ETV Bharat / state

ଭିଟାମାଟିକୁ ଫେରିଲା ଜଗା

author img

By

Published : Mar 23, 2021, 7:23 AM IST

ବହୁଚର୍ଚ୍ଚିତ ଯୋଡ଼ା ମୁଣ୍ଡ ଶିଶୁ ଜଗା କାଳିଆ । ଜଗାର ହୋଇଛି ଘର ବାହୁଡା । ଜଗାକୁ ଏମସିଏଚର ସ୍ଵତନ୍ତ୍ର କ୍ୟାବିନରେ ରଖାଯାଇଛି । ଅଧିକ ପଢନ୍ତୁ...

jaga returned phulbani
ଭିଟାମାଟିକୁ ଫେରିଲା ଜଗା

ଫୁଲବାଣୀ: ବହୁଚର୍ଚ୍ଚିତ ଯୋଡ଼ା ମୁଣ୍ଡ ଶିଶୁ ଜଗା କାଳିଆ । କାଳିଆର ଗତ କିଛିମାସ ତଳେ ମୃତ୍ୟୁ ହୋଇଥିବାବେଳେ ଜଗାର ହୋଇଛି ଘର ବାହୁଡା । ଦୀର୍ଘ ୪ ବର୍ଷ ପରେ ଜଗା ଫେରିଛି ଫୁଲବାଣୀକୁ। ଆଉ ତାକୁ ଏମସିଏଚର ସ୍ଵତନ୍ତ୍ର କ୍ୟାବିନରେ ରଖାଯାଇଛି ।

ଭିଟାମାଟିକୁ ଫେରିଲା ଜଗା

ଏସସିବିରେ ଥିବା ସମୟରେ କାଳିଆର କିଛି ମାସ ତଳେ ମୃତ୍ୟୁ ହୋଇଥିଲା l ଜଗାର ସ୍ୱାସ୍ଥ୍ୟଅବସ୍ଥା ଭଲ ଥିବାବେଳେ ରାଜ୍ୟ ସରକାର ନିଜ ଭିଟାମାଟି କନ୍ଧମାଳକୁ ସ୍ଥାନାନ୍ତରିତ କରିବା ପାଇଁ ଚିନ୍ତା କରିଥିଲେ l ତାହାକୁ ଦୃଷ୍ଟିରେ ରଖି କନ୍ଧମାଳ ସ୍ୱାସ୍ଥ ବିଭାଗ ତରଫରୁ ତିନିଜଣିଆ ଟିମ୍ କଟକ ଯାଇଥିଲେ l ଏହି ଟିମରେ ଦୁଇଟି ଡାକ୍ତର ଓ ଗୋଟଏ ଫର୍ମାସିଷ୍ଟ ରହିଥିଲେ l ସେଠାରେ କିଭଳି ଚିକିତ୍ସା କରାଯାଉଛି ତାହାର ଅନୁଧ୍ୟାନ କରାଯାଇଥିଲା । ଫୁଲବାଣୀ ଆଣିବାପରେ ଡିଡିଏଚରେ ରଖାଯାଇଛି l ୨୦୧୭ ଜୁଲାଇ ୧୨ରୁ ଚିକିତ୍ସା ପାଇଁ ଯାଇଥିବା ଏହି ଜାଆଁଳା ଶିଶୁ ପ୍ରଥମେ କଟକ ଓ ପରେ ଦିଲ୍ଲୀ ଏମ୍ସକୁ ଯାଇଥିଲେ । ସେଠାରେ ଯୋଡା ମୁଣ୍ତ ଶିଶୁଙ୍କର ଚିକିତ୍ସା କରାଯାଇ ସଫଳ ଅସ୍ତ୍ରୋପ୍ରଚାର କରାଯାଇଥିଲା ।

କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.