଷକଙ୍କ ଟିମ ପହଞ୍ଚି କ୍ଷୟକ୍ଷତିର ଆକଳନ କରୁଛନ୍ତି । ସେପଟେ ଲୋକଙ୍କୁ ପଲିଥିନ ଓ କିଛି ରିଲିଫ୍‌ ମିଳିନଥିବା ଅଭିଯୋଗ ହୋଇଛି ।

କନ୍ଧମାଳରୁ ସଦାଶିଵ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.