ETV Bharat / state

ଜି ଉଦୟଗିରି ଏନ୍ଏସି ଉପ ନିର୍ବାଚନ, ଆଜି ଭୋଟ ଗଣତି

author img

By ETV Bharat Odisha Team

Published : Nov 30, 2023, 10:49 AM IST

ଜି ଉଦୟଗିରି ଏନ୍ଏସି ଉପ ନିର୍ବାଚନ। ମତଦାନ ପରେ ଆଜି ଭୋଟ ଗଣତି ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

nac chairman by election
nac chairman by election

nac chairman by election

ଫୁଲବାଣୀ: ଶେଷ ହୋଇଛି ଜି ଉଦୟଗିରି ଏନ୍ଏସି ଉପ ନିର୍ବାଚନ । ଆଜି ହେବ ଭୋଟ ଗଣତି । କିଏ ହାତେଇବା ଏନ୍ଏସି ଅଧ୍ୟକ୍ଷା ପଦ । କାହାକୁ ଭରସା କରିଛନ୍ତି ଭୋଟର ବିଜେପି, ବିଜେଡି ନା କଂଗ୍ରେସ । ତାହା ଭୋଟ ଗଣତି ପରେ ହିଁ ସ୍ପଷ୍ଟ ହୋଇଯିବ । ଏନ୍ଏସି ଅଧ୍ୟକ୍ଷା ପଦ ପାଇଁ ବୁଧବାର ସକାଳ 8ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା । ବୁଥ ଗୁଡିକରେ ଧାଡିରେ ଛିଡା ହୋଇ ଭୋଟ ଦେଇଥିଲେ ଭୋଟର । ସନ୍ଧ୍ୟା ୫ ଘଣ୍ଟା ସମୟରେ ମତଦାନ ଶେଷ ହୋଇଥିଲା । ନିର୍ବାଚନ ଅଧିକାରୀ ରଞ୍ଜନ କୁମାର୍ ସାହୁ ନିର୍ବାଚନ ପରିଚାଳନା କରିଥିଲେ । ବାଲିଗୁଡା ଉପଜିଲ୍ଲାପାଳ ମଧ୍ୟ ସମସ୍ତ ବୁଥ ପରିଦର୍ଶନ କରିଥିଲେ ।

ସୁରକ୍ଷା ଦୃଷ୍ଟିରୁ ପ୍ରତି ବୁଥ୍‌ରେ ପୋଲିସ ମୁତୟନ କରାଯାଇଥିଲା । କଡ଼ା ସୁରକ୍ଷା ମଧ୍ୟରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଶେଷ ହୋଇଥିଲା । ମୋଟ ୫୫.୪ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ । ନିର୍ବାଚନ ଶେଷ ପରେ ସମସ୍ତ ବୁଥ ପୋଲିଂ ଅଫିସର ବ୍ଲକ କାର୍ଯ୍ୟାଳୟ ପହଞ୍ଚି ଇଭିଏମ୍ ରଖିଥିଲେ । ଶେଷରେ ଷ୍ଟ୍ରଙ୍ଗ ରୁମ୍‌ ମଧ୍ୟରେ କଡା ସୁରକ୍ଷା ଭିତରେ ଇଭିଏମ୍ ଗୁଡ଼ିକ ରଖା ଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ଏନଏସି ନିର୍ବାଚନରେ ପରାଜୟକୁ ସ୍ବୀକାର କଲା କଂଗ୍ରେସ, ଅର୍ଥ ବଳରେ ବିଜେଡି ଜିତିଥିବା ଅଭିଯୋଗ

ଏନଏସି ଅଧ୍ୟକ୍ଷା ପାର୍ଥିନୀ ପାଇଁ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିର୍ବାଚନ ମଇଦାନରେ ଜୋରଦାର ପ୍ରଚାର କରିଥିଲେ । କିଏ ମନ୍ତ୍ରୀ, ସାଂସଦଙ୍କୁ ନେଇ ପ୍ରଚାର କରିଥିଲା ତ ଆଉ କିଏ ଆଞ୍ଚଳିକ ନେତୃତ୍ୱ କର୍ମୀଙ୍କ ଦ୍ବାରା ଘର ଘର ବୁଲି ଭୋଟ ମାଗିଥିଲେ । ଏନଏସି ଅଧ୍ୟକ୍ଷା ପଦ ପାଇଁ ବିଜେଡି ପକ୍ଷରୁ ସ୍ୱର୍ଗତ ପୂର୍ବତନ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ରଙ୍କ ଝିଅ ଦେବସ୍ମିତା ଶତପଥୀ, ବିଜେପି ପକ୍ଷରୁ ରଞ୍ଜିତା ନାୟକ ଏବଂ କଂଗ୍ରେସ ପକ୍ଷରୁ ମଧୁଲିନା ଦିଗାଲ ପ୍ରତିଦ୍ବନ୍ଦିତା କରୁଛନ୍ତି । ତେବେ କିଏ ହେବ ଜି ଉଦୟଗିରି ଏନ୍ଏସିର ଅଧ୍ୟକ୍ଷା ? କାହାକୁ ଭରସା କରିଛନ୍ତି ଭୋଟର , ତାହା ଭୋଟ ଗଣତି ପରେ ସ୍ପଷ୍ଟ ହୋଇଯିବ । ଭାନୁପ୍ରଭା ମିଶ୍ରଙ୍କ ବିୟୋଗ ପରେ ଜି ଉଦୟଗିରି ଏନ୍ଏସିର ଅଧ୍ୟକ୍ଷା ପଦ ଦୀର୍ଘ ଦିନ ହେବ ପଡିଥିଲା। ଏହି ପଦବୀ ପୂରଣ ପାଇଁ ବୁଧବାର ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.