ETV Bharat / state

ପାଟ୍ରୋଲିଂ ବେଳେ ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

author img

By

Published : Oct 30, 2019, 2:48 AM IST

ରାଇକିଆ ପୋଲିସର ପାଟ୍ରୋଲିଂ ବେଳେ ଧରାପଡ଼ିଛି ଚାଲାଣ ହେଉଥିବା ଚୋରା ଗଞ୍ଜେଇ । ତିନି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗ଼ଞ୍ଜେଇ ଭର୍ତ୍ତି କାରକୁ ଜବତ କରିଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

କନ୍ଧମାଳ: ଫିରିଙ୍ଗିଆରୁ ରାଜଧାନୀ ଭୁବନେଶ୍ବରକୁ ହେଉଥିଲା ଗଞେଇ ଚାଲାଣ । ରାଇକିଆ ପୋଲିସର ପାଟ୍ରୋଲିଂ ବେଳେ ଜବତ ହୋଇଛି ଗଞ୍ଜେଇ ଭର୍ତ୍ତି କାର। ଫିରିଙ୍ଗିଆ ଅଞ୍ଚଳରୁ ଏକ କାର ଯୋଗେଁ ଭୂବନେଶ୍ବରକୁ ଗଞ୍ଜେଇ ଚାଲାଣ କରୁଥିଲେ 3 ଅଭିଯୁକ୍ତ।

ପୋଲିସ ସେମାନଙ୍କୁ ଗିରଫ କରିବା ସହ ଗଞ୍ଜେଇ ଚାଲାଣ ହେଉଥିବା କାରକୁ ଜବତ କରିଛି । ଅଭିଯୁକ୍ତମାନେ ହେଲେ ନୟାଗଡ ଜିଲ୍ଲାର ରବିନ୍ଦ୍ର ଖୁଣ୍ଟିଆ, ଫିରିଙ୍ଗିଆ କେଲାପଡାର ଟୁକୁନା ଦିଗାଲ ଓ ଆମ୍ବେଦକର ବାଗ।

ରାଇକିଆ ଥାନାରେ 75/2019ରେ ମାମଲା ରୁଜୁ ହୋଇଛି । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ ଯାଇଛନ୍ତି । ଆଗକୁ ଏପରି ଚଢାଉ ଜାରି ରହିବ ବୋଲି କହିଛନ୍ତି ଥାନା ଅଧିକାରୀ ଅଲେଖ ଗରଡିଆ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲା ରାଇକିଆ ପୋଲିସ୍ ପେଟ୍ରୋଲିଂ ବେଳେ ଚାଲାଣ ହେଉଥିବା ଗଞ୍ଜେଇ ଗାଡି ଜବତ କରିଛି। ଫିରିଙ୍ଗିଆ ଅଞ୍ଚଳରୁ ଏକ କାରରେ ଭୂବନେଶ୍ବର ଗଞ୍ଜେଇ ଚାଲାଣ କରୁଥିଲେ 3 ଅଭିଯୁକ୍ତ।Body:ଗିରଫ ତିନି ଜଣ ଅଭିଯୁକ୍ତ ହେଲେ ନୟାଗଡ ଜିଲ୍ଲାର ରବିନ୍ଦ୍ର ଖୁଣ୍ଟିଆ,ଫିରିଙ୍ଗିଆ କେଲାପଡାର ଟୁକୁନା ଦିଗାଲ ଓ ଆମ୍ବେଦକର ବାଗ। ରାଇକିଆ ଥାନାରେ 75/2019ରେ ମାମଲା ରୁଜୁ ହୋଇଛି । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ ଯାଇଛନ୍ତି ।Conclusion:ଏପରି ଚଢାଉ ଜାରି ରହିବ ବୋଲି କହିଛନ୍ତି ଥାନା ଅଧିକାରୀ ଅଲେଖ ଗରଡିଆ।
କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.